ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
 

What food should kidney patients avoid?
 
 
କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ବର ଅନେକ ଦେଶରେ ଲକ୍ଷ ଲକ୍ଷ ଲୋକ କିଡନୀ ରୋଗରେ ଆକ୍ରାନ୍ତ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବି ଯାଉଛି । ହେଲେ ସଚେତନତା ଅଭାବରୁ କିଡନୀ ରୋଗ ସମୟରେ ଆମେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ ଜାଣି ପାରନ୍ତି ନାହିଁ।  

କିଡନୀ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏଥିପ୍ରତି ଅନେକ ଲୋକ ହେୟଜ୍ଞାନ କରିଥାନ୍ତି । ଯାହା ଫଳରେ ଅକାଳରେ ଜୀବନ ବି ଯାଉଛି । କିନ୍ତୁ ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ କରି କିଡନୀ ସମସ୍ୟାକୁ ମୁକାବିଲା କରିହେବ ।

ଅଧିକ ପଢନ୍ତୁ : ପିଲା ଜନ୍ମ କରିବାର ସଠିକ୍ ବୟସ କେତେ? ନଜାଣି ଭୁଲ କରନ୍ତି ମାତା-ପିତା

ଜୀବନଶୈଳୀରେ କଣ ପରିବର୍ତ୍ତନ କରି ଏବଂ କେଉଁ ଖାଦ୍ୟ ଖାଇଲେ ଆପଣ କିଡନୀ ରୋଗ ସହିତ ମୁ୍କାବିଲା କରିପାରିବେ? କିଡନୀ ରୋଗ ସମୟରେ ଆମେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍? ଏଭଳି କିଛି ଖାଦ୍ୟ ବାବଦରେ ଜାଣନ୍ତୁ।

ପୋଟାସିୟମ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମିନେରାଲ୍‌ ଯାହା ସ୍ନାୟୁ ଏବଂ ମାଂସପେଶୀ କୋଷଗୁଡିକ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ। କିନ୍ତୁ ଅଧିକ ପୋଟାସିୟମ୍ କିଡନୀ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆପଣ କଦଳୀ, କମଳା ଏବଂ ଆଳୁ ପରି ଜିନିଷର ବ୍ୟବହାରକୁ କମ୍ କରିବା ଉଚିତ୍ ।

ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

ଆମେ ଲୁଣ ମାଧ୍ୟମରେ ଅଧିକାଂଶ ସୋଡିୟମ୍ ପାଇଥାଉ । କିଡନୀ ରୋଗୀ ପ୍ରତିଦିନ ୪ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । କାରଣ ଏହା କିଡନୀକୁ ନଷ୍ଟ କରିପାରେ । କିଡନୀ ରୋଗରେ ପୀଡିତ ଲୋକଙ୍କ ପାଇଁ ଏହା ବିଷଠାରୁ କମ୍ ନୁହେଁ। ଆପଣ ଲୁଣିଆ ଚିପ୍ସ, ଫାଷ୍ଟଫୁଡ୍ ଏବଂ ସମସ୍ତ ପ୍ରକାରର ଲୁଣିଆ ଜିନିଷଠାରୁ ଦୂରରେ ରହିବା ଉଚିତ୍ ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ମାଂସ ଓ ପ୍ରୋସେସ୍ଡ ମିଟ୍‌ ବା ପ୍ରକ୍ରିୟାକୃତ ମାଂସରେ ଅଧିକ ପରିମାଣର ପ୍ରୋଟିନ୍‌ ଥାଏ । କିନ୍ତୁ ଅଧିକ ପରିମାଣର ଖାଇଲେ ଏହା କିଡନୀ ଉପରେ ପ୍ରଭାବ ପକାଇଥାଏ । ଯାହାକି କିଡନୀ ରୋଗୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଥାଏ ।

କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଅନେକ ଲୋକ ଚା କିମ୍ବା କଫିରୁ ଦିନ ଆରମ୍ଭ କରନ୍ତି । ଯଦିଓ ଏହା ଆପଣଙ୍କୁ କିଛି ସମୟ ପାଇଁ ସତେଜତା ଦେଇଥାଏ । କିନ୍ତୁ ଦୀର୍ଘ ସମୟ ପାଇଁ ଏହା କିଡନୀକୁ କ୍ଷତି ପହଞ୍ଚାଏ । ତେଣୁ କିଡନୀ ରୋଗୀ ଚା କିମ୍ପା କଫି ଆଦୌ ପିଇବା ଉଚିତ ନୁହେଁ ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...