ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ ଜାରି କଲା ଶାସକ ଦଳ ବିଜେଡି, ହେଲେ କାହିଁକି ପଢନ୍ତୁ
 

Whip on BJD MPs in rajyasabha
 
 
ସାଂସଦଙ୍କ ପାଇଁ ହ୍ୱିପ ଜାରି କଲା ବିଜେଡି
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବ ଶାସକ ବିଜେଡ଼ି। ଏଥିପାଇଁ ଗୃହରେ ସମସ୍ତ ଦଳୀୟ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ ଆଜି ହ୍ୱିପ ଜାରି କରିଛି ବିଜେଡ଼ି। ଗତକାଲି ଲୋକସଭାରେ ବିଲ ପାରିତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ବିଲ ଉପରେ ଆଲୋଚନା କରାଯିବ। 

ଦୀର୍ଘ ୭ ଘଣ୍ଟା ଧରି ଏହା ଉପରେ ଆଲୋଚନା କରାଯିବ। ଫଳରେ ଆଲୋଚନା ଭାଗନେବା ପାଇଁ ଦଳର ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି, ତେବେ ଦିନ ୧୧ ଟାରୁ ଏହା ଉପରେ ଆଲୋଚନା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଉପରେ ବିତର୍କ ହେବ। ଆସନ୍ତା କାଲି ଶେଷ ଦିନ ଥିବାରୁ ଆଜି ଏହାକୁ ପାରିତ କରିବାକୁ ପ୍ରୟାସ କରାଯିବ ବୋଲି ସୂଚନା ରହିଛି। 

ଅଧିକ ପଢ଼ନ୍ତୁ: ଖୋର୍ଦ୍ଧା ରାଜନୀତିର ଭିତିରି କଥା: ଜିତୁ-ଗଣେଶଙ୍କ ଚକ୍ରବ୍ୟୁହରେ ଫସିଯିବେ କି ରାଜେନ୍ଦ୍ର ?

ସୂଚନା ଯୋଗ୍ୟ ଗତକାଲି ଏହି ବିଲ ଉପରେ ଲୋକସଭାରେ ବିତର୍କ କରାଯାଇଥିଲା। ଏହି ବିଲକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମର୍ଥନ ଜଣାଇଥିଲେ। ତେବେ ଏହି ବିଲ ରାଜ୍ୟସଭାରେ ପାରିତ ହେବା ପାଇଁ ଅସୁବିଧା ହେବ ନାହିଁ। ସୂଚନାଯୋଗ୍ୟ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସମୁଦାୟ ଆସନର ୩୩% ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସଦରେ  ଆଲୋଚନା ପାଇଁ ଏହି ବିଲ୍‍ ଉପସ୍ଥାପିତ ହୋଇଛି। 

ଏହାର ନାଁ ରହିଛି ‘ନାରୀଶକ୍ତି ବନ୍ଦନ ଅଧିନିୟମ’। ନୂଆ ସଂସଦ ଭବନର ପ୍ରଥମ ବିଧେୟକ ଭାବେ ଏହାକୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସର୍ବଦଳ ସହମତିରେ ପାରିତ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। 

ଅଧିକ ପଢ଼ନ୍ତୁ: ମଉଳି ଯିବ କି ଧର୍ମେନ୍ଦ୍ର ପ୍ରଧାନଙ୍କ ସିଏମ୍ ହେବାର ସ୍ୱପ୍ନ ? ପାରିବ ତ ବିଜେପି ନିଜ କଥା ରଖି?

ଚଳିତ ଅଧିବେଶନରେ ଏହି ବିଧେୟକ ପାରିତ ହେବାର ସମ୍ଭାବନା ରହିଛି କନ୍ତୁ ନୂଆ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଓ ଜନଗଣନା ପରେ ଯାଇ ଏହାକୁ ଲାଗୁ କରାଯିବ ବୋଲି ବ୍ୟବସ୍ଥା ରହିଛି ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛି। ଏହି ବିଲ୍‍ ଆଇନରେ ପରିଣତ ହୋଇ ଲାଗୁ କରାଗଲେ ସଂସଦରେ ମହିଳାଙ୍କ ସଂଖ୍ୟା ୧୮୧ରେ ପହଞ୍ଚିବ। ୧୫ ବର୍ଷ ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ପ୍ରତି ସୀମା ନିର୍ଦ୍ଧାରଣ ସମୟରେ ଏହି ଆରକ୍ଷଣ ବ୍ୟବସ୍ଥା ବଦଳିବ। 

ସେହିପରି ୩ ଓଡ଼ିଆ ସାଂସଦ ଏହି ଆଲୋଚନାରେ ସାମିଲ ହୋଇଥିଲେ। ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଆଲୋଚନାରେ ସାମିଲ ହୋଇଥିଲେ।  ଅମୃତକାଳରେ ଭାରତକୁ ନୂଆ ଦିଗ ଦେବା ଲାଗି ଉଦ୍ଦିଷ୍ଟ ଲାଗି ବିଜେପି ନେତୃତ୍ୱାଧୀନ ସରକାର ଗତକାଲି ଏହି ବିଧେୟକ ଉପସ୍ଥାପନ କରିଥିଲେ। ଏହାପରେ ଆଲୋଚନା ଆରମ୍ଭ ହୋଇଥିଲା। ଗତକାଲି ବିଜେଡି ପକ୍ଷରୁ ନିଜର ମନ୍ତବ୍ୟ ରଖିବା ଲାଗି ଲୋକସଭାରେ ସମୟ ମିଳିଥିଲା। 

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସର୍ମିଷ୍ଠା ସେଠୀ ହେଉଛନ୍ତି ଯାଜପୁରର ସାଂସଦ ଏବଂ ଜଗତସିଂହପୁରର ସାଂସଦ ଭାବେ ରାଜଶ୍ରୀ ମଲ୍ଲିକ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି। ଗତକାଲି ପୂର୍ବାହ୍ଣରେ ଆଲୋଚନା ଆରମ୍ଭ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ମହିଳା ଆରକ୍ଷଣ ବିଲ୍‍ ସଂସଦରେ କେବେ କେମିତି ଉପସ୍ଥାପନ କରାଯାଇଥିଲା ଏବଂ ତାହା କିପରି ସମ୍ପୂର୍ଣ୍ଣତା ଲାଭ କରିପାରି ନଥିଲା ତାହା ବର୍ଣ୍ଣନା କରିଥିଲେ। ପୂର୍ବରୁ ଉପସ୍ଥାପିତ ହୋଇଥିବା ସମସ୍ତ ବିଲ୍‍ ଆଇନ ଅନୁସାରେ ଖାରଜ ହୋଇଛି ଏବଂ ଏହା ନୂତନ ବିଲ୍‍ ହୋଇଥିବାରୁ ଏହାକୁ ପାରିତ କରିବାକୁ ଶ୍ରୀ ମେଘଓ୍ୱାଲ୍‍ ସାଂସଦମାନଙ୍କୁ ଅନୁରୋଧ କରିଥିଲେ। 

ଏହାପରେ ରାୟବରେଲିରୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ପ୍ରଥମ ବକ୍ତା ଭାବେ ଏହି ବିଧେୟକକୁ ସମର୍ଥନ କରି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ବିଲ୍‍ ପାରିତ ହେବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସ୍ୱପ୍ନ ପୂରଣ ହେବ ବୋଲି କହିଥିଲେ। ଏହି ବିଲ୍‍କୁ ନେଇ ସେ ଖୁସି ସହ ଉଦବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏତେଦିନ ହେଲା ମହିଳାମାନେ ଏହି ଅଧିକାର ପାଇବା ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଏହି ବିଲରେ ଆହୁରି ଅନେକ ବର୍ଷ ଅପେକ୍ଷା କରିବାକୁ କୁହାଯାଇଛି। ଯାହାକୁ କଂଗ୍ରେସ ବିରୋଧ କରୁଛି। ଏହା ଭାରତୀୟ ମହିଳାଙ୍କ ପାଇଁ ଘୋର ଅନ୍ୟାୟ ବୋଲି ସେ କହିଥିଲା। ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ