ଏହି ତାରିଖରୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଳଘୁଚାପର ରୂପ, ୩-୪ ଦିନ ଯାଏଁ ଛେଚିବ
 

Due to Heavy rain in Odisha Yellow warning issued for 20 districts
 
 
Due to Heavy rain in Odisha Yellow warning issued for 20 districts
୨୯ରେ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଳଘୁଚାପର ରୂପ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପ୍ରବଳ ବର୍ଷା ହେବ। ଆଜି କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଲାଗି ରହିଥିବା ବେଳେ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ରବିବାର ଏବଂ ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡାରେ ବିଜୁଳି ସହ ଝଡ଼ବର୍ଷା ସମ୍ଭାବନା ରହିଥିବା ବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ସେପଟେ ଆସନ୍ତା ସେପ୍ଟେମ୍ୱର ୨୯ ତାରିଖରେ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପୂର୍ବ-ଉତ୍ତର ଆଣ୍ଡାମାନ ସାଗର ଓ ତା’ପାଶ୍ୱର୍ବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ଆହୁରି ଘନିଭୂତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅପରପକ୍ଷେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଚଳିତ ସେପ୍ଟେମ୍ୱର ମାସର ପ୍ରଥମ ୨୩ ଦିନରେ ରାଜ୍ୟରେ ୨୯୭.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୦୦.୧ ମିମି ତୁଳନାରେ ୪୯ ପ୍ରତିଶତ ଅଧିକ ଅଟେ । ସେହିପରି ଚଳିତ ମୌସୁମୀରେ ଅର୍ଥାତ୍‌ ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୦୮୧ମିମି ବର୍ଷା ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ ରହିଛି ଏବଂ ଏହା ସ୍ୱାଭାବିକ ପରିସରଭୁକ୍ତ ଅଟେ । ଅପରପକ୍ଷେ ଆଜି ସୁଦ୍ଧା ଅନୁଭୂତବର୍ଷା ସମ୍ପୂର୍ଣ୍ଣ ମୌସୁମୀ ଋତୁର ସ୍ୱାଭାବିକ ବର୍ଷାର (୧୧୫୦.୨ମିମି) ପାଖାପାଖି ୯୪ ପ୍ରତିଶତ ଭରଣ କରି ସାରିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।