ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ପାରିବାରିକ ସମସ୍ୟା ଦେଖା ଦେବ, ପଢନ୍ତୁ ରାଶିଫଳ 
 

Horoscope for Thursday 25 january 2024
 
 
Horoscope for Thursday 25 january 2024
ପଢନ୍ତୁ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ....

ମେଷ: ଭାବିଥିବା କାମ ପୂରା କରିବେ। ବନ୍ଧୁଙ୍କ ସହଯୋଗ ମିଳିବ। ଆଇନଜୀବୀଙ୍କୁ ଶୁଭଫଳ ମିଳିବ। ନୂଆ କାମ ଆରମ୍ଭ କରିବାକୁ ଇଚ୍ଛା କରିବେ। ଅର୍ଥପ୍ରାପ୍ତି ଯୋଗ ଅଛି। ବରିଷ୍ଠ ଅଧିକାରୀଙ୍କ ସହ ଭେଟ ହେବ।

ବୃଷ: ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ। ଅଫିସ୍‌ କାମ ସୁଚାରୁରୂପେ ତୁଲାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଛାତ୍ରଛାତ୍ରୀମାନେ ପଢ଼ାରେ କୃତକାର୍ଯ୍ୟ ହେବେ। ମନ ଖୁସି ରହିବ।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ମିଥୁନ: ଅଫିସ୍‌ରେ ନୂଆ ଦାୟିତ୍ବ ମିଳିବ। ଘର ପାଇଁ ନୂଆ ଜିନିଷ କିଣିବେ। ବ୍ୟବସାୟରେ ଲାଭ ହେବ। ମାର୍କେଟିଂ ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ନବବିବାହିତା ଦମ୍ପତି ଦୂର ସ୍ଥାନକୁ ବୁଲିବାକୁ ଯିବେ।

କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବାପାମାଆଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବିରୋଧୀ କାମରେ ବାଧା ଦେବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ।

ସିଂହ: ଭାଇଭଉଣୀଙ୍କ ସାହାଯ୍ୟ ମିଳିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସମୟ ପୂର୍ବରୁ କାମ ପୂରା କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସୁନ୍ଦର ସମୟ ଅତିବାହିତ କରିବେ।

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

କନ୍ୟା: ଯାତ୍ରାରୁ ଲାଭ ହେବ। କୌଣସି କାର୍ଯ୍ୟକୁ ପୂରା କରିବାରେ ପଡ଼ୋଶୀ ସହାୟତା କରିବେ। ମହିଳାମାନେ କର୍ମଚଞ୍ଚଳ ରହିବେ। ଆଧ୍ୟାତ୍ମିକ ପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ତୁଳା: ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ସମସ୍ୟା ଦେଖା ଦେବ। ଯାନବାହନ ଚାଳନା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ।

ବିଛା: ମାନସିକ ଚିନ୍ତା ଦୂର ହେବ। ସମାଜସେବା ଲାଗି ସମ୍ମାନିତ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ସମ୍ବନ୍ଧ ମଜଭୁତ ହେବ। ନୂଆ କାମ ଶିଖିବାର ଅବସର ଜୁଟିବ।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଧନୁ: ବ୍ୟବସାୟରେ ଉନ୍ନତି ଘଟିବ। ଜୀବନସାଥୀଙ୍କଠାରୁ ଉପହାର ମିଳିବ। ମନ ପ୍ରସନ୍ନ ରହିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀ ସମ୍ମାନିତ କରିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମକର: କାମ ବୋଝ ଅଧିକ ରହିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ପରିବାରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେବେ। କ୍ୟାରିୟରକୁ ଆଗକୁ ନେବା ପାଇଁ ନୂଆ ସୁଯୋଗ ମିଳିବ।

କୁମ୍ଭ: ଶୁଭ ଖବର ମିଳିବ। ଘରକୁ ଅତିଥିଙ୍କ ଆଗମନ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ମହିଳା ବନ୍ଧୁଙ୍କ ସହଯୋଗ ମିଳିବ।

ମୀନ: ସ୍ବଭାବରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନେ ଖେଳକୁଦ ଓ ମନୋରଞ୍ଜନରେ ସମୟ ଅତିବାହିତ କରିବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ