ନିଜ ଲୋକ ଶତ୍ରୁ ସାଜିବେ, ଅଯଥା ଖର୍ଚ୍ଚ ବଢ଼ିବା ସହ ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ 

Horoscope for wednesday 3rd April 2024
 
 
Horoscope for wednesday 3rd April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଆୟର ନୂତନ ମାର୍ଗ ଉନ୍ମୋଚିତ ହେବ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। କଠିନ କାର୍ଯ୍ୟକୁ ସରଳ ବନାଇବାରେ ସଫଳ ହେବେ। ଚାକିରିରେ ପଦୋନ୍ନତି ସମ୍ଭାବନା ରହିଛି।

ବୃଷ: ଆଇଟି ଓ ଇଞ୍ଜିନିୟରିଂ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ। ଚଳିତ ସପ୍ତାହରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସମୟ ଭଲ।

ମିଥୁନ: ଅଯଥା ରାଗରୁଷା କରନ୍ତୁନି। ନକାରାତ୍ମକ ଚିନ୍ତାଧାରା ଯୋଗୁଁ ହଇରାଣ ହୋଇପାରନ୍ତି। ନିଜ ଲୋକ ଶତ୍ରୁ ସାଜିବେ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମନ ପ୍ରସନ୍ନ ରହିବ।

ଆଧିକ ପଢନ୍ତୁ : ଗୋଟିଏ ରାଶିରେ ଏକାସାଙ୍ଗରେ ୪ ଗ୍ରହଙ୍କ ମିଳନ, ଚତୁଃଗ୍ରାହୀ ଯୋଗ ଯୋଗୁଁ ୫ରାଶିଙ୍କ ଫିଟିବ ଭାଗ୍ୟ!

କର୍କଟ: ଅଫିସ୍‌ କାମରେ ବ୍ୟସ୍ତ ରହିବେ। ଅତିରିକ୍ତ ଦାୟିତ୍ବ ତୁଲାଇ ପ୍ରଶଂସିତ ହେବେ। କଳା ଓ ବିଜ୍ଞାନ ପ୍ରତି ରୁଚି ବଢ଼ିବ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ।

ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ଜଟିଳ ପରିସ୍ଥିତିରେ ଆତ୍ମବିଶ୍ବାସ ହରାନ୍ତୁନି। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବା ଭଲ।

କନ୍ୟା: ଦିନଟିରେ କର୍ମଚଞ୍ଚଳ ରହିବେ। ନୂତନ କାମ ଆରମ୍ଭ କରିବା ପାଇଁ ସମୟ ଭଲ। ଯୋଗ୍ୟତା ଅନୁଯାୟୀ ଚାକିରି ମିଳିବ। ଅଯଥା ଖର୍ଚ୍ଚ ବଢ଼ିବ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଚାକିରି ଖୋଜୁଥିବା ବ୍ୟକ୍ତି ହତୋତ୍ସାହ ହେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଘରକୁ ଅତିଥିଙ୍କ ଆଗମନ ହେବ।

ଆଧିକ ପଢନ୍ତୁ :ଏଭଳି ନୀଳ ଶିରା ଗୋଡରେ କାହିଁକି ଦେଖାଯାଏ ? ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଜରୁରି କାର୍ଯ୍ୟ ପାଇଁ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ଉତ୍‌ଫୁଲ୍ଲିତ ରହିବେ। ସରକାରୀ କାମ ସମସ୍ୟା ସମାଧାନ ହେବ। ପାରିବାରିକ ବିବାଦରୁ ଦୂରେଇ ରହିବେ।

ଧନୁ: ପାରିବାରିକ ଜୀବନରେ କଳହ ଯୋଗ ରହିଛି। ଧୈର୍ଯ୍ୟର ସହ ଏହାକୁ ସମାଧାନ କରିବା ଭଲ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ।

ମକର: କ୍ୟାରିୟର ପାଇଁ ସଂଘର୍ଷ କରିବାକୁ ପଡ଼ିବ। କାର୍ଯ୍ୟସ୍ଥଳରେ କିଛି କଥାକୁ ଗୁପ୍ତ ରଖୀବା ଭଲ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଅବିବାହିତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିପାରେ।

କୁମ୍ଭ: ଆତ୍ମବିଶ୍ବାସ ସହିତ କାର୍ଯ୍ୟ କରି ସଫଳ ହେବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେଇପାରେ। ଅଫିସ୍‌ କାମ ସୂଚାରୁରୂପେ ତୁଲାଇବେ।

ମୀନ: ଅଧିକ ଚିନ୍ତା ରୋଗର କାରଣ ସାଜିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳତା ମିଳିବ। ଅଚାନକ ଖୁସି ଖବର ପାଇପାରନ୍ତି। ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବେ।

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ!