ଘରର ସଠିକ୍ ଦିଗରେ ଲଗାନ୍ତୁ ୨୦୨୪ କ୍ୟାଲେଣ୍ଡର, ବର୍ଷ ସାରା ଟଙ୍କା ପଇସାର ହେବନି ଅଭାବ!
 

The right place for hanging the New Year calendar 2024
 
 
କ୍ୟାଲେଣ୍ଡର ଲଗାଇବା ପୂର୍ବରୁ କରନ୍ତୁନି ଏହି ଭୁଲ୍...
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ବାସ୍ତୁ ନିୟମ ଅନୁସାରେ, ଘରେ ପୁରୁଣା କ୍ୟାଲେଣ୍ଡର ରଖିବା ଅଶୁଭ ହୋଇଥାଏ। ସଠିକ୍‌ ଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ବାରା ଉନ୍ନତି ହୋଇଥାଏ। ତେବେ କ୍ୟାଲେଣ୍ଡର ଟାଙ୍ଗିବା ପାଇଁ କେଉଁ ଦିଗ ସଠିକ୍‌ ହେବ ଏବଂ ଦିଗ ଅନୁଯାୟୀ ବାସ୍ତୁର ପ୍ରଭାବ କିଭଳି ପଡ଼ିବ ଜାଣନ୍ତୁ….

ଅଧିକ ପଢନ୍ତୁ :୨୦୨୪ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!

ନୂତନ ବର୍ଷର ଆଗମନ ସହିତ ବର୍ଷର କ୍ୟାଲେଣ୍ଡର, ବ୍ରତ, ପର୍ବପର୍ବାଣୀ ତାରିଖ ମଧ୍ୟ ପରିବର୍ତ୍ତନ ହୁଏ । ଯଦି ଆପଣ ୨୦୨୪ ବର୍ଷ ପାଇଁ ଏକ କ୍ୟାଲେଣ୍ଡର ଘରେ ରଖୁଛନ୍ତି । ତେବେ ଏହାକୁ ସଠିକ୍ ଦିଗରେ ରଖନ୍ତୁ । ଯାହା ଫଳରେ ଭଗବାନ କୁବେରଙ୍କ ଆଶୀର୍ବାଦ ରହିବ ଏବଂ ବର୍ଷ ସାରା ଟଙ୍କା ପଇସାର ଅଭାବ ରହିବ ନାହିଁ ।

ଯଦି ଆପଣ ନିଜ ଘରେ ୨୦୨୪ ବର୍ଷର ଏକ କ୍ୟାଲେଣ୍ଡର ରଖୁଛନ୍ତି ତେବେ ଏହାକୁ ସଠିକ୍ ଦିଗରେ ରଖନ୍ତୁ । ଏହା ବିଶ୍ୱାସ କରାଯାଏ ଯେ ସଠିକ୍ ଦିଗରେ କ୍ୟାଲେଣ୍ଡର ରଖିଲେ ତାହା ବର୍ଷସାରା ସୁଖ ଏବଂ ସମୃଦ୍ଧତା ଆଣିଥାଏ ।

ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି

କେଉଁ ଦିଗରେ ରଖିବା ଉଚିତ?

ନୂତନ ବର୍ଷର କ୍ୟାଲେଣ୍ଡରକୁ ଘରର ପଶ୍ଚିମ ଦିଗରେ ରଖନ୍ତୁ । ଏହା ହେଉଛି ପ୍ରବାହର ଦିଗ | ବିଶ୍ୱାସ କରାଯାଏ ଯେ, ଏହି କାରଣରୁ କୁବେର ଏବଂ ମା ଲକ୍ଷ୍ମୀ ବର୍ଷସାରା ଅର୍ଥର ଅଭାବ ହେବାକୁ ଦିଅନ୍ତି ନାହିଁ । କ୍ୟାଲେଣ୍ଡର୍‌ର ପୃଷ୍ଠାଗୁଡ଼ିକରେ ହିଂସ୍ର ପଶୁ କିମ୍ବା ଦୁଃଖୀ ଚେହେରାର ଫଟୋ ରହିବା ଭଲ ନୁହେଁ। କାରଣ ଏହା ମନରେ ନକାରାତ୍ମକ ପ୍ରଭାବ ପକାଏ।

ପୂର୍ବ ଦିଗର ସ୍ବାମୀ ହେଉଛନ୍ତି ସୂର୍ଯ୍ୟ, ଯିଏକି ନେତୃତ୍ବ ଗୁଣର ବିକାଶ କରିଥାନ୍ତି। ତେଣୁ ପୂର୍ବ ଦିଗରେ କ୍ୟାଲେଣ୍ଡର ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ପୂର୍ବ ଦିଗ ସନ୍ତାନମାନଙ୍କ ଜୀବନ ବିକାଶର ଦ୍ବାର ଖୋଲିଥାଏ। ଉଦିତ ସୂର୍ଯ୍ୟଙ୍କ ଚିତ୍ର କ୍ୟାଲେଣ୍ଡରରେ ଥିଲେ, ଉତ୍ତମ ବୋଲି ବିଚାର କରାଯାଏ। 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

୨୦୨୪ ବର୍ଷର କ୍ୟାଲେଣ୍ଡରକୁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଆପଣଙ୍କ ଘରେ କିମ୍ବା ଅଫିସରେ ଆଦୌ ଦକ୍ଷିଣ ଦିଗରେ କ୍ୟାଲେଣ୍ଡର ଲଗାନ୍ତୁ ନାହିଁ । ଏହା ଜମଙ୍କ ଦିଗ ବୋଲି କୁହାଯାଏ। ଦକ୍ଷିଣ ଦିଗରେ କ୍ୟାଲେଣ୍ଡର ରଖିବା ଦ୍ବାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । 

ପୁରୁଣା ବର୍ଷର କ୍ୟାଲେଣ୍ଡର ନଦୀରେ ଭସାଇଦେବା ଉଚିତ୍ । କ୍ୟାଲେଣ୍ଡରରେ ଦେବାଦେବୀଙ୍କ ଫଟୋ ଥିବାରୁ ଅପବିତ୍ର ସ୍ଥାନ କିମ୍ବା ଏଠିସେଠି ରଖିଲେ ସୌଭାଗ୍ୟ ଦୁର୍ଭାଗ୍ୟରେ ବଦଳିଯାଇଥାଏ । କ୍ୟାଲେଣ୍ଡରକୁ ଆଦୌ ଘରର ମୁଖ୍ୟ କବାଟ ପାଖରେ ଲଗାନ୍ତୁ ନାହିଁ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)