ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ ଋଣ ବୋଝରୁ ମୁକ୍ତି ମିଳିବ!
ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ଦେବଦେବୀଙ୍କୁ ସମର୍ପିତ। ଏହି କ୍ରମରେ ମଙ୍ଗଳବାର ହେଉଛି ହନୁମାନଙ୍କ ଦିନ। ହନୁମାନଙ୍କୁ ସ୍ମରଣ କରି ମଙ୍ଗଳବାର ଯଦି କିଛି ଉପାୟ କରାଯାଏ, ତେବେ ଋଣ ବୋଝରୁ ମୁକ୍ତି ମିଳିଥାଏ।
କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦାନ କରିବା ଦରକାର। ମଙ୍ଗଳବାର ଦିନ ଧନ, ଅନ୍ନ, ବସ୍ତ୍ର ଆଦି ଦାନ କରିବା ଦ୍ବାରା ଋଣରୁ ଶୀଘ୍ର ମୁକ୍ତି ମିଳିଥାଏ। ତେବେ ଦାନ କରିବା ସମୟରେ ହନୁମାନଙ୍କୁ ଅବଶ୍ୟ ସ୍ମରଣ କରିବା ଉଚିତ।
ଅଧିକ ପଢନ୍ତୁ :୩୦ ବର୍ଷ ପରେ ଡିସେମ୍ବରରେ ୩ଟି ବିରଳ ଯୋଗ, ଏହି ୩ ରାଶିଙ୍କୁ ମିଳିବ ପ୍ରବଳ ଲାଭ !
ସେହିପରି କରଜରୁ ମୁକ୍ତି ପାଇଁ ମଙ୍ଗଳବାରରେ ‘ଓଁ ହନୁମତେ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହା ଦ୍ବାରା ଧନ ଅଭାବ ରହେ ନାହିଁ ଏବଂ ଲକ୍ଷ୍ମୀ ବାସ କରନ୍ତି।
ମଙ୍ଗଳବାର ଦିନ ହନୁମାନଙ୍କ ସାମ୍ନାରେ ବସି ତାଙ୍କର ଧ୍ୟାନ କରି ହନୁମାନ ସ୍ତୋତ୍ର ପାଠ କରିବା ଦରକାର।
ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
ମଙ୍ଗଳବାରରେ ହନୁମାନଙ୍କୁ ୧୧ଟି ଅଶ୍ବତ୍ଥ ପତ୍ରରେ ଶ୍ରୀରାମ ଲେଖି ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଋଣ ଭାର କମ୍ ହୁଏ।
ଏହିଦିନ ଲକ୍ଷ୍ମୀପୂଜା କଲେ ବି କରଜରୁ ମୁକ୍ତି ମିଳିଥାଏ। ଏହା ସହ ଧନ ବି ବୃଦ୍ଧି ହୁଏ।
ଅଧିକ ପଢନ୍ତୁ :ବୃହଷ୍ପତି ମହାଦଶା କ’ଣ? ଜାଣନ୍ତୁ ଏହାର ପ୍ରଭାବରେ କିଭଳି ବଦଳିଯାଏ ବ୍ୟକ୍ତିଙ୍କ ଭାଗ୍ୟ...