ଏହି ରାଶି ଲୋକଙ୍କ ଅଯଥା ଖର୍ଚ୍ଚ ବଢ଼ିବା ସହ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ! ପଢନ୍ତୁ ରାଶିଫଳ 
 

Horoscope for Thursday 30 November 2023
 
 
ପଢନ୍ତୁ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...,

ମେଷ: ଦିନଟି ଭଲରେ କଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ।

ବୃଷ: ଦିନଟିରେ ମିଶ୍ରିତ ଫଳ ମିଳିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭ ଫଳ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ : ଆୟୁଷ୍ମାନ୍‌ ହେବେ। ଠାକୁରଙ୍କ ନିକଟରେ ମଧୁର ପ୍ରେମ, ଭକ୍ତି ନିବେଦନ କରିପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରି ସୁଖ ଭୋଗ କରିବେ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

କର୍କଟ : ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ ଆପଣଙ୍କର ଧ୍ୟେୟ ହେବ। ଏକାନ୍ତରେ ସାଧନା ପାଇଁ ଗିରିରାଜଙ୍କ ଆମନ୍ତ୍ରଣକୁ ରକ୍ଷା କଲେ ସଫଳକାମୀ ହେବେ। ଶରଣାର୍ଥୀଙ୍କ ପାଇଁ ଧନ ବ୍ୟୟ କରିବେ।

ସିଂହ: ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ବିଦେଶ ଯାତ୍ରା କରିବେ।

କନ୍ୟା: ବନ୍ଧୁଙ୍କ ସହାୟତାରେ ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପୂଜାପାଠରେ ସାମିଲ ହେବେ। ପ୍ରେମ ଜୀବନରେ ମଧୁରତା ଆସିବ। ବ୍ୟବସାୟରେ ପରିବର୍ତ୍ତନ ଆସିବ।

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ତୁଳା : ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟ ବଳରେ ବଳୀୟାନ୍‌ ହେବେ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ପୁଣ୍ୟପ୍ରଭା ପ୍ରତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ବିଛା : ଏପରି କାର୍ଯ୍ୟ ନକରନ୍ତୁ; ଯେଉଁଥିରେ କି ଉଜ୍ଜ୍ବଳ ଭବିଷ୍ୟତ ‘ଅଜଣା ବୈତରଣୀ’ ପରି ନ ହେବ। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ କରିପାରନ୍ତି। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ହେବ।

ଧନୁ: ଅର୍ଥ ସଞ୍ଚୟ କରିବେ। ଭବିଷ୍ୟତର କୌଣସି ଯୋଜନାକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଅନ୍‌ଲାଇନ୍‌ କାର୍ଯ୍ୟରୁ ଲାଭ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ମକର: ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବେ। ଅଯଥା ଖର୍ଚ୍ଚ ବଢ଼ିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ଘରର ଗୁରୁଜନଙ୍କ ସହ ଆଲୋଚନା କରିବେ।

କୁମ୍ଭ : ସଦାଚାରୀ ହେବେ। ଅତିମାନସ ଜ୍ଞାନଚକ୍ଷୁକୁ ଉନ୍ମୋଚନ କରିବାକୁ ପଡ଼ିବ। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଆପଣଙ୍କ ବିଶ୍ବାସୀ ଲୋକ ପରୋକ୍ଷରେ ଅବିଶ୍ବାସୀ ହୋଇପାରନ୍ତି।

ମୀନ :ମହତ୍‌ ପ୍ରୟାସୀ ହୋଇପାରନ୍ତି। ଧର୍ମୀୟ ବିଚାରରେ ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଶ୍ରଦ୍ଧା, ପ୍ରେମ ଓ ଶାନ୍ତି ରୂପକ ସର୍ବ ସୁଖ ଭୋଗ କରିପାରନ୍ତି। ମହନୀୟ କର୍ମସମୂହ ଶୀର୍ଷାସନ ଦେଇପାରେ।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!