ଯୌନ ଉତ୍ପୀଡ଼ନ ଅଭିଯୋଗରେ ପୁଣି ଧାରଣାରେ ବସିଲେ ଭାରତୀୟ କୁସ୍ତିଯୋଦ୍ଧା

Wrestler of India come up with women atrocities cases

ଓଡ଼ିଆ ଗସିପ ବ୍ୟୁରୋ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍‌ଲ୍ୟୁଏଫଆଇ) ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ପୁଣି ଅଲୋଚନାକୁ ଅସିଛି । ନ୍ୟାୟ ନମିଳିବାରୁ ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା ।

ଷ୍ଟାର ରେସଲର ଭିିନେଶ ଫୋଗାଟ ଜାନୁଆରି ମାସରେ ବ୍ରିଜ ଭୂଷଣଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଥିଲେ । ଏହାର ତଦନ୍ତ କରିବାକୁ ବିଶ୍ବ ବିଜୟିନୀ ମେରି କମ୍‌ଙ୍କ ନେତୃତ୍ବରେ ୫ ଜଣିଆ କମିଟି ଗଠନ କରାଯାଇଥିଲା ।

ହେଲେ ଏପର୍ୟ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ନମିଳିିଥିବାରୁ ପୁଣି ଥରେ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି । ଜାନୁଆରିରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଓ ସାକ୍ଷୀ ମଲିକ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । ଏବେ ପୁଣି ଥରେ ଧାରଣାରେ ବସିବା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ‌ବୋଲି କହିଛନ୍ତି ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାକ୍ଷୀ ମଲିକ କହିଛନ୍ତି, ୭ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ ବି ଏପର୍ଯ୍ୟନ୍ତ ଏତଲା ରୁଜୁ କରାଯାଇନାହିଁ । କଥା ହେବା ବୋଲି କହି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । କାହିଁକି ଏଭଳି ହେଉଛି ଆମେ ଜାଣିପାରୁନାହୁଁ ।

ପୂର୍ବରୁ ଦିଆଯାଇଥିବା ଅଭିଯୋଗର ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରାଯାଇଥିଲା, କିନ୍ତୁ କମିଟି କ’ଣ ଅନୁସନ୍ଧାନ କଲା ​​ଏବଂ ସେହି ଅନୁସନ୍ଧାନରୁ କ’ଣ ଜଣାପଡ଼ିଲା, ତାହା ଏପର୍ୟ୍ୟନ୍ତ ସାମ୍ନାକୁ ଆସିନାହିଁ ।

ସେ ଆହୁରି କହିଛନ୍ତି, ଏହି ପ୍ରସଙ୍ଗରେ ସରକାରୀ ପ୍ୟାନେଲ୍ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସାର୍ବଜନୀନ କରିନଥିବାରୁ ସେମାନେ ନିରାଶ ହୋଇଛନ୍ତି । ମହିଳା ରେସଲରଙ୍କ ରେକର୍ଡ ହୋଇଥିବା ଷ୍ଟେଟମେଣ୍ଟ ରିପୋର୍ଟ ସାର୍ବଜନୀନ ହେଉ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, କାରଣ ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ନାବାଳିକା । ତେଣୁ ଏହି ଅଭିଯୋଗକାରୀଙ୍କ ନାମ ଲିକ୍ ହେବା ଉଚିତ ନୁହେଁ ବୋଲି ସାକ୍ଷୀ କହିଛନ୍ତି ।

Share this story