ପ୍ରାଇଭେଟ୍ ଭିଡିଓ ଭାଇରାଲ୍ କରିଦେଲେ ଶୀତଲଙ୍କ ବୟଫ୍ରେଣ୍ଡ, କୋର୍ଟକୁ ଟାଣିଲେ ଅଭିନେତ୍ରୀ

ପୁରୁଷ ବନ୍ଧୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଓଲିଉଡ ଅଭିନେତ୍ରୀ ଶୀତଲ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଡ଼ିଓ ଭାଇରଲ କରିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କ ନାମରେ ଏତଲା ଦେଲେ ଓଲିଓଡ଼ ଅଭିନେତ୍ରୀ ଶୀତଲ ପାତ୍ର । କେବଳ ସେତିକି ନୁହେଁ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ନିର୍ଯାତନା ଦେବ ସହ ଧମକ ଚମକ ଦେବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ।

ଅଧିକ ପଢ଼ନ୍ତୁ : ଦୁଇଫାଳ ହେବ ଆଫ୍ରିକା, ଜନ୍ମ ନେବ ନୂଆ ସମୁଦ୍ର; ଜାଣନ୍ତୁ କେମିତି ଘଟିବାକୁ ଯାଉଛି ଏହି ରହସ୍ୟମୟ ଘଟଣା

ଏନେଇ କୋର୍ଟର ଦ୍ୱାରସ୍ଥ ହେବା ପରେ ଲକ୍ଷ୍ମୀ ଥାନା ପୋଲିସ ମାମଲା ରୁଜୁ କରିଛି । ପୋଲିସ ଅଭିଯୁକ୍ତ ପୁରୁଷ ବନ୍ଧୁ ବିରୁଦ୍ଧରେ IPC ଦଫା 268, 294, 349, 350, 354, 354A, 354C, 383, 420, 468, 499, 503, 509, IT Act 66A, 66E, 67, 67A ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିନେତ୍ରୀଙ୍କ ଅଭିଯୋଗ ଅନୁସାରେ, ସେ ୧୫ ବର୍ଷ ଧରି ଓଡ଼ିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି । ୨୦୧୯ ମସିହାରେ ଜଣେ ଜାତୀୟ ସ୍ତରରେ କାମ କରିଥିବା ଜଣେ ସିନେ ନିର୍ଦ୍ଦେଶକଙ୍କ ସହ ତାଙ୍କ ପରିଚିତ ହୋଇଥିଲା । ପରେ ଜାତୀୟ ସ୍ତରର ସିନେମାରେ ସୁଯୋଗ ଦେବାକୁ କହି ସମ୍ପର୍କ ନିବିଡ଼ କରିଥିଲେ । ପରେ ପ୍ରେମ ସମ୍ପର୍କ ହୋଇଥିଲା। କିଛି ଦିନ ପରେ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ : ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

ଏପରିକି ଗତ ୨୦୨୨ ମେ ୨୯ ତାରିଖରେ ସୁଟିଂ ସେଟରେ ପହଞ୍ଚି ହଙ୍ଗାମା କରିଥିବା ନେଇ ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏପରିକି ସୋସିଆଲ ମିଡ଼ିଆରେ ଫେକ ଆକାଉଣ୍ଟ କରି ତାଙ୍କୁ ଓ ତାଙ୍କର ପରିବାରଙ୍କୁ ବଦନାମ କରୁଥିବା ନେଇ ପୁରଷ ବନ୍ଧୁଙ୍କ ମାରେ ଅଭିଯୋଗ ହୋଇଛି ।

ପ୍ରକାଶ ଥାଉକି ଶୀତଲ ପାତ୍ର ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ଓଡ଼ିଆ ଚଳଚ୍ଚିତ୍ର ‘ଯିଏ ଯାହା କହୁ ମୋର ଢୋରୁ’ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଶୀତଲ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ବ୍ରାଣ୍ଡେଡ୍ ଗାଜେଟ୍ କିଣିବାକୁ ୮ ମାସର ପୁଅକୁ ବିକି ଦେଲେ ମା-ବାପା, କାହିଁକି ଜାଣନ୍ତୁ

ଶୀତଲ ପିଲାଦିନରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ । ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥର ନିର୍ଦ୍ଦେଶକ ହର ପଟ୍ଟନାୟକ ଶୀତଲଙ୍କୁ ଜଣେ ନର୍ତ୍ତକୀ କେତକି ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଧାରାବାହିକର କାହାଣୀ ଅନୁସାରେ ଜୟଦେବ ପୁରୀକୁ ଆସି ଅବସ୍ଥାନ କରିବା ବେଳେ କେତେକି ତାଙ୍କ ପାଇଁ ଅବଢ଼ା ପଠାଉଥିଲେ । ସେହି ଭୂମିକାରେ ଶୀତଲଙ୍କର ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ।

ଏହାପରେ ୨୦୧୫ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଯିଏ ଯାହା କହୁ ମୋର ଢୋ’ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମୀନକେତନ ଶୀତଲଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଶୀତଲଙ୍କ ସ‌ହ ନାୟକ ବାବୁସାନ୍ ଏବଂ ମୀନକେତନ ମଧ୍ୟ ଅଭିନୟ କରିଥିଲେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କୁ ଛାଡି ଆସିଥିଲି, କେବଳ ମୋ ଦେହ ପାଇଁ ମତେ ଡାକିଥିଲେ ପ୍ରେମିକ ବିଶ୍ୱଜିତ

୧୮ ଅକ୍ଟୋବର ୨୦୧୫ରେ ଦୁର୍ଗାପୂଜା ସମୟରେ ବାବୁସାନଙ୍କ ସ‌ହ ମୁକ୍ତିଲାଭ କରିଥିଲା ‘ଭଲପାଏ ତତେ ୧୦୦ରୁ ୧୦୦’ । ୨୦୧୬ ନବ ବର୍ଷରେ ପୁଣିଥରେ ବାବୁସାନ ଏବଂ ରିୟାଙ୍କ ସ‌ହ ଶୀତଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।