ଦିଲ୍ଲୀରେ କାର ତଳେ ଯୁବତୀଙ୍କୁ ୧୨ କିଲୋମିଟର ଘୋଷାଡ଼ି ମାରିବା ଘଟଣା: କାରତଳେ ଅଞ୍ଜଳି ଫସିଥିବା ଜାଣି ବି ଗାଡ଼ି ଅଟକାଇ ନଥିଲେ ଅଭିଯୁକ୍ତ...

Delhi hit and run case accused was aware of woman stuck under car

ଓଡ଼ିଆ ଗସିପ ବ୍ୟୁରୋ: ଦୁର୍ଘଟଣା ପରେ କାରତଳେ ଅଞ୍ଜଳି ଫଶିରହିଥିବା ଜାଣି ମଧ୍ୟ ଗାଡ଼ିକୁ ଅଟକାଇ ନଥିଲେ ଅଭିଯୁକ୍ତମାନେ । ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ କିଛି ଏପରି ବଡ଼ ଖୁଲ୍ଲାସା କରିଛନ୍ତି ଖୋଦ ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କୁ ଜଣାଥିଲା କି ଦୁର୍ଘଟଣା ପରେ ଅଞ୍ଜଳି ଗାଡିତଳେ ଫସି ଯାଇଛନ୍ତି ବୋଲି ।

ହେଲେ ଭୟରେ ସେମାନେ ଗାଡି ନଅଟକାଇ ଆଗକୁ ଆଗକୁ ଯାଇଥିଲେ । ଏହି କ୍ରମରେ ସେମାନେ ଗାଡିକୁ ଗୋଟିଏ ରାସ୍ତାରେ ନନେଇ ଏପଟ ସେପଟ କରିଥିବା କଥା ମଧ୍ୟ ମାନିଛନ୍ତି । ଏହାସହିତ ସେମାନେ ମଦ ନିଶାରେ ଚୁର ହୋଇଥିବାବେଳେ ନା ଗାଡିକୁ ଅଟକାଇଥିଲେ, ନା ଅଞ୍ଜଳିଙ୍କ ଜୀବନ ବଞ୍ଚାଇଥିଲେ । ଏନେଇ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଗିରଫ ଅଭିଯୁକ୍ତମାନେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ମନ୍ଦିର ଭିତରେ ବି ମହିଳାଙ୍କୁ ଛାଡିଲେନି, ତାଙ୍କ ସହ କଲେ ଏପରି କାମ ଯେ ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ...

ଅଭିଯୁକ୍ତମାନଙ୍କୁ ପଚରା ଉଚରା ବେଳେ ସେମାନେ କହିଛନ୍ତି କି, ଗାଡ଼ି ତଳୁ ଅଞ୍ଜଳିଙ୍କୁ କାଢ଼ିଲେ ହତ୍ୟା ମାମଲାରେ ଫସିବା ଭୟ ଥିଲା, ତେଣୁ ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ କାଢି ନଥିଲେ ।

ସେମାନେ କହିଛନ୍ତି କି, ଦୁର୍ଘଟଣା ପରେ ସେମାନେ ଭୟଭୀତ ହୋଇପଡିଥିଲେ । ଏଣୁ ଗାଡିକୁ ଏପଟ ସେପଟ କରି ଅନେକ ବୁଲାଇଥିଲେ । ଏହାସହ କେତେବେଳେ ଅଞ୍ଜଳି କାର ତଳୁ ବାହରିଯିବ ତାହାକୁ ଅପେକ୍ଷା କରିଥିଲେ ।

ଅନ୍ୟପଟେ ଅଭିଯୁକ୍ତମାନେ ପ୍ରଥମେ ପୋଲିସକୁ କହିଥିଲେ କି କାର ଭିତରେ ଉଚ୍ଚସ୍ୱରରେ ମ୍ୟୁଜିକ ବାଜୁଥିବାରୁ ତାଙ୍କୁ କିଛି ଶୁଭାଯାଇ ନଥିଲା । ହେଲେ ଏବେ ଏହା ମିଥ୍ୟା ବୋଲି ସ୍ୱୀକାର କରିଛନ୍ତି ଅଭିଯୁକ୍ତମାନେ । ସେମାନେ ପୋଲିସକୁ ଭ୍ରମିତ କରିବାକୁ ଏଭଳି କହିଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି ।

Share this story