ବାପା ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖି ୮ବର୍ଷର ଝିଅକୁ ଦୁଷ୍କର୍ମ କଲା ନାବାଳକ, ରକ୍ତ ଜୁଡୁବୁଡୁ...

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲିର ସୋସିଆଲ ମିଡ଼ିଆ ଯୁଗରେ ପିଲା ଠାରୁ ବୁଢା ଯାଏଁ ସମସ୍ତେ ମୋବାଇଲ ବ୍ୟବହାର ଉପରେ ଅଜଣା ନାହିଁ, ହେଲେ ଏହାକୁ ସମସ୍ତେ କାମ ଉପଯୋଗୀ ପାଇଁ ବ୍ୟବହାର କରୁଛି ତ କେହି କେହି ଟାଇମ ପାସ ଓ ବିଭିନ୍ନ ପ୍ରକାର ରିଲ ବନେଇବାରେ ଅଧିକ ବ୍ୟବହାର କରିଥାନ୍ତି, କିନ୍ତୁ ଉତ୍ତରପ୍ରଦେଶର ବାଲିଆରେ ଯୌନ ଅପରାଧର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି।
ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍, ନଚେତ୍...
ଏଠାରେ ଜଣେ ୧୪ ବର୍ଷ ବୟସ୍କ ନାବାଳକ ନିଜ ପିତାଙ୍କ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିବା ପରେ ପଡ଼ୋଶୀରେ ରହୁଥିବା ଜଣେ ନିରୀହ ୮ ବର୍ଷର ଝିଅ ସହ ଦୁଷ୍କର୍ମ କରିଥିଲା। ପୋଲିସ ଏହି ମାମଲାରେ ଏକ ଏତଲା ରୁଜୁ କରି ନାବାଳକକୁ ଅଟକ ରଖିଛି। ଏହି ସମୟରେ କିଶୋର ନିଜର ଅପରାଧ ସ୍ୱୀକାର କରିଥିଲା।
ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ
କିଶୋରର ଯେଉଁ କାହାଣୀ କହିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା । ସେ କହିଥିଲା ଯେ, ସେ ତାଙ୍କ ପିତାଙ୍କ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିଥିଲା। ଏହା ପରେ ହିଁ ତା ମନରେ ଏପରି ଚିନ୍ତାଧାରା ଆସିବାକୁ ଲାଗିଲା ।ବାଲିଆ ଜିଲ୍ଲାର ନାଗରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି।
ରବିବାର ପୋଲିସ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛି। ଏଏସପି ମହମ୍ମଦ ଫହିମ କୁରେଶି ଗଣମାଧ୍ୟମକୁ କହିଛନ୍ତି ଯେ, ନାଗରା ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗାଁର ଜଣେ ନିରୀହ ଆଠ ବର୍ଷର ନାବାଳିକା ଖେଳୁଥିବା ବେଳେ ତାଙ୍କ ପଡ଼ୋଶୀରେ ରହୁଥିବା ୧୪ ବର୍ଷର ବାଳକ ତା ସହ ଦୁଷ୍କର୍ମ କରିଥିଲା।
ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!
ଏହି ସମୟରେ, କିଶୋର ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ଏଠାରେ ସେ ଝିଅ ସହ ଦୁଷ୍କର୍ମ କରିଥିଲା। ସେହି ସମୟରେ ଝିଅର ଅବସ୍ଥା ଖରାପ ହୋଇଯାଇଥିଲା। ଏହା ଦେଖି ନାବାଳକ ଭୟଭୀତ ହୋଇ ଝିଅଟିକୁ ଛାଡି ପଳାଇଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଘରେ ପହଞ୍ଚିବା ପରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପୋଲିସ କହିଛି ଯେ, ଏହି ମାମଲାରେ ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଆଇପିସି ଏବଂ ପୋକ୍ସୋ ଆକ୍ଟ ଧାରା ୩୭୬ ଅନୁଯାୟୀ ନାବାଳକ ବିରୋଧରେ ମାମଲା ରୁଜୁ ହୋଇଛି।
ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ