ଦଳର ଉପସଭାପତି ପଦରୁ ହଟାଇଲେ ନବୀନ, ଜାଣନ୍ତୁ ବିଜେଡିର ଆକ୍ସନ ପରେ ସୌମ୍ୟଙ୍କ କଣ ରିଆକ୍ସନ
 

Soumya Ranjan Patnaik reaction After Removal From BJD Vice-President Post 
 
ବିଜେଡି ଦଳର ଉପସଭାପତି ପଦରୁ ହଟାଇଲେ ନବୀନ

ଓଡ଼ିଆ ଗସିପ୍ ବ୍ୟୁରୋ:ବିଜୁ ଜନତା ଦଳର ଉପସଭାପତି ପଦରୁ ବିଦା ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛିଦିନ ହେଲା ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସେ ସମ୍ପାଦକୀୟ ଆଳରେ ମିଛି ତଥ୍ୟ ଦେଇ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ। ଏହା ବିରୋଧରେ ଆଜି ବଡ଼ ପଦକ୍ଷେପ ନେଇଛନ୍ତି ଦଳର ସୁପ୍ରିମୋ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ବହିଷ୍କାର କରାଯିବା ପରେ ସୌମ୍ୟରଂଜନଙ୍କ ପ୍ରଥମ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଛଳରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ତାଙ୍କୁ ଦଳୀୟ ପଦରୁ ହଟାଇବା ନେଇ ଯେଉଁ ଚିଠି ଆସିଛି ସେଥିରେ ଥିବା ଦସ୍ତଖତ ସତରେ ଦଳର ସଭାପତି ନବୀନଙ୍କର ନା ଆଉ କିଏ କରିଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି, ଚିଠିରେ ଥିବା ଦସ୍ତଖତକୁ ନେଇ ମୋର ସନ୍ଦେହ ହେଉଛି। 

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ସୌମ୍ୟ ନିଜର ମତ ରଖି କହିଛନ୍ତି ଯେ, ଏଭଳି ପଦକ୍ଷେପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସଭାପତି ଭାବରେ ନବୀନବାବୁ  କାହାକୁ ରଖିବେ କାହାକୁ ରଖିବେ ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଇଚ୍ଛାଧୀନ ବ୍ୟାପାର। ତେବେ ଉପସଭାପତି ପଦ ଚାଲିଯିବାରେ କୌଣସି ଅସ୍ଵାଭାବିକତା ନାହିଁ। ଏହି ପଦ ହରାଇଲି ବୋଲି କିଛି ହରାଇଲା ଭଳି ମୋତେ ଲାଗୁନାହିଁ । କାରଣ ଉପସଭାପତି ଭାବରେ ସେମିତି କିଛି କରୁନଥିଲି, ଯେ ତାହାର ପ୍ରଭାବ ପଡିବ।ଏମିତି ପଦପଦବୀରେ ବିଜେଡିରେ ଅନେକ ନେତା ଅଛନ୍ତି ଯେଉଁମାନେ କିଛି କରନ୍ତି ନାହିଁ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଏଥିସହ ସେ ଆହୁରି ମଧ୍ୟ କରିଛନ୍ତି ଯେ ଉପସଭାପତି ପଦ କେବଳ ଆଳଙ୍କରିକ ଥିଲା।ତେବେ ଯେଉଁ ନିର୍ଦ୍ଦେଶନାମାଟି ଜାରି କରାଯାଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଦସ୍ତଖତ ରହିଛି ତାହା ଅସଲି ନା ନକଲି ମୋର ସନ୍ଦେହ ହେଉଛି । କାରଣ ଗୋଟିଏ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦୁଇ ମିନିଟର ସମୟ ମାଗିଥିଲି। ସେ ସମୟ ତ ମିଳିନାହିଁ, କିନ୍ତୁ  ଆଜି ଏହି ବରଖାସ୍ତର ନିର୍ଦ୍ଦେଶନାମା ମିଳିଛି। ତେବେ ଦସ୍ତଖତ ଅସଲି ନା ନକଲି ଜାଣିବା ସମ୍ଭବପର ନୁହେଁ। ସେହିପରି ରାଜନୀତି ଗୋଟିଏ ନିଷ୍ପତ୍ତିରେ ସରିଯାଏନାହିଁ ବୋଲି ସୌମ୍ୟ କହିଛନ୍ତି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

କହିବାକୁ ଗଲେ ନିକଟରେ ସେ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ‘ସମ୍ବାଦ’ରେ ଲେଖିଥିବା ସଂପାଦକୀୟ ସ୍ତମ୍ଭ ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ ଚର୍ଚ୍ଚାର ପରିସର ଆସିଥିଲା। ସ୍ତମ୍ଭ ପ୍ରକାଶିତ ହେବାର ପ୍ରାୟ ଦୁଇ ସପ୍ତାହ ପରେ ଏହାକୁ ନେଇ ସୌମ୍ୟରଂଜନଙ୍କୁ ଆକ୍ଷେପ କରି ବୟାନବାଜି ଆରମ୍ଭ କରିଥିଲେ। 

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

ପ୍ରଥମେ ବିଧାୟକ ଅରୁଣ ସାହୁ, ତା’ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ପ୍ରତାପ ଦେବ ତାଙ୍କୁ ସମାଲୋଚନା କରି ଦଳକୁ ‘ବ୍ଲାକମେଲ’ କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ସୌମ୍ୟ ଏହାର କଡ଼ା ଜବାବ ଦେଇ ଦଳରେ ଚାଲିଥିବା ଅଫିସର ରାଜକୁ  ସମାଲୋଚନା କରିଥିଲେ। ଏହି ଘଟଣା ପୁରା ଜୋର ଧରିଥିବା ବେଳେ ବର୍ତମାନ ବିଜୁ ଜନତା ଦଳ ପକ୍ଷରୁ ଆଜି ଏହି ପଦକ୍ଷେପ ନିଆଯାଇଛି।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...