ଆର୍ଥିକ ସମସ୍ୟା ଦେଖା ଦେବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Saturday 10 February 2024
 
 
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ବ୍ୟବସାୟରେ କ୍ଷତି ଘଟିବ। ବିଦ୍ୟାର୍ଥୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ଗୁରୁଜନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପରିଶ୍ରମର ଉଚିତ ଫଳ ମିଳିବ।

ବୃଷ: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଆର୍ଥିକ ସମସ୍ୟା ଦେଖା ଦେବ। ବାଦବିବାଦରୁ ଦୂରେଇ ରହିବେ। ବ୍ୟବହାରରେ ସଂଯମତା ରକ୍ଷା କରିବେ।

ଅଧିକ ପଢନ୍ତୁ :ଏହି ଖାଦ୍ୟ ଖାଇବା ଶୀଘ୍ର ବନ୍ଦ କରନ୍ତୁ ; ନଚେତ୍ ଭୋଗିବେ ପେଟ କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

ମିଥୁନ: ଅଫିସ୍‌ରେ କାର୍ଯ୍ୟଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ନୂଆ କାମ ଆରମ୍ଭ କରିବେ। ବନ୍ଧୁଙ୍କ ସହ ମତାନ୍ତର ହେବ।

କର୍କଟ: ଦିନଟି ଭଲରେ କଟିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ବନ୍ଧୁଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ।

ସିଂହ: ସମାଜରେ ମାନ, ପ୍ରତିଷ୍ଠା ବଜାୟ ରହିବ। ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହଯୋଗ ଲୋଡ଼ିବେ। ବ୍ୟବସାୟକୁ ନେଇ ବଡ଼ ନିଷ୍ପତ୍ତି ନେବେ। କାର୍ଯ୍ୟକ୍ଷେତ୍ରରେ ନିବେଶ କରିବେ। ବିରୋଧୀଙ୍କଠାରୁ ସତର୍କ ରହିବେ।

ଅଧିକ ପଢନ୍ତୁ :ମେଷ ରାଶିରେ ଖୁବଶୀଘ୍ର ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ଯୋଗୁଁ ବଢିବ ସମସ୍ୟା!

କନ୍ୟା: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଅଫିସରେ ପଦୋନ୍ନତି ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ।

ତୁଳା: ପରିବାର ସହିତ ଦୂର ସ୍ଥାନକୁ ଯାତ୍ରା କରିବେ। ପେଟ ଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧାର କରଜରୁ ଦୂରେଇ ରହିବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବେ ଓ ଅସାବଧାନତା ଯୋଗୁଁ ସମସ୍ୟାରେ ପଡିପାରନ୍ତି। 

ବିଛା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ। ପୂଜାପାଠ ପ୍ରତି ରୁଚି ବଢ଼ିବ।

ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!

ଧନୁ: ଅଫିସ୍‌ରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଅଯଥା କାମରୁ ଦୂରେଇ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କ ମଜଭୁତ୍‌ ହେବ। ନିଯୁକ୍ତି ସୁଯୋଗ ପାଇବେ। କଠିନ ପରିଶ୍ରମ କରିବେ।

ମକର: ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। କାର୍ଯ୍ୟରେ ବ୍ୟସ୍ତ ରହିବେ। ବନ୍ଧୁଙ୍କୁ ମନକଥା କହିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ।

କୁମ୍ଭ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।

ମୀନ: ସହକର୍ମୀଙ୍କ ସହଯୋଗରେ ଅଫିସ୍ କାର୍ଯ୍ୟ ପୂରା କରିବେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ କାଟିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।

ଅଧିକ ପଢନ୍ତୁ :୧୦ ଥର ବିଧାୟିକା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, ଗତକାଲି ମୁଖ୍ୟମନ୍ତ୍ରୀ ଭେଟି...