ଆଜି ଭାରତ-ପାକିସ୍ତାନ ମ୍ୟାଚ୍‌‌, ଭାରତୀୟ ଦଳକୁ ଫେରିବେ ୨ ଷ୍ଟାର ! ଏହି ୨ଟି ଟିମ୍‌ର ଫାଇନାଲ ବାଟ ବନ୍ଦ ? ଭାରତ ...

Team India will face rival Pakistan for the second time in the 2023 Asia Cup
 
Team India will face rival Pakistan for the second time in the 2023 Asia Cup
ଏହି ୨ଟି ଟିମ୍‌ର ଫାଇନାଲ ବାଟ ବନ୍ଦ ? ଭାରତ ...
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍‌‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ସୁପର-୪ ମ୍ୟାଚ୍‌‌ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍‌‌ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ୍‌‌ ପର୍ଯ୍ୟାୟ ମ୍ୟାଚ୍‌‌ ବର୍ଷା ଯୋଗୁ ବାତିଲ ହେବା ଫଳରେ ଏହି ମ୍ୟାଚ୍‌‌ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌‌ରେ ବାଂଲାଦେଶକୁ ପରାସ୍ତ କରି ୨ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଭାରତ ଏହି ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌‌ ଖେଳିବାକୁ ଯାଉଛି। ତେଣୁ ବିଜୟ ପାଇଁ ଭାରତ ଉପରେ ଅଧିକ ଚାପ ରହିବ। ପୁଣି ଥରେ ଭାରତୀୟ ଟପ୍‌‌ ଅର୍ଡର ବ୍ୟାଟର ପାକିସ୍ତାନର ବିଶ୍ୱସ୍ତରୀୟ ଦ୍ରୁତ ବୋଲରଙ୍କ ବିପକ୍ଷରେ ପରୀକ୍ଷାର ସମ୍ମୁଖୀନ ହେବ। ଉଭୟ ଦଳ ଜବରଦସ୍ତ ଅଭ୍ୟାସ କରିଛନ୍ତି।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ନେପାଳ ବିପକ୍ଷ ମ୍ୟାଚ୍ ଖେଳି ନଥିବା ଜସପ୍ରୀତ ବୁମରାହ ସ୍କ୍ବାଡ୍‌କୁ ଫେରିବେ । ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ ପଡ଼ିଥିବା ଲୋକେଶ ରାହୁଲ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତାଉପରେ ନଜର ରହିଛି । ରାହୁଲ ଖେଳିଲେ କାହାକୁ ବାଦ ଦିଆଯିବ? ଶ୍ରେୟସ ଆୟାର ନା ଇଶାନ କିଷନ?

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଚର୍ଚ୍ଚା ହେଉଛି ପାକିସ୍ତାନ ବିପକ୍ଷରେ ୨ଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ନେଇ ଓହ୍ଲାଇପାରେ ଭାରତୀୟ ଟିମ୍ । କୁଲଦୀପଙ୍କ ସହ ପ୍ଲେଇଂ ୧୧ରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେ ଖେଳିଲେ ଶାର୍ଦ୍ଦୁଲ ଠାକୁର ବସି ପାରନ୍ତି । ପେସ୍ ଆଟାକ୍ ସମ୍ଭାଳିବେ ବୁମ୍ରା ଓ ମହମ୍ମଦ ସିରାଜ୍। ଓପନିଂ ଭାରତ ଅଧିନାୟକ ରୋହିତ ଶର୍ମା ଏବଂ ଶୁବମାନ ଗିଲଙ୍କ ନିକଟରେ ରହିବ, ଏଥିରେ ସନ୍ଦେହ ନାହିଁ । ପରେ ବିରାଟ କୋହଲି ବ୍ୟାଟିଂ କରିବେ । ମଧ୍ୟକ୍ରମରେ ଅଦଳ ବଦଳ ହେଲା ସମ୍ଭାବନା କମ୍‌ । ଯଦି ଲୋକେସ୍ ରାହୁଲଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯାଏ ତେବେ ଶ୍ରେୟସ ଆୟର କିମ୍ବା ଇଶାନ କିଷନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଏହା ପରେ ୧୨ ତାରିଖରେ ଶ୍ରୀଲଙ୍କା ଓ ୧୫ରେ ବାଂଲାଦେଶକୁ ଭେଟିବ ଭାରତ । ସୁପର-୪ର ବିଜେତା ୨ଟି ଟିମ୍ ଫାଇନାଲ ଖେଳିବେ । ସେପଚେ ଆଜିର ମ୍ୟାଚରେ ବି ବର୍ଷା ବାଧକ ସାଜିପାରେ ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷନ, ହାର୍ଦ୍ଧିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରାହ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ନୂଆ ନିୟମ ଯୋଗୁଁ ୨ଟି ଟିମ୍‌ର ଫାଇନାଲ ବାଟ ବନ୍ଦ ? ଭାରତ ...

cricinfo ଅନୁସାରେ ଟୁର୍ଣ୍ଣାମେଣ୍ଟରେ କେବଳ ୧୦ ତାରିଖର ଭାରତ ପାକିସ୍ତାନ ମ୍ୟାଚ ପାଇଁ ହିଁ ରିଜର୍ଭ ଡେ ରଖାଯାଇଛି, ବାକି ୪ଟି ମ୍ୟାଚ୍‌ ପାଇଁ କାହିଁକି ଏଭଳି ବ୍ୟବସ୍ଥା ନାହିଁ ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରୁଛନ୍ତି କ୍ରିକେଟ ପ୍ରେମୀ । ଭାରତ-ପାକ୍‌ ମୁକାବିଲା ପାଇଁ ରିଜର୍ଭ ଡେ ଯୋଗୁଁ ଭାରତକୁ କିଛି ପାକିସ୍ତାନକୁ ବେଶୀ ଲାଭ ହୋଇପାରେ । 

ସୁପର୍‌ ଫୋର୍‌ର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇ ସାରିଥିବା ପାକିସ୍ତାନ ଯଦି ଭାରତ ବିପକ୍ଷ ମ୍ୟାଚ ଜିତୁଛି ତାହେଲେ ଫାଇନାଲରେ ସ୍ଥାନ ଏକପ୍ରକାର ପକ୍କା ହୋଇଯିବ । ସେହିଭଳି ଯଦି ପାକିସ୍ତାନକୁ ଭାରତ ପରାସ୍ତ କରୁଛି ଓ ସୁପର୍‌ ଫୋର୍‌ରେ ହେବାକୁ ବାକି ମ୍ୟାଚ୍‌ ବାତିଲ ହେଉଛି ତାହେଲେ ଭାରତ ଫାଇନାଲରେ ପହଞ୍ଚିଯିବ ଓ କୌଣସି ମ୍ୟାଚ୍‌ ନହାରି ବି ଟାଇଟଲ ଦୌଡ଼ରୁ ବାଦ ପଡ଼ିବ ଶ୍ରୀଲଙ୍କା । ବର୍ତ୍ତମାନ ସ୍ଥିତିକୁ ଦେଖି ଏବେ ୧୭ ତାରିଖରେ ହେବାକୁ ଥିବା ଏସିଆ କପ୍‌‌ କ୍ରିକେଟ ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ