ପ୍ରଭୁ ଚାୱଲାଙ୍କ ବଡ ବୟାନ, କହିଲେ ୨୪ରେ ପୁଣି ନବୀନ ସରକାର, ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ...., 
 

BJd government again in Odisha on 2024 said prabhu chawla
 
 
୨୪ରେ ପୁଣି ନବୀନ ସରକାର,
 

ଓଡ଼ିଆ ଗସିପ୍ ବ୍ୟୁରୋ:୨୦୨୪ରେ ପୁଣି ଓଡ଼ିଶାରେ ହେବ ନବୀନ ପଟ୍ଟନାୟକଙ୍କ ସରକାର। ୨୬ବର୍ଷର ରାଜନୈତିକ ଜୀବନରେ ନବୀନ ପଟ୍ଟନାୟକଙ୍କ ସେବା, ସଂସ୍କାର ଓ ବିକାଶର ମନ୍ତ୍ର ପାଇଁ ସେ ଅପରାଜେୟ ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଆସୁଛନ୍ତି। ଗର୍ବ, ଅହଙ୍କାର, ଔଦ୍ଧତ୍ୟ, ହିଂସା, ଦ୍ୱେଷ ଆଦିରୁ ବ୍ୟକ୍ତିଗତ ଭାବେ ନିଜକୁ ଊର୍ଦ୍ଧ୍ବରେ ରଖି ଦଳ ଓ ସରକାରକୁ ନିଆରା ମାର୍ଗରେ ପରିଚାଳନା କରିଆସୁଥିବାରୁ ତାଙ୍କର ସମର୍ପିତ ସେବାକୁ ସାଧାରଣ ଲୋକେ ବାରମ୍ବାର ସ୍ୱୀକୃତି ଦେଇଆସୁଛନ୍ତି।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କରିବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ଦେଶର ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଭୁବନେଶ୍ବରରେ ଆୟୋଜିତ ଇଣ୍ଡିଆନ ଏକ୍ସପ୍ରେସର ” ଅ ” ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା କହିଛନ୍ତି ବର୍ତ୍ତମାନର ରାଜନୈତିକ ସ୍ଥିତିରେ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ । କାରଣ ଓଡ଼ିଶାରେ ନବୀନଙ୍କ ବିକଳ୍ପ କେହି ନାହାନ୍ତି କିମ୍ବା ବିରୋଧୀ ବି ନାହାନ୍ତି। ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢେଇ କରିବାକୁ କେହି ବିରୋଧୀ ଦଳ ନାହାନ୍ତି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଓଡ଼ିଶାର ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ । ନବୀନ ଜଣେ ଲମ୍ବା ନେତା ହେଲେ ବି ଛୋଟ ଗାଡ଼ି ଚଢନ୍ତି । ସେ ଖୁବ କମ କଥା କହିଥାନ୍ତି । ତାଙ୍କ କାମ ହିଁ କଥା କହେ । ତାଙ୍କ କାମ ହିଁ ଝଡ ସୃଷ୍ଟି କରେ । ୨୦୨୪ ରେ ଓଡ଼ିଶାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ସେପଟେ ବିରୋଧୀଙ୍କ ଚିରାଚରିତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରଭୁ ଚାଓ୍ବଲା କହିଛନ୍ତି ନେତାଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ । ବିରୋଧୀ ଅସହିଷ୍ଣୁ ହୋଇ ବିଭିନ୍ନ ରାଜନୈତିକ ଅଭିଯୋଗ କରୁଛନ୍ତି । ଯେପରି ସମ୍ବାଦପତ୍ରରେ ସମ୍ପାଦକଙ୍କ ବିନା ଅନୁମତିରେ କୌଣସି ଖବର ଛପେ ନାହିଁ, ସେହିଭଳି ଶାସନରେ ଶାସନ ମୁଖ୍ୟଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି ସେ କହିଛନ୍ତି ।