କାହିଁକି ଆମେରିକା ଯିବାକୁ ଆଗଭର ହେଉଛନ୍ତି ଭାରତୀୟ କ୍ରିକେଟର? କାରଣ ଏହା ନୁହେଁ ତ...

ଓଡ଼ିଆ ଗସିପ୍ ବ୍ୟୁରୋ: ବିଦେଶ ମୁହାଁ ଭାରତୀୟ କ୍ରିକେଟର। ଏକଥା ଟିକେ ଅଜବ ଲାଗୁଥିଲେ ବି ସତ। କାରଣ ନିକଟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଣ୍ଡର-୧୯ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଭାରତୀୟ କ୍ରିକେଟକୁ ବାଏ ବାଏ କରି ଆମେରିକା ମାଇନର ଲିଗରେ ଖେଳୁଛନ୍ତି।
ତାଙ୍କ ପୂର୍ବରୁ ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ସ୍ମିତ୍ ପଟେଲ ମଧ୍ୟ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ଆମେରିକା ମାଇନର ଲିଗରେ ଖେଳୁଛନ୍ତି। ଏସବୁ ମଧ୍ୟରେ ୨୦୧୨ ଅଣ୍ଡର-୧୯ ବିଶ୍ବକପ୍ ବିଜୟୀ ଦଳର ଷ୍ଟାର ଖେଳାଳି ହରମୀତ ସିଂହ ମଧ୍ୟ ଭାରତୀୟ କ୍ରିକେଟକୁ ବାଏ ବାଏ କରିଛନ୍ତି।
୨୮ ବର୍ଷିୀୟ ହରମୀତ କହିଛନ୍ତି ଯେ, ଜୁଲାଇ ମାସରୁ ଡୋମେଷ୍ଟିକ୍ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛି। କାରଣ ମୁମ୍ବାଇ ପାଇଁ ଆଉ ଖେଳୁ ନାହିଁ। ସୁଯୋଗ ବି କମ୍ ମିଳିଥିଲା ଭାରତରେ ଖେଳିବାକୁ। ମୋତେ ଆମେରିକାରେ ଖେଳିବା ପାଇଁ ଭଲ ଟଙ୍କା ମିଳୁଛି। ଏଠି କ୍ରିକେଟ ଖେଳିବାକୁ ଭଲ ଲାଗୁଛି ବୋଲି ହରମୀତ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଯଦି କୌଣସି ଖେଳାଳି ୩୦ ମାସ ୟୁଏସ୍ରେ ରୁହେ। ତେବେ ସେ ୟୁଏସଏର ଜାତୀୟ ଦଳରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହେବ। ବର୍ତ୍ତମାନ ମୋର ୧୨ ମାସ ପୂରଣ ହୋଇଛି। ଆଉ ୧୮ ମାସ ରହିବା ପରେ ଜାତୀୟ ଦଳ ପାଇଁ ଖେଳିବାକୁ ପାଇଁ ଯୋଗ୍ୟ ବିବେଚିତ ହେବି।
ସୂଚନାଯୋଗ୍ୟ, ଭାରତର କୌଣସି ଖେଳାଳି ଯଦି ଅନ୍ୟ ଦେଶର ଲିଗ୍ ଖେଳିବାକୁ ଚାହାନ୍ତି ତେବେ ଭାରତରୁ ସନ୍ନ୍ୟାସ ନେବାକୁ ପଡ଼ିଥାଏ। ଏହାପରେ ବିସିସିଆଇ ଖେଳାଳିଙ୍କୁ ନୋ ଅବଜେକ୍ଶନ୍ ସାର୍ଟିଫିକେଟ ପ୍ରଦାନ କରିଥାଏ। ତାପରେ ଜଣେ ଖେଳାଳି ବିଦେଶୀ ଲିଗ୍ ଖେଳିବାକୁ ସୁଯୋଗ ପାଇଥାଏ।
୨୮ ବର୍ଷିୟ ହରମୀତ ୩୧ଟି ଫାଷ୍ଟ କ୍ଲାସ୍ ମୁମ୍ବାଇ ପକ୍ଷରୁ ଖେଳିଛନ୍ତି। ସେ ୭୩୩ ରନ୍ ସ୍କୋର କରିଥିବା ବେଳେ ୮୭ଟି ଓ୍ବିକେଟ ନେଇଛନ୍ତ। ସେ ଆମେରିକାରେ ମେଜର କ୍ରିକେଟ ଲିଗରେ ନଜର ଆସିବେ। ସେ ଏବ ବର୍ଷ ହେଲାଣି ଆମେରିକାରେ ରହି ଖେଳ ଜାରି ରଖିଛନ୍ତି।