ଆଇଟି ଆକ୍ଟ ବଳରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ; ପବ-ଜୀ ସମେତ 118 ଆପ୍ ର କାମ ତମାମ

ଆଇଟି ଆକ୍ଟ ବଳରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ; ପବ-ଜୀ ସମେତ 118 ଆପ୍ ର କାମ ତମାମ
ଆଇଟି ଆକ୍ଟ ବଳରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ; ପବ-ଜୀ ସମେତ 118 ଆପ୍ ର କାମ ତମାମ

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ସାଇବର ସିକ୍ୟୁରିଟିକୁ ଧ୍ୟାନରେ ରଖି ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇଟି ଆକ୍ଟର ଧାରା 69ଏ ବଳରେ ଦେଶ, ବିଦେଶରେ ବହୁଳ ବ୍ୟବହୃତ ଏବଂ ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ ପବ-ଜୀକୁ ବେଆଇନ କରାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ପବ-ଜୀ ସମେତ ଅନ୍ୟ ଶହେ 18ଟି ଆପ୍ କୁ ସରକାର ନିଷିଦ୍ଧ କରାଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ ପାର୍ଟ-2 ।

ଦେଶରେ ସାଇବର କ୍ରାଇମ ଦିନକୁ ଦି ବୃଦ୍ଧି ପାଇବା ,କେନ୍ଦ୍ର ସରକାରଙ୍କ ନିକଟରେ ଏନେଇ ଅଭିଯୋଗ ପତ୍ର ଦାଖଲ କରିବା ଆଦି ନିଷ୍ପତ୍ତିକୁ ବିଚାରକୁ ନେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଦେଶକର ଏକତା, ସର୍ବଭୌମତ୍ୱା ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ଦେଇ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ପୂର୍ବରୁ ଡାଟା ଚୋରୀ ଅଭିଯୋଗ ଓ ସାଇବର ସିକ୍ୟୁରିଟି ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଏଭଳି ନିଷ୍ପତ୍ତି ନିଆଯାଇସାରିଛି । ଆଉ ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ଡିଜିଟାଲ ଷ୍ଟ୍ରାଇକ । ଚୀନ୍ ସହ ସୀମା ବିବାଦ ଏବଂ ଯୁଦ୍ଧ ଭଳି ସ୍ଥିତି କାରଣରୁ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ 90ରୁ ଅଧିକ ମୋବାଇଲ ଆପକୁ ବ୍ୟାନ କରିଥିଲେ । ଯେଉଁଥିରେ ଟିକଟକ ଭଳି ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ରହିଥିଲା ।

ତେବେ ଆଜି ବ୍ୟାନ ହୋଇିଥିବା ଅନେକ ଗୁଡିଏ ଆପ୍ ମଧ୍ୟରେ ରହିଥଛି ୱେବ୍ ବ୍ରାଉଜର, ମ୍ୟୁଜିକ ପ୍ଲେୟାର, ଭିଡିଓ ପ୍ଲେୟାରସ ଆମୋର, ଏମଭି ମାଷ୍ଟର, ବାଇକ ରେସିଂ ଇତ୍ୟାଦି ।

Share this story

World Odia Language Conferene