କୁଆଡ଼େ ଗଲା ଦଶାବତାର ମୂର୍ତ୍ତି ଓ କେତେ ଯତ୍ନବାନ ଏଏସ୍‌‌ଆଇ ? ୧୨ ବର୍ଷ ହେଲା ଶ୍ରୀହୀନ ଦେଖାଯାଉଛି ଶ୍ରୀମନ୍ଦିର ମୁଖଶାଳା
 

Where is Dasavatara statue of jagannath temple singhadwara
 
କୁଆଡ଼େ ଗଲା ଦଶାବତାର ମୂର୍ତ୍ତି ଶ୍ରୀହୀନ ଦେଖାଯାଉଛି ଶ୍ରୀମନ୍ଦିର ମୁଖଶାଳା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ନାହିଁ ଦଶାବତାର ମୂର୍ତ୍ତି। ବର୍ଷେ କି ଦୁଇବର୍ଷ ନୁହେଁ, ୧୨ ବର୍ଷ ହେବ ଶ୍ରୀହୀନ ଶ୍ରୀମନ୍ଦିର ମୁଖଶାଳା। ସାଧାରଣତଃ ଭକ୍ତମାନ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରିଥାନ୍ତି। ପରେ ସିଂହଦ୍ୱାର ଗୁମୁଟ ଉପରେ ଥିବା ଦଶାବତାର ମୂର୍ତ୍ତିର ସାନ୍ନିଧ୍ୟ ନେଇ ବାଇଶିପାହାଚ ଦେଇ ବଡ଼ଦେଉଳକୁ ପ୍ରବେଶ କରିଥାନ୍ତି। ଦୀର୍ଘ ୧୨ ବର୍ଷ ତଳେ ସିଂହଦ୍ୱାର ମରାମତି ନାଁରେ ଦଶାବତାର ମୂର୍ତ୍ତିକୁ ଖୋଲି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନବମ ଅବତାରରେ କିଏ ତାକୁ ନେଇ ଉଠିଥିଲା ବାଦ ବିବାଦ। ତେବେ ଏହି ବିବାଦ ଏବଂ ଆଇନର ଆଳ ଦେଖାଇ ଭକ୍ତଙ୍କ ବିଶ୍ୱାସରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି ଏଏସ୍‌‌ଆଇ। ଫଳସ୍ୱରୂପ ଏବେ ଶ୍ରୀହୀନ ଶ୍ରୀମନ୍ଦିର ସିଂହଦ୍ୱାର।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

କାହିଁ କେଉଁ ଅମଳରୁ ସିଂହଦ୍ୱାର ସମ୍ମୁଖରେ ଦଶାବତାର ମୂର୍ତ୍ତି ପୂଜା ପାଇ ଆସୁଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବା ବେଳେ ଶ୍ରଦ୍ଧାଳୁମାନେ ମଥା ଟେକି ଦଶାବତାର ମୂର୍ତ୍ତିଙ୍କୁ ଭକ୍ତମାନେ ମୁଣ୍ଡିଆ ମାରି ମନ୍ଦିର ପ୍ରବେଶ କରୁଥିଲେ। କିନ୍ତୁ ଶ୍ରୀମନ୍ଦିର ମରାମତି, ସଂରକ୍ଷଣ ଆଳରେ ୨୦୧୨ ମସିହାରେ ଏଏସ୍‌‌ଆଇ ଏହାକୁ ସିଂହଦ୍ୱାର ଗୁମୁଟରୁ ଚୁନର ମୂର୍ତ୍ତିକୁ ହଟାଇ ଦେଇଥିଲା। ହେଲେ ବିଡ଼ମ୍ବନାର ବିଷୟ ଦଶାବତାରଙ୍କ ସ୍ଥାନରେ ସାଦା ପଥର ଲଗାଯାଇଥିଲା, ଯାହା ଏବେ ବି ରହିଛି।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଏହା ଶ୍ରୀମନ୍ଦିରର ଶ୍ରୀକୁ ନଷ୍ଟ କରିବା ସହ ଭକ୍ତଙ୍କ ଭାବାବେଗକୁ ଘୋର ଆଘାତ ପହଞ୍ଚାଇଛି। ସେ ସମୟରେ ଦଶାବତାର ମୂର୍ତ୍ତି ହଟାଯିବାକୁ ନେଇ ତୀବ୍ର ବିବାଦ ଓ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପୁନର୍ବାର ପୂର୍ବ ସ୍ଥାନରେ ଦଶାବତାର ମୂର୍ତ୍ତି ଲଗାଇବା ପାଇଁ ଭକ୍ତ ଓ ବିଭିନ୍ନ ସଙ୍ଗଠନ ଦାବି କରିଥିଲେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏକାଧିକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଶେଷରେ ମନ୍ଦିର ପ୍ରଶାସନ ଦଶାବତାର ମୂର୍ତ୍ତି ଲଗାଇବାକୁ ନିଷ୍ପତ୍ତି ନେଇଥିଲା।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ସେହି ଅନୁଯାୟୀ ପଥରରେ ମୂର୍ତ୍ତି ମଧ୍ୟ ବରାଦ ଦିଆଗଲା। କିନ୍ତୁ ଦଶାବତାର ମୂର୍ତ୍ତିଙ୍କ ନବମ ସ୍ଥାନରେ ବୁଦ୍ଧ ନା ଜଗନ୍ନାଥ ସ୍ଥାନୀତ କରାଯିବ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଦଶାବତାର କହିଲେ ମତ୍ସ୍ୟ, କଶ୍ୟପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍‌‌କୀଙ୍କୁ ବୁଝାଏ। ମାତ୍ର ନବମ ସ୍ଥାନରେ ଜଗନ୍ନାଥ ରହିଥିଲେ। ଏହି ତ୍ରୁଟିକୁ ସୁଧାରି ଜଗନ୍ନାଥଙ୍କ ସ୍ଥାନରେ ବୁଦ୍ଧଙ୍କ ମୂର୍ତ୍ତି ଲଗାଇବାକୁ ଅନେକ ଯୁକ୍ତି ବାଢିଥିଲେ।

ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?

ସେମାନେ କହିଥିଲେ ଯେ, ଶ୍ରୀଜଗନ୍ନାଥ ଅବତାର ନୁହଁନ୍ତି, ସେ ହେଉଛନ୍ତି ଅବତାରୀ। ଯେହେତୁ ନବମ ଅବତାର ବୁଦ୍ଧଙ୍କର ତେଣୁ ଦଶାବତାର ଭିତରେ ଜଗନ୍ନାଥ ରହିବା ଅନୁଚିତ ବୋଲି ମତ ରଖିଥିଲେ। ଅନେକ କିନ୍ତୁ ପୂର୍ବଭଳି ଦଶାବତାର ରଖିବାକୁ ଜିଦ୍‌‌ ଧରିଥିଲେ। ଏହି ବାଦ ବିବାଦ ଭିତରେ ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦଶାବତାର ମୂର୍ତ୍ତି ଲାଗିପାରୁ ନାହିଁ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

ଦୀର୍ଘବର୍ଷ ହେବ ଶ୍ରୀମନ୍ଦିର ସମ୍ମୁଖରେ ଦଶାବତାର ମୂର୍ତ୍ତି ନ ଲାଗିବା ନେଇ ଶ୍ରଦ୍ଧାଳୁ ଏଏସ୍‌‌ଆଇକୁ ଦାୟୀ କରିଛନ୍ତି। କାରଣ ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ ହେଉଛି ଏଏସ୍‌‌ଆଇର। ଯେତେବେଳେ ଏଏସ୍‌‌ଆଇ ପକ୍ଷରୁ ଶ୍ରୀମନ୍ଦିର ମରାମତି କରାଗଲା ସେ ସମୟରେ ଦଶାବତାର ମୂର୍ତ୍ତି କ୍ଷତବିକ୍ଷତ ହୋଇଥିଲା। ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଏଏସ୍‌‌ଆଇ ଏହାକୁ ହଟାଇ ଦେଇଥିଲା ବୋଲି ଶ୍ରଦ୍ଧାଳୁ ଅଭିଯୋଗ କରିଥିଲେ। 

ଅଧିକ ପଢ଼ନ୍ତୁ: ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ କରିବା ସହିତ ଶୁଭଫଳ ପ୍ରାପ୍ତି ପାଇଁ ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଏହି ଜିନିଷ

ପରବର୍ତ୍ତୀ ସମୟରେ ଏହା ଖଡି ପଥରରେ ନିର୍ମାଣ କରାଯାଇଥିବାରୁ ମରାମତି ସମୟରେ ଏହାକୁ କାଢି ଦିଆଯାଇଥିବା କହି ଏଏସ୍‌‌ଆଇ ଚୁପ୍‌‌ ବସିଲା। ଏବେ ଏହି ପ୍ରସଙ୍ଗକୁ ଏଏସ୍‌‌ଆଇ ସମ୍ପୂର୍ଣ୍ଣ ଭୁଲିଯାଇଛି। ଫଳସ୍ୱରୂପ ଏବେ ଦଶାବତାର ମୂର୍ତ୍ତି ଲାଗି ପାରି ନ ଥିବାବେଳେ ଶ୍ରୀହୀନ ଦେଖାଯାଉଛି ଶ୍ରୀମନ୍ଦିର ମୁଖଶାଳା। ଶ୍ରୀମନ୍ଦିର ଭଳି ପୁରାତନ ଐତିହ୍ୟର ସୁରକ୍ଷା ଦିଗରେ ଏଏସ୍‌‌ଆଇ କେତେ ଯତ୍ନବାନ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି।