ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ
 

Weekly Horoscope from 24th december 2023 to 30th december 2023
 
 
କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...

ମେଷ: ରବି, ସୋମ,ମଙ୍ଗଳବାରରେ କୌଣସି ଶୁଭ ସମାଚାର ପାଇପାରନ୍ତି। କର୍ମକ୍ଷେତ୍ରରେ କିଛି ନୂତନ ପରିବର୍ତ୍ତନ ଆସିବ। ବୁଧ, ଗୁରୁବାରରେ ନିଜ ବିଚାରଧାରାରେ ପରିବର୍ତ୍ତନ ଆଣିବେ। ଶୁକ୍ର, ଶନିବାରରେ ନିଜ ଉତ୍ତମ ବ୍ୟବହାରରେ ସମସ୍ତଙ୍କ ପ୍ରିୟଭାଜନ ହେବେ।

ବୃଷ: ରବି, ସୋମ,ମଙ୍ଗଳବାରରେ ମନୋବଳ ଦୃଢ଼ କରି ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ପାଇବେ। ବୁଧ, ଗୁରୁବାରରେ ପଡ଼ୋଶୀଙ୍କ ସହ ସମ୍ପର୍କରେ ଭିନ୍ନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ ତରବରିଆ ଭାବରେ କୌଣସି ନିଷ୍ପତ୍ତି ନଅନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ ପାଇ ଆଗକୁ ବଢ଼ିବେ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ମିଥୁନ: ରବି, ସୋମ,ମଙ୍ଗଳବାରରେ ଦୀର୍ଘଦିନର ସ୍ବପ୍ନ ବାସ୍ତବ ରୂପ ନେବ। ନୂତନ ଭୂସଂପତ୍ତିର ଅଧିକାରୀ ହେବେ। ବୁଧ, ଗୁରୁବାରରେ ପଡ଼ୋଶୀମାନଙ୍କ ସହଯୋଗ ପାଇବେ। ଶୁକ୍ର, ଶନିବାରରେ ପରିବାର ସଦସ୍ୟଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେବ।

କର୍କଟ: ରବି, ସୋମ,ମଙ୍ଗଳବାରରେ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। କୌଣସି ଭୁଲ୍‌ ନିଷ୍ପତ୍ତି ପାଇଁ କଷ୍ଟ ପାଇପାରନ୍ତି। ବୁଧ, ଗୁରୁବାରରେ ବନ୍ଧୁବାନ୍ଧବଙ୍କ ସହ ଅଧିକ ସମୟ କଟାଇବେ। ଶୁକ୍ର, ଶନିବାରରେ ପରିବାରଠାରୁ ସହଯୋଗ ପାଇବେ।

ସିଂହ: ରବି, ସୋମ,ମଙ୍ଗଳବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ବାଦବିବାଦରୁ ଦୂରେଇ ରୁହନ୍ତୁ। ବୁଧ, ଗୁରୁବାରେ ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ପରିବାରରେ ଶୁଭକାର୍ଯ୍ୟ ସଂପାଦନ ହୋଇପାରେ। ଶୁକ୍ର, ଶନିବାରରେ କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିପାରିବେ।

ଅଧିକ ପଢନ୍ତୁ :ବୃହଷ୍ପତି ମହାଦଶା କ’ଣ? ଜାଣନ୍ତୁ ଏହାର ପ୍ରଭାବରେ କିଭଳି ବଦଳିଯାଏ ବ୍ୟକ୍ତିଙ୍କ ଭାଗ୍ୟ.

କନ୍ୟା: ରବି, ସୋମ,ମଙ୍ଗଳବାରରେ କର୍ମକ୍ଷେତ୍ରରେ ବ୍ୟସ୍ତତା ମଧ୍ୟରେ ରହିବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ବୁଧ, ଗୁରୁବାରେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଶୁକ୍ର, ଶନିବାରରେ ମହିଳାମାନେ ସ୍ବାବଲମ୍ବୀ ହେବେ। ଉଚ୍ଚଆଶା ପୂରଣ ହେବେ।

ତୁଳା: ରବି, ସୋମ,ମଙ୍ଗଳବାରରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ। ବୁଧ, ଗୁରୁବାରରେ ସନ୍ତାନମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ। ବ୍ୟବସାୟରେ ହାନି ହୋଇପାରେ। ଶୁକ୍ର, ଶନିବାରରେ ଧାର୍ମିକ ଚିନ୍ତାଧାରାରେ ପରିବାରରେ ଏକତା ବଢ଼ିବ।

ବିଛା: ରବି, ସୋମ, ମଙ୍ଗଳବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ବୁଧ, ଗୁରୁବାରରେ ଅର୍ଥପ୍ରାପ୍ତିର ଯୋଗ ରହିଛି। ପଡ଼ୋଶୀଙ୍କ ସହଯୋଗ ମିଳିବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...

ଧନୁ: ରବି, ସୋମ,ମଙ୍ଗଳବାରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। କ୍ୟାରିୟର ସମ୍ବନ୍ଧରେ ବିଦେଶ ଯାତ୍ରା କରିପାରନ୍ତି। ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ସ୍ବାବଲମ୍ବୀ ହେବେ। ଶୁକ୍ର, ଶନିବାରରେ ସାହିତ୍ୟ ଓ କଳା ପ୍ରତି ଆଗ୍ରହ ଦେଖାଇବେ।

ମକର: ରବି, ସୋମ,ମଙ୍ଗଳବାରରେ ଜୀବନରେ କିଛି କଠିନ ପରିସ୍ଥିତିରେ ସମ୍ମୁଖୀନ ହେବାକୁ ପଡ଼ିପାରେ। ବୁଧ, ଗୁରୁବାରରେ ଅଟକି ରହିଥିବା କାର୍ଯ୍ୟ ନିଜ ଲୋକଙ୍କ ସହଯୋଗରେ ପୂର୍ଣ୍ଣ ହେବ। ଶୁକ୍ର, ଶନିବାରରେ ଅଯଥା ଚିନ୍ତା ନ କରି ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

କୁମ୍ଭ: ରବି, ସୋମ,ମଙ୍ଗଳବାରରେ ସମସ୍ୟାଗୁଡ଼ିକର ସମାଧାନ ରାସ୍ତା ପାଇବେ। ଦୀର୍ଘଦିନର ଆଶା ପୂରଣ ହେବ। ବୁଧ, ଗୁରୁବାରରେ ପଦୋନ୍ନତିର ଯୋଗ ରହିଛି। କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ନେଇପାରନ୍ତି। ଶୁକ୍ର, ଶନିବାରରେ ଦରକାରୀ କାଗଜପତ୍ରକୁ ସତର୍କତା ସହ ରଖନ୍ତୁ।

ମୀନ: ରବି, ସୋମ,ମଙ୍ଗଳବାରରେ ପାରିବାରିକ ସମ୍ପର୍କରେ ଦେଖାଦେଉଥିବା ମନୋମାଳିନ୍ୟ ଭିନ୍ନ ମୋଡ଼ ନେଇପାରେ। ବୁଧ, ଗୁରୁବାରରେ ବ୍ୟବସାୟକୁ ନେଇ ଚିନ୍ତିତ ରହିପାରନ୍ତି। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେଇ ପାରନ୍ତି। ଶୁକ୍ର, ଶନିବାରରେ ଧାର୍ମିକ କାର୍ଯ୍ୟରେ ଭାଗନେବେ।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !