ସରକାରଙ୍କ ବଡ ଘୋଷଣା : ମହିଳାଙ୍କୁ ମିଳିବ ୧୨ ହଜାର ଟଙ୍କା, ଏହି ଦିନ ହେବ ଆକାଉଣ୍ଟକୁ ଜମା

State Government comes up with new scheme for women

ଓଡ଼ିଆ ଗସିପ ବ୍ୟୁରୋ : ମଧ୍ୟ ପ୍ରଦେଶରେ ହେବାକୁ ଥିବା ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟର ଅଧା ଜନସଂଖ୍ୟାକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ଘୋଷଣା କରିଛନ୍ତି । ନର୍ମଦା ଜୟନ୍ତୀ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ମହିଳାମାନଙ୍କ ପାଇଁ ଲାଡଲି ବହନା ଯୋଜନାର ଘୋଷଣା କରିଥିଲେ ।

ବର୍ତ୍ତମାନ ପ୍ରଶାସନ ଓ ସରକାର ଏହା ଉପରେ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅର୍ଥାତ୍ ମାର୍ଚ୍ଚ ୮ରେ ଏହି ଯୋଜନା ଆରମ୍ଭ ହେବ । ବର୍ତ୍ତମାନ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଅନୁଯାୟୀ, ଏହି ସ୍କିମ୍ ଆରମ୍ଭ ହେବାର ଦିନରୁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଏହାପୂର୍ବରୁ ଏହି ଯୋଜନା ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଚାର କରାଯିବ ।

ଆହୁରି ପଢ଼ନ୍ତୁ : କଣ ଏହି ରୋଗ 'ଲିଭର ସିରୋସିସ୍’, ଯାହା ପାଇଁ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ ଜୀବନ: କ’ଣ ରହିଛି ଏହାର ଲକ୍ଷଣ ? କେମିତି କରିବେ ପ୍ରତିକାର ?

ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଗ୍ରାମ ଓ ୱାର୍ଡ ପରିଦର୍ଶନ କରି ଫର୍ମଗୁଡ଼ିକ ପୂରଣ କରାଯିବ । ଲାଡଲି ବହନା ଯୋଜନା ଅଧୀନରେ ଗରିବ ଓ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କୁ ମାସକୁ ୧ ହଜାର ଟଙ୍କା ଦିଆଯିବ । ଅର୍ଥାତ୍ ସେମାନଙ୍କୁ ପ୍ରତିବର୍ଷ ସରକାରଙ୍କ ତରଫରୁ ୧୨ ହଜାର ଟଙ୍କା ଦିଆଯିବ ।

ଏହି ଯୋଜନା ବିଷୟରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ପରିବାରକୁ ମଜବୁତ କରିବା ପାଇଁ ସେ ଏହି ଲାଡଲି ବହନା ଯୋଜନା ରେ ଦେବାକୁ ଯାଉଥିବା ଅର୍ଥକୁ ବ୍ୟବହାର କରିବା ଆବଶ୍ୟକ । ବର୍ତ୍ତମାନ ମନେ କରାଯାଉଛି ଯେ, ଏହି ନିର୍ବାଚନୀ ବର୍ଷରେ ରାଜନୈତିକ ମାଷ୍ଟର ଷ୍ଟ୍ରୋକ ଅଧା ଜନସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ଆକୃଷ୍ଟ କରିବା ପାଇଁ ଏକ ପ୍ଲାନ ।

ଶିବରାଜ ସିଂ ଚୌହାନ ନର୍ମଦା ଜୟନ୍ତୀ ଅବସରରେ ନର୍ମଦାପୁରମ୍ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏଠାରୁ ସେ ଘୋଷଣା କରିଛନ୍ତି ଯେ, "ଆମର ଗରିବ ଭଉଣୀମାନେ, ନିମ୍ନ ମଧ୍ୟବିତ୍ତର ଭଉଣୀମାନେ, କୌଣସି ଜାତି କିମ୍ବା ଧର୍ମ ହେଉ, ଭଉଣୀମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ? ଏହିପରି ଭଉଣୀମାନଙ୍କୁ ବର୍ତ୍ତମାନ ପ୍ରତି ମାସରେ ୧,୦୦୦ ଟଙ୍କା ଦିଆଯିବ । ଏହାର ଅର୍ଥ ସେମାନଙ୍କୁ ଗୋଟିଏ ବର୍ଷରେ ୧୨ ହଜାର ଦିଆଯିବ ।"

ଆହୁରି ପଢ଼ନ୍ତୁ : ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ ସାଜେ କି କଳିର କାରଣ? ଉଭୟଙ୍କ ଭିତରେ କେତେ ପାର୍ଥକ୍ୟ ରହିବା ଦରକାର; ଜାଣନ୍ତୁ ରିସର୍ଚ୍ଚ କଣ କହୁଛି...

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗକୁ କହିଛନ୍ତି ଯେ, "ଲାଡଲି ଲକ୍ଷ୍ମୀ ଯୋଜନା, ଲାଡଲି ଲକ୍ଷ୍ମୀ ଯୋଜନା-୨ ପରେ ସରକାର ଲାଡଲି ବହନା ଯୋଜନା ଆରମ୍ଭ କରୁଛନ୍ତି । ଏଥିରେ ରାଜ୍ୟର ପ୍ରତ୍ୟେକ ବର୍ଗର ଭଉଣୀମାନଙ୍କୁ ଏକ ହଜାର ଟଙ୍କା ଦିଆଯିବ । ପ୍ରତି ମାସରେ ପ୍ରତ୍ୟେକ ଯୋଗ୍ୟ ଭଉଣୀଙ୍କ ଆକାଉଣ୍ଟରେ ୧,୦୦୦ ଟଙ୍କା ଜମା ହେବ । ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।"

Share this story

World Odia Language Conferene