ଭୁବନେଶ୍ୱରରେ ବାର୍ଥ ଡେ' ପାର୍ଟିକୁ ମହିଳାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କଲେ ୩ରୁ ଅଧିକ ଯୁବକ, ଆଉ ତା'ପରେ ଘଟିଥିଲା କିଛି ଏପରି...

Woman gangraped by youths in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ କାହିଁକି ନା ଏଠି ସୁରକ୍ଷିତ ନାହାନ୍ତି ମହିଳା । ଆଉ ଏଠି ପାଇଁ ଗତକାଲି ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । କଥା କଣ କି ବାର୍ଥଡେ ପାର୍ଟିରେ ମସ୍ତି କରିବା ସହ ବସ୍ତିରେ ଉତ୍ପାତ କଲେ । ଏଥିରେ ଅତିଷ୍ଠ ହୋଇ ଜଣେ ମହିଳା ବିରୋଧ କରିଥିଲେ । ବିରୋଧ କରିଥିବା ମହିଳାଙ୍କୁ ଘରୁ ଟାଣି ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମଞ୍ଚେଶ୍ୱର ଥାନା ଅଧୀନ ଧିରକୁଟ୍‍ ବସ୍ତିର ପାତ୍ରସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏଥିରେ ସମ୍ପୃକ୍ତି ରହିଥିବା ‘ବାର୍ଥ ଡେ ବୟ’ ଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ସେମାନେ ହେଲେ ରଙ୍ଗମାଟିଆର ଦୀପକ କୁମାର ସେଠୀ, ୟୁନିଟ୍‍-୮ର ଦେବାଶିଷ୍‍ ପ୍ରଧାନ ଓ ସ୍ୱାଧୀନ କୁମାର ନାୟକ । ଖାଲି ଏତିକି ନୁହେଁ ସମ୍ପୃକ୍ତ ଅନ୍ୟ ୮ ଜଣଙ୍କୁ ଖୋଜୁଛି ପୋଲିସ ।

ପୁଲିସର ସୂଚନା ଅନୁଯାୟୀ, ଗତକାଲି ଅଭିଯୁକ୍ତ ଦୀପକର ଜନ୍ମଦିନ ଥିଲା । ଏଣୁ ଉକ୍ତ ଅଞ୍ଚଳରେ ୩୦-୪୦ ପିଲା ଏକାଠି ହୋଇ ହୋ-ହାଲ୍ଲା କରିଥିଲେ । ଡିଜେ ବଜାଇବା ସହ ନିଶାସକ୍ତ ଅବସ୍ଥାରେ ମତୁଆଲା ହୋଇଥିଲେ । ରାତି ଅଧ ଯାଏଁ ଉକ୍ତ ଅଞ୍ଚଳରେ ଖେଳାଇଥିଲେ ଆତଙ୍କରାଜ୍‍ । ଏଥିରେ ମହିଳା ଜଣକ ବାରଣ କରିବା ସହ ପାଟି ନ କରିବା ଲାଗି ଅନୁରୋଧ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ତିନି ମାସର ଦେହର ଭୋକକୁ ୬ ଦିନରେ ଶାନ୍ତ କରିବେ ଅର୍ଚ୍ଚନା ନାଗ!, ପୁରା ଘଟଣା ପଢିଲେ ଆପଣଙ୍କ ହୋଶ ଉଡିଯିବ...

କିନ୍ତୁ ଅଭିଯୁକ୍ତମାନେ ଉତ୍‍କ୍ଷୀପ୍ତ ହୋଇ ମହିଳାଙ୍କୁ ଘରୁ ଟାଣି ଆଣି ଦୁଷ୍କର୍ମ କରିଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ସେମାନେ ମହିଳାଙ୍କ ଘରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଉକ୍ତ ମହିଳାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିବା ସହ ଥାନାରେ ଜଣାଇଥିଲେ । ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ କାବୁ କରିଥିଲା । ଏଥିରେ ସମ୍ପୃକ୍ତି ଅନ୍ୟମାନଙ୍କୁ ଧରିବା ଲାଗି ଚଢ଼ଉ କରାଯାଉଥିବା ପୁଲିସ କହିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ :

ହତ୍ୟା ଅଭିଯୁକ୍ତ ଦୀପକ: ପ୍ରେମିକା ଆଉ କାହାର ହେଇଯିବାରୁ ନିଜକୁ ଗୁଳି କରି ମାରି ଦେଲା ପ୍ରେମିକ, ଘଟଣା ପୁରା ଦୁଃଖ ଦାୟକ...

ଅଭିଯୁକ୍ତ ଦୀପକର ଅପରାଧିକ ତାଲିକା ବେଶ୍‍ ଲମ୍ବା ରହିଥିବା ଜଣାପଡିଛି । ହେଲେ ପୋଲିସ ନିରବ କାହିଁକି ନା ଏଠି ଆଇନ ଠାରୁ ପାୱାର ବେଶୀ କାମ ଦେଇଥାଏ ଯାହା ହଉ ପୋଲିସ ସବୁବେଳେ କିନ୍ତୁ ନିରବଦ୍ରଷ୍ଟା ପାଲଟି ଥାଏ । ଚାଲନ୍ତୁ ଅଭଯୁକ୍ତ ଦୀପକଙ୍କ ଅପରାଧିକ ତାଲିକା ଉପରେ ନଜର ପକେଇବା ।

ଗତବର୍ଷ ଧିରକୁଟ ବସ୍ତିରେ ଜଣେ ଯୁବକକୁ ହତ୍ୟା ଘଟଣାରେ ଦୀପକର ସମ୍ପୃକ୍ତି ରହିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଯୁବକଙ୍କୁ ଦୀପକ ଓ ତା’ର ସହଯୋଗୀମାନେ ହତ୍ୟା କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ଦୀପକକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଥିଲା ।

ସେ ଜେଲରେ ରହିବା ପରେ କିଛିଦିନ ତଳେ ଜାମିନ୍‍ରେ ମୁକୁଳିଥିଲା । ପରେ ଉକ୍ତ ଅଞ୍ଚଳରେ ଭାଇଗିରି ଦେଖାଇଥିଲା । ଦୀପକକୁ ଭାଇ ନାମରେ ସାହି ଲୋକେ ସମ୍ବୋଧନ କରୁଥିଲେ । ଏଣୁ ବିଭିନ୍ନ ଅଞ୍ଚଳରୁ ଯୁବକଙ୍କୁ ନେଇ ଏକ ଗ୍ୟାଙ୍ଗ୍‍ ଗଠନ କରିଥିଲା । ଜନ୍ମଦିନକୁ ବେଶ୍‍ ଧୁମ୍‍ଧାମ୍‍ରେ ସହ ପାଳନ କରିବା ନେଇ ପିଲାଙ୍କୁ ଏକତ୍ର କରି ଦବ୍‍ଦବା ଦେଖାଉଥିଲା । ଏବେ ପୋଲିସ ତା ବିରୋଧରେ କଣ କଠୋର ଆକ୍ସନ ନେଉଛି ତାହା ଦେଖିବାକୁ ବାକି ରହିଲା ।

Share this story