ଆର୍ଥିକ ବାଧା ସହ ଅଧିକ ଖର୍ଚ୍ଚାନ୍ତ ଯୋଗ ଯୋଗୁଁ କଠିନ ପରିସ୍ଥିତି ଦେଇ ଗତି କରିବେ, ପଢନ୍ତୁ ଆଜିର ରାଶିଫଳ
 

Horoscope for Wednesday 27 September 2023
 
 
ପଢନ୍ତୁ ଆଜିର ରାଶିଫଳ

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...

ମେଷ: ସକାରାତ୍ମକ ଦୃଷ୍ଟିକୋଣରୁ ଦିନଟି ଭଲରେ ବିତିବ। ଦୀର୍ଘଦିନରୁ ଥିବା ସମସ୍ୟାରୁ ସମାଧାନ ମିଳିବ। । ଅଯଥା ଉଧାର ଦେଇ ହଇରାଣରେ ପଡ଼ିବେ। ପାରିବାରିକ ସୁଖ ଶାନ୍ତି ଲାଗି ରହିବ।

ବୃଷ: ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଖେଳକୁଦରେ ଉତ୍ସାହ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ପୂରଣ ପାଇଁ ପରିଶ୍ରମ କରିେବ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ମିଥୁନ: ପରିବାର ସଦସ୍ୟଙ୍କ ସହ ଖସଖୁସିରେ ସମୟ ବିତାଇବେ। ପିଲାଙ୍କ ପଢ଼ାକୁ ନେଇ ଅଭିଭାବକ ଚିନ୍ତିତ ରହିେବ। ସମ୍ପତ୍ତିକୁ ନେଇ ବାଦବିବାଦ ଲାଗିପାରେ। ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ।

କର୍କଟ: ଯୁବପିଢ଼ି କ୍ୟାରିୟରକୁ ନେଇ ଯୋଜନା କରିବେ। ଆର୍ଥିକ ମାମଲା ସୁଦୃଢ଼ ରହିବ। ମାନହାନି ହୋଇପାରେ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

ସିଂହ: ଘରେ ହସଖୁସି ମାହୋଲ ରହିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। କୋର୍ଟକଚେରୀ ମାମଲାରେ ଲିପ୍ତ ରହିେବ। ବୈବାହିକ ଜୀବନ ସୁଖମୟ ହେବ। ଅନ୍ୟ ଉପରେ ଅଧିକ ଭରସା କରିବା ଅନୁଚିତ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

କନ୍ୟା: ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମାନସମ୍ମାନ ବୃଦ୍ଧି ପାଇବ। ନିବେଶ କରିପାରନ୍ତି। ସକାରାତ୍ମକ ଲୋକଙ୍କ ସହ ସମୟ ବିତାନ୍ତୁ। ପୂଜାର୍ଚ୍ଚନା କରନ୍ତୁ।

ତୁଳା: ବର୍ତ୍ତମାନ ଜମି କିମ୍ବା ଯାନବାହନ କିଣିବା ପାଇଁ ସଠିକ୍‌ ସମୟ ନୁହେଁ। ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଧିକ ଖର୍ଚ୍ଚାନ୍ତ ଯୋଗ ରହିଛି। ଶିକ୍ଷାକ୍ଷେତ୍ରରେ ଯଶସ୍ବୀ ହେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।

ବିଛା: କୌଣସି ଦିଗରୁ ଶୁଭ ଖବର ମିଳିପାରେ। ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ କରିେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ଧନୁ: ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଅଧିକ ଚିନ୍ତିତ ରହିେବ। କାର୍ଯ୍ୟରେ ଆର୍ଥିକ ବାଧା ଦେଖାଦେଇପାରେ। ଅର୍ଥ ନିବେଶ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ମକର: ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ଅଯଥା ଖର୍ଚ୍ଚ ବଢ଼ିବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ମୀନ: ଆୟରେ ବୃଦ୍ଧି ଘଟିବ। ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

ଅଧିକ ପଢ଼ନ୍ତୁ: ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା