ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !
ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଧର୍ମର ଅନେକ ବ୍ୟକ୍ତି ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳଲାଗି ମଧ୍ୟ କରିଥାନ୍ତି, ଏମିତିକି ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ଭାବରେ ଆମେମାନେ ବିବେଚନା କରିଥାଉ । ସୂର୍ଯ୍ୟଙ୍କୁ ନେଇ ଅନେକ ମଧ୍ୟ ବିଶ୍ୱାସ ରହିଛି ଏମିତିକି ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସୂର୍ଯ୍ୟଙ୍କୁ ନେଇ ଅନେକ ରହସ୍ୟ ଉନ୍ମୋଚିତ ହୋଇଛି ।
ତେବେ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ରାଶିରେ ସଠିକ ସ୍ଥିତିରେ ଥିଲେ ରାଶିରେ ବ୍ୟକ୍ତିଙ୍କ ଜୀବନରେ ବହୁତ ବଡ଼ ସଫଳତା ହାସଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତ୍ୟେକ ଦିଗରୁ ଲାଭ ମିଳିଥାଏ ବୋଲି କୁହାଯାଏ । ଚଳିତ ବର୍ଷ ଜାନୁୟାରୀ ୧୫ ତାରିଖରୁ ସୂର୍ଯ୍ୟ ମକର ରାଶିରେ ଚଳନ କରିବେ ।
ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!
ଏହି କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଖୁବ ଲାଭ ମିଳିବ ବୋଲି କୁହାଯାଉଛି । ସେମଧ୍ୟରୁ ବୃଷ, ସିଂହ, ଧନୁ ରାଶି ଏବଂ ମୀନ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ବୋଲି ବିବେଚନା କରାଯାଉଛି ।
ବୃଷ:- ମକର ରାଶିରେ ସୂର୍ଯ୍ୟଙ୍କ ଚଳନ କାରଣରୁ ବୃଷ ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଆପଣ ଇଚ୍ଛା କରୁଥିବା ସ୍ଥାନରେ ସମ୍ପତ୍ତି କିଣିବାର ସୁଯୋଗ ପାଇପାରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଭଲ ସମୟ ହେବ । ବିଦେଶରେ ପଢିବାର ସୁଯୋଗ ରହିଛି । କ୍ୟାରିୟର କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ।
ଅଧିକ ପଢନ୍ତୁ :ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ଆଗକୁ ଆସୁଛି ଭଲ ସମୟ!
ସିଂହ:- ମକର ରାଶିରେ ସୂର୍ଯ୍ୟଙ୍କ ଚଳନ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫଳପ୍ରଦ ହେବ । ଏହା ଆପଣଙ୍କ ଜୀବନରେ ଖୁବ ସଫଳତା ଆଣିବ । ଚାକିରିରେ ପଦୋନ୍ନତି ହେବାର ସୁଯୋଗ ରହିଛି । ମାନ ସମ୍ମାନ ବୃଦ୍ଧି ହେବା ସହିତ ପ୍ରଶଂସାଭାଜନ ହେବେ । ଦୂରଯାତ୍ରା ଫଳପ୍ରଦ ହେବ । ବ୍ୟବସାୟରେ ମଧ୍ୟ ଲାଭ ହେବ ।
ଅଧିକ ପଢନ୍ତୁ :ମକର ସଂକ୍ରାନ୍ତି ଏହି ୬ ରାଶି ପାଇଁ ଅଶୁଭ, ସାବଧାନ ନହେଲେ ହରାଇବେ ସର୍ବସ୍ବ !
ଧନୁ:- ସୂର୍ଯ୍ୟଙ୍କର ଚଳନ କାରଣରୁ ଆପଣ ଭାଗ୍ୟବାନ ହେବେ । ପାରିବାରିକ ବିବାଦର ସମାଧାନ ହେବା ସହ ହସ ଖୁସିରେ ଜୀବନ ବିତିବ । ବିଦେଶୀ ଉତ୍ସରୁ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ । ଆପଣଙ୍କ ସାଥୀଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ ।
ଅଧିକ ପଢନ୍ତୁ :ଏହି ରାଶିର ଲୋକଙ୍କ କର୍ମରେ ବାଧା ଉପୁଜିବା ସହ ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ, ପଢନ୍ତୁ ରାଶିଫଳ
ମୀନ:- ସୂର୍ଯ୍ୟଙ୍କର ଚଳନ ପ୍ରଭାବରୁ ଆପଣଙ୍କୁ ଶୁଭଫଳ ମିଳିବ । କଠିନ ପରିଶ୍ରମ କରି ଆପଣ ସଫଳତା ହାସଲ କରିବାରେ ସକ୍ଷମ ହେବେ । କ୍ୟାରିଅର କ୍ଷେତ୍ରରେ ମଧ୍ୟ ବଡ଼ ସଫଳତା ମିଳିବ । ବ୍ୟୟ ଅପେକ୍ଷା ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିବ ।
ଅଧିକ ପଢନ୍ତୁ :ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)