କୌଣସି କଥାକୁ ନେଇ ଚିନ୍ତା କରିବା ସହ ସମସ୍ୟାରେ ପଡ଼ିପାରନ୍ତି ଏହି ରାଶି ଲୋକ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Wednesday 5th June 2024
 
 
Horoscope for Wednesday 5th June 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଆର୍ଥିକ ମାମଲାରେ ଉନ୍ନତି ହେବ। ଅଫିସ୍‌ରେ କର୍ମଚାରୀଙ୍କ ସହଯୋଗ ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପରିବାରରେ ସୁଖଶାନ୍ତି ଲାଗି ରହିବ।

ବୃଷ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ମାନ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ମାମଲା ପାଇଁ ଦିନଟି ଭଲ। ସତ କହି ହଇରାଣରେ ପଡ଼ିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷତ ହେବ।

ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳାମାନଙ୍କୁ କାମ ଚାପ ରହିବ। କୋର୍ଟ କଚେରୀ ମାମଲାରେ ସଫଳ ହୋଇପାରନ୍ତି। ଆଧ୍ୟାତ୍ମିକ ପରିବେଶରେ ଯୋଗଦେବେ। ମାନ ସମ୍ମାନ ବୃଦ୍ଧି ପାଇବ।

କର୍କଟ: ଧନବୃଦ୍ଧି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ବ ପାଇପାରନ୍ତି। ପ୍ରେମ ବ୍ୟାପାରରେ ସଫଳ ହେବେ। ଜୀବନରେ ସୁଖ–ସମୃଦ୍ଧି ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ଠିକ୍‌ ରହିବ।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

ସିଂହ: ନୂତନ ଯାନବାହନ କ୍ରୟ ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଖୁସି ଖବର ପାଇପାରନ୍ତି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

କନ୍ୟା: ସମସ୍ୟାରେ ପଡ଼ିପାରନ୍ତି। ସତର୍କତା ସହିତ କାମ କରନ୍ତୁ। ଅଧିକ ଚିନ୍ତା କରନ୍ତୁନି। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବର ପାଇ ଖୁସି ହେବେ। ପୂଜାର୍ଚ୍ଚନା କରନ୍ତୁ।

ତୁଳା: ପରିଶ୍ରମର ଫଳ ମିଳିବ। ଶିକ୍ଷାକ୍ଷେତ୍ରରେ ଯଶସ୍ବୀ ହେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ସହିବେ। ଖର୍ଚ୍ଚ ବଢ଼ିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ପରିବାରଲୋକଙ୍କ ସହଯୋଗ ମିଳିବ। ବନ୍ଧୁଙ୍କୁ ଉପହାର ପ୍ରଦାନ କରିବେ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ। ଅତିଥି ସତ୍କାର କରିପାରନ୍ତି।

ମକର: ଆଳସ୍ୟତା ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।

ମୀନ: ଆୟ-ବ୍ୟୟ ସମାନ ରହିବ। କର୍ମକ୍ଷେତ୍ରରେ କାମଚାପ ବଢ଼ିବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ । ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ।

ଅଧିକ ପଢନ୍ତୁ : ଏଥର ପବିତ୍ର 'ସାବିତ୍ରୀ ଅମାବାସ୍ୟା'ରେ ଦୁର୍ଲଭ ଯୋଗ, ଏହି ରାଶିଙ୍କ ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା