ଯିଏ ହୋଇନି ବାହା ତାକୁ ମନା ମନ୍ଦିର;ନୋ ଏଣ୍ଟ୍ରି ଉପରେ ଏହା ରହିଛି କାରଣ

 

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ନାନା ମୁନି ନାନା ମତ ଯାହା ଭଲ ତାହା କର । ଆଉ ବେଳେ ବେଳେ ଏମିତି କିଛି ନିଷ୍ପତ୍ତିକୁ ନେଇ ଆମ ସମାଜରେ ଚର୍ଚ୍ଚା ହୁଏ ଆଲୋଚନା ବି ହୁଏ । ଆଜି ଏମିତି ଏକ ପ୍ରସଙ୍ଗରେ ଆମେ ଆଲୋଚନା କରିବାକୁ ଯାଉଛେ ଯାହା ସମ୍ପର୍କରେ ଆପଣମାନେ ଉଣା ଅଧିକେ ଜାଣିବା ଜରୁରୀ । କାହିଁକିନା ହୁଏତ ଆପଣଙ୍କ ଅଞ୍ଚଳରେ ବି କିଛି ଏମିତି ନିଷ୍ପତ୍ତି ନିଆଯାଇପାରେ...

ଅଧିକ ପଢ଼ନ୍ତୁ: ସବୁ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ; ହାଇକୋର୍ଟଙ୍କ ଆସିଲା ଏପରି ବଡ଼ ରାୟ

ଏଣିକି ମାଙ୍କ ମନ୍ଦିରକୁ ମୋବାଇଲ ନେବା ମନା । ଏପରିକି ଆପଣ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନେଇପାରିବେ ନାହିଁ ।  ମାଆଙ୍କ ବିଗ୍ରହର ଫଟୋ ଉଠାଇବା ନିଷେଧାଦେଶ ଜାରି ହୋଇଛି । ଯଦିବା ଆପଣ ବେଢ଼ାରେ ଫଟୋ ଉଠାଉଛନ୍ତି , ସେଥିପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ଜରିମାନା । ସବୁଠୁ ବଡ଼ କଥା ହେଉଛି ଗର୍ଭ ଗୃହକୁ ଅବିବାହିତ ସେବକ ପଶି ପାରିବେନି ।

ଅଧିକ ପଢ଼ନ୍ତୁ: କାହିଁକି ମନ୍ତ୍ରୀ ପଦରୁ ବିଦା ହେଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ; କାଳ ହେଲା କି ଅର୍ଚ୍ଚନା, ଶର୍ମିଷ୍ଠା ସଂଯୁକ୍ତା ଲିଙ୍କ୍ ?

ଝଙ୍କଡ଼ ଶାରଳା ମନ୍ଦିରରେ ଲାଗିଛି ଏଭଳି ନୂଆ କଟକଣା।  ଏଣିକି ମନ୍ଦିର ଭିତରକୁ ମୋବାଇଲ ଓ ପଲିଥିନ ନେବା ଉପରେ ଲାଗିଲା ରୋକ। ଏପରିକି ମନ୍ଦିରରେ ମାଆଙ୍କ ବିଗ୍ରହର ଫଟୋ ଉଠାଇବା ନିଷେଧ... ବେଢାରେ ଫଟୋ ଉଠାଇଲେ ବି ଲାଗୁ ହେବ ଜରିମାନା ।

କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ଡ୍ରେସ କୋର୍ଡ଼ ଲାଗୁ ନେଇ ବିତର୍କ ଚାଲିଛି । ଦେଶରେ ଅନେକ ପ୍ରସିଦ୍ଧ ଧାର୍ମିୟ ସ୍ଥଳରେ ଦର୍ଶନ ନେଇ ଭକ୍ତଙ୍କ ପାଇଁ ରହିଛି ବେଶ ପୋଷାକ କଟକଣା। ଏମିତିକି ଚାରିଧାମର ମନ୍ଦିରରେ ଭକ୍ତମାନେ ଦର୍ଶନ କରିବା ସମୟରେ ଶାଳୀନତା ସମ୍ପନ୍ନ ବେଶଭୂଷା ରହିବା ଆବଶ୍ୟକ। ଏନେଇ ଯୁକ୍ତି ବାଢ଼ିବା ସହ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ୍‌ ଦାବି କରିଛି ଦଇତାପତି ନିଯୋଗ।

ଅଧିକ ପଢ଼ନ୍ତୁ: ଅଶୁଭ ମଙ୍ଗଳବାର: ଗୋଡ଼ଭଙ୍ଗା ଘାଟିରେ ଅଘଟଣ, ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍‌

ନିଯୋଗର ବରିଷ୍ଠ ସେବାୟତମାନେ ଏହାମଧ୍ୟ କହିଛନ୍ତି କି ଭକ୍ତ ଦକ୍ଷିଣ ଭାରତରେ ବିଭିନ୍ନ ମନ୍ଦିରରେ ଲାଗୁ ହେଉଥିବା ଭକ୍ତଙ୍କ ଡ୍ରେସ୍‌ କୋଡ୍‌ ପରି ଶ୍ରୀମନ୍ଦିରରେ ବି ଡ୍ରେସ୍‌କୋଡ ଲାଗୁ ହେଉ। ଏହାସହ ଭକ୍ତଙ୍କ ପାଇଁ ଚେଜିଂ ରୁମ୍‌ର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସେପଟେ ଡ୍ରେସ୍‌ କୋଡ୍‌ ସମ୍ପର୍କରେ ପରିଚାଳନା କମିଟିରେ ଆଲୋଚନା କରିଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।