ମନ୍ଦିର ଭିତରେ ବି ମହିଳାଙ୍କୁ ଛାଡିଲେନି, ତାଙ୍କ ସହ କଲେ ଏପରି କାମ ଯେ ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ...

Man dragged woman from inside the temple to outside for this reason

ଓଡ଼ିଆ ଗସିପ ବ୍ୟୁରୋ: ସମସ୍ତେ ମାନନ୍ତି ଯେ ଭଗବାନଙ୍କ ନିକଟକୁ କ୍ରୋଧ ଲୋଭ ମୋହ ମାୟା ସବୁ କିଛି ଛାଡ଼ିଦେଇ ଯିବାକୁ ହୋଇଥାଏ । ବିଶେଷ କରି ଧର୍ମସ୍ଥଳି ବା ଅଧ୍ୟାତ୍ମିକ ସ୍ଥଳିରେ ପହଞ୍ଚିବା ପରେ ସାଧାରଣ ଲୋକଙ୍କ ମନରେ କେବଳ ପବିତ୍ର ଚିନ୍ତା ଜାଗ୍ରତ ହୋଇଥାଏ । ଆଉ ତାହା ମନକୁ ଖୁବ୍‌ ଶାନ୍ତି ଦେଇଥାଏ । ଏହି ଶାନ୍ତି ପାଇଁ ଲୋକେ ମନ୍ଦିର ଯାଇଥାନ୍ତି । ଭଗବାନଙ୍କ ନିକଟରେ କିଛି ମୁହୂର୍ତ୍ତ ପାଇଁ ନିଜକୁ ସମର୍ପିଥାନ୍ତି ।

ହେଲେ ଆଧ୍ୟାତ୍ମିକ ସ୍ଥଳି ବା ମନ୍ଦିରରେ ଯଦି ମାର ପିଟ୍ କ୍ରୋଧ ହିଂସା ଆଦି ଦେଖିବାକୁ ମିଳେ ତେବେ ଆପଣଙ୍କୁ କେମତି ଲାଗିବ । ଆଜ୍ଞା ହଁ ଆମେ ସେମିତି କିଛି ଘଟଣା ଆଜି ଆପଣଙ୍କୁ କହିବୁ ଆଉ ଦେଖାଇବୁ ମଧ୍ୟ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ମହିଳାଙ୍କୁ ମନ୍ଦିର ଭିତରେ ବ୍ୟକ୍ତି ଜଣକ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି । ତାପରେ ମହିଳାଙ୍କୁ ତଳେ ପକାଇ ତାଙ୍କ ଚୁଟିକୁ ଧରି ଘୋସାଡ଼ି ଘୋସାଡ଼ି ମନ୍ଦିର ବାହାରକୁ ନେଉଛନ୍ତି । ଏହି ଦୃଶ୍ୟ, ମଣିଷର ଅତି ନିଷ୍ଠୁରତାର ପରିଚୟ ଦେଉଛି । ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାସ୍ତୁ ଶାସ୍ତ୍ର: ଘରେ କାହିଁକି ଦେଖାଯାଏ ସାଂଘାତିକ ରୋଗ; ଜାଣନ୍ତୁ ଏହାର ବାସ୍ତୁ ଦୋଷର କାରଣ କଣ ରହିଛି ଏବଂ ଏହାର ନିରାକରଣ କେମିତି କରିବେ...

ତେବେ ଏହି ଘଟଣା ଘଟିଛି ବେଙ୍ଗାଲୁରୁ ସହର ଅମ୍ରୁଥାହାଲି ସ୍ଥିତ ଲକ୍ଷ୍ମୀ ନରସିହ୍ମା ସ୍ୱାମୀ ମନ୍ଦିରରେ । ଏହି ଡିସେମ୍ବର ୨୧ ତାରିଖ ବୋଲି ଜଣାପଡ଼ିଛି । ତେବେ ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଏହାକୁ ନିନ୍ଦା କରିଛନ୍ତି । ଯିଏ ବି ଦେଖୁଛି ସିଏ ମନ୍ଦିର ପ୍ରଶାସକଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି ହିଂସାତ୍ମକ କାର୍ଯ୍ୟକୁ ବରଦାସ୍ତ କରାଯିବା ଉଚିତ୍‌ ନୁହେଁ ବୋଲି କୁହଯାଉଛି ।

ତେବେ ସବୁଠାରୁ ବଡ଼ କଥା ହେଲା, ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତି ଜଣକ କିଏ ବୋଲି ଜଣାପଡ଼ି ନାହିଁ କିନ୍ତୁ ତାଙ୍କ ଗେରୁଆ ସାର୍ଟ ଦେଖି ଅନୁମାନ କରାଯାଉଛି ଯେ, ସେ ଜଣେ ମନ୍ଦିର ପୂଜକ ହୋଇଥାଇ ପାରନ୍ତି ।

ଅନ୍ୟପଟେ ଆହୁରି ଆଶ୍ଚର୍ଯ୍ୟକର କଥା ହେଲା, ମହିଳାଙ୍କୁ ସେ ମାଡ଼ ମାରୁଥିବା ବେଳେ ସେହସି ମନ୍ଦିର ଭିତରେ ଉପସ୍ଥିତ ଥିବା ତିନି ଜଣ ପୂଜକ କେହି ବି ଏଭଳି କାଣ୍ଡକୁ ଅଟକାଇବାକୁ ଚେଷ୍ଟା କରା ନାହାନ୍ତି । କେବଳ ଛିଡ଼ା ହୋଇ ତାହା ଦେଖୁଛନ୍ତି । ଏମିତି ଲାଗୁଛି ଯେମିତି ସେହି ପୂଜକ ମାନଙ୍କ ସହମତିରେ ମହିଳାଙ୍କୁ ମାଡ଼ ମରାଯାଉଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆକ୍ସନ ମୁଡ଼ରେ ଜିଲ୍ଲାପାଳ: ବିନାଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କଲେ

ତେବେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏହି ଭିଡିଓ ଦେଖି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି । ମାଡ଼ ଖାଇବା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଦେଖନ୍ତୁ ଭିଡ଼ିଓ:


ପୋଲିସ ଘଟଣାର ତଦନ୍ତ କରିବା ପରେ ଘଟଣାରେ ଆଉ ଏକ ଟ୍ୱିଷ୍ଟ ସାମ୍ନାକୁ ଆସିଥିଲା । ଆଉ ତାହା ହେଲା, ମହିଳା ଜଣକ ଭଗବାନଙ୍କ ମୂର୍ତ୍ତି କଡ଼ରେ ବା ପାଖରେ ବସିବାକୁ ଚାହୁଥିଲେ । ସେ ଦାବି କରୁଥିଲେ ଯେ, ଭଗବାନ ଭେଙ୍କଟେଶ୍ୱର ହେଉଛନ୍ତି ତାଙ୍କ ସ୍ୱାମୀ । ତେଣୁ ସେ ପତ୍ନୀ ଭାବେ ଭଗବାନଙ୍କ ନିକଟରେ ବସିବେ ବୋଲି ଜିଦ୍‌ କରିଥିଲେ । ଆଉ ଏହାକୁ ମନ୍ଦିରର ପୂଜକମାନେ ବାରଣ କରିଥିଲେ । ସେଠାରେ ମହିଳା ଜଣକ ଯୁକ୍ତି କରିଥିଲେ । ଏମିତିକି ନିଜ ଜିଦ୍‌ରେ ଅଟଳ ରହିଥିଲେ । ଯାହାଫଳରେ ମନ୍ଦିର ଭିତରେ ଏଭଳି କାଣ୍ଡ ଘଟିଥିଲା ।

Share this story

World Odia Language Conferene