ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର, 'ଗୀତ ଗାଇ ଆସୁଛି, ବହେ ମାରୁଛି...ମତେ ଆଉ ମୋ ପିଲାକୁ" ଏ ନେଇ କଣ କହୁଛନ୍ତି ହ୍ୟୁମାନଙ୍କ ସ୍ତ୍ରୀ ଦେଖନ୍ତୁ VIDEO

Singer Humane Sagar appears before Mahila Police Station wife alleges many

ଓଡ଼ିଆ ଗସିପ ବ୍ୟୁରୋ: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଆପୋସ ବୁଝାମଣା ଲାଗି ଗୁରୁବାର ସେ ହାଜର ହୋଇଥିବା ଜଣାପଡ଼ିଛି ।

ପ୍ରକାଶ ଯେ, ହ୍ୟୁମାନ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ସେ ମଙ୍ଗଳବାର କଟକ ଡିସିପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ଲାଗି ଡିସିପି ମହିଳା ଥାନାକୁ ନିର୍ଦ୍ଦେଶ ଦେବା ସହ ଉଭୟଙ୍କୁ ହାଜର ହେବାକୁ କହିଥିଲେ । ଏନେଇ ଶ୍ରେୟା ବୁଧବାର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ହ୍ୟୁମାନଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ତାଙ୍କର ପତ୍ନୀ ଆଉ କହିଛନ୍ତି କି ତାଙ୍କର ସ୍ୱାମୀ ଜଣେ ଭଲ କଣ୍ଠ ଶିଳ୍ପୀ ହୋଇ ପାରନ୍ତି କିନ୍ତୁ ଜଣେ ଭଲ ସ୍ୱାମୀ ନୁହଁନ୍ତି । ଆଉ ସେ ତାଙ୍କୁ ଭଲ ପାଆନ୍ତି ନାହିଁ ଗୀତ ଗାଇ ଆସିବା ପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଅନ୍ତି ବୋଲି କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଓଲିଉଡ୍ କଳାକାରଙ୍କ ସଂସାର ଭଙ୍ଗା ଟ୍ରେଣ୍ଡ: ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

ଆଉ ଯେଉଁ ଘଟଣାକୁ ନେଇକି ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି ହ୍ୟୁମାନ ଙ୍କର ପତ୍ନୀ । ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ତେବେ ଆପଣ ମାନେ ସମସ୍ତେ ସାରା ଓଡିଶାରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିବା ଓଡିଶାର ନମ୍ବର 1 ସଂଗୀତ କାର ହ୍ୟୁମାନ ସାଗରଙ୍କୁ ଜାଣିଥିବେ । ତେବେ ସେ ଜଣେ ଭଲ ସିଙ୍ଗର ହୋଇ ପାରନ୍ତି କିନ୍ତୁ ଜଣେ ଭଲ ସ୍ୱାମୀ ନୁହନ୍ତି ବୋଲି କହିଛନ୍ତି ହ୍ୟୁମାନଙ୍କର ସ୍ତ୍ରୀ । ତେବେ କିଛି ଦିନ ଆଗରୁ ମଞ୍ଚ ଉପରେ ହ୍ୟୁମାନ ଜଗନ୍ନାଥଙ୍କର ଭଜନ ଗାଇବାକୁ ଅରାଜି ହୋଇଥିଲେ ଓ ପରେ ରାଜି ହେଉଥିଵା କଥା ମଧ୍ୟ ଆପଣ ମାନେ ଶୁଣିବାକୁ ପାଉଥିବେ ।

ହ୍ଵିମାନଙ୍କ ସ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ହ୍ୟୁମାନ ଗୀତ ଗାଇ ଆସିବା ପରେ ବଢ଼େଇ ଥାଆନ୍ତି ତାଙ୍କର ସ୍ତ୍ରୀଙ୍କୁ । ଆଉ ତାହା ସହିତ ଶାରୀରିକ ଆଉ ମାନସିକ ନିର୍ଯାତନା ମଧ୍ୟ ଦେଇଥାନ୍ତି । ତେବେ ତାଙ୍କର ଘର ବଲାଙ୍ଗୀରିରେ ହୋଇଥିବା ବେଳେ ହ୍ୟୁମାନ କଟକରେ ଆସିକି ତାଙ୍କର ପତ୍ନୀଙ୍କ ସହିତ ରହୁଥିଲେ ।

ଦେଖନ୍ତୁ ଭିଡ଼ିଓ:

ତେବେ ସ୍ୱାମୀଙ୍କର ଏହି ଭଳି ବ୍ୟବହାରକୁ ଦେଖିକି ହ୍ୟୁମାନଙ୍କ ପତ୍ନୀ ବାଲେଶ୍ୱରରେ ତାଙ୍କର ବାପ ଘରକୁ ପଳେଇ ଯାଇଥିଲେ ବୋଲି କୁହାଯାଉଛି । ଆଉ ସ୍ୱାମୀଙ୍କର କିଛି ବି ସୁଧାର ଆସୁଥିବାର ନ ଦେଖି କଟକ ଡିସିପିଙ୍କ ପାଖକୁ ଯାଇଥିଲେ ସେ ଆଉ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

Share this story