ମହିଳା ଲୁଟିନେଲେ ୩୦ ହଜାର କୋଟି ଟଙ୍କା, ପଛରେ ଥିଲା ଏହି ବଡ ଚାଲ; ଏବେ ଲକ୍ଷ ଲକ୍ଷ ଲୋକ କାଙ୍ଗାଳ

ଓଡ଼ିଆ ଗସିପ ବ୍ୟୁରୋ: କ୍ରିପ୍ଟୋ କରେନ୍ସି ବା ଅଦୃଶ୍ୟ ମୁଦ୍ରାକୁ ନେଇ ଏବେ ବି ବିଶ୍ୱର ୮୦ ପ୍ରତିଶତ ଲୋକ ବିଶେଷ କିଛି ଜାଣି ନାହାଁନ୍ତି । ହେଲେ ଗତବର୍ଷ ଏହି କ୍ରିପ୍ଟୋ କରେନ୍ସିକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା ।
ଏଥିରେ ଅର୍ଥ ବିନିଯୋଗ କରି ଅନେକ ଲୋକ କୋଟିପତି ହୋଇପାରିଥିବା ବେଳେ ସର୍ବାଧିକ ଲୋକ କାଙ୍ଗାଳ ହୋଇଯାଇଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ କ୍ରିପ୍ଟୋ କରେନ୍ସିକୁ ନେଇ ହୋଇଥିବା ଏକ ବଡ ଠକେଇ ବାବଦରେ କହିବାକୁ ଯାଉଛି ।
ଅନ୍ତର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କ୍ରିପ୍ଟୋ କରେନ୍ସି ନାମରେ ସବୁଠାରୁ ବଡ ଦୁର୍ନୀତି କରିଛନ୍ତି ରୋଜା ଇଗ୍ନାଟୋଭା ନାମରେ ଜଣେ ମହିଳା । ଲୋକମାନଙ୍କ ମଧ୍ୟରେ ସେ କ୍ରିପ୍ଟୋର ରାଣୀ ବୋଲି ମଧ୍ୟ ପରିଚିତ ।
ରୋଜା କ୍ରିପ୍ଟୋ କରେନ୍ସିର ଲୋକପ୍ରିୟତା ଦେଖିବା ପରେ ଏହାକୁ ନେଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏହି କ୍ରମରେ ସେ ଲୋକମାନଙ୍କୁ ବୁଝାଇ ସେମାନଙ୍କ ଟଙ୍କା ନେଇ ନକଲି କ୍ରିପ୍ଟୋରେ ବିନିଯୋଗ କରିଥିଲେ ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦୁଇ ଭଉଣୀକୁ ଗୋଟିଏ ବର, ବାହାଘର ପରେ ବରର ମୁଣ୍ଡ ଟିଣ ହେବା ନେଇ ଆସିଲା ପ୍ରଶ୍ନ, ଜାଣନ୍ତୁ ପୁରା ଘଟଣା...
ଏନେଇ ସେ ୨୦୧୪ ରେ ୱାନ କଏନ ନାମରେ ୱାନ କଏନ ନାମରେ ଏକ କ୍ରିପ୍ଟୋ କରେନ୍ସି ଲଂଚ କରିଥିଲେ । ଏନେଇ ସେ ଏଭଳି ବିଜ୍ଞାପନ କରିଥିଲେ କି ଲୋକମାନେ ଭାବିବାକୁ ଲାଗିଲେ ଏଥିରେ ଅର୍ଥ ବିନିଯୋଗ କଲେ ରାତାରାତି କୋଟିପତି ହୋଇଯିବେ ।
ଏହାକୁ ରୋଜା ଅନେକ ଦେଶରେ ବିସ୍ତାର କରିଥିଲେ । ସେ ତାଙ୍କର ସୁନ୍ଦର ଚେହେରା ଓ ମନଲୋଭା କଥାରେ ଲକ୍ଷଲକ୍ଷ ଲୋକଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଆଦାୟ କରିବାରେ ସଫଳ ହୋଇଥିଲେ ।
ହେଲେ କିଛିଦିନ ପରେ ବିନିଯୋଗକାରୀମାନେ କିଛି ଲାଭ ନପାଇବାରୁ ଏନେଇ ବିଭିନ୍ନ ମାଧ୍ୟମରେ ରୋଜାଙ୍କ ଠାରୁ ଜବାବ୍ ମାଗିଥିଲେ । ହେଲେ ରୋଜା ଜବାବ ଦେବା ପରିବର୍ତ୍ତେ କେଉଁଆଡେ ଫେରାର ହୋଇଯାଇଥିଲେ । କୁହାଯାଉଛି କି ରୋଜା ବିନିଯୋଗକାରୀଙ୍କ ଠାରୁ ୩୦ ହଜାର କୋଟିରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ।