ଜାଣନ୍ତୁ କାହିଁକି ଅଷ୍ଟ୍ରେଲିଆଠୁ ହାରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବି?

ଓଡ଼ିଆ ଗସିପ ବ୍ୟୁରୋ: ଗତକାଲି ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ନବି । ଶୁକ୍ରବାର ଟ୍ଵିଟର ଜରିଆରେ ସେ ଏହାର ସୂଚନା ଦେଇଛନ୍ତି ।
ଟି-୨୦ ବିଶ୍ଵ କପ୍ ୨୦୨୨ ରେ ନିଜର ଶେଷ ମୁକାବିଲାରେ ଅଷ୍ଟ୍ରେଲିଆ ହାତରୁ ୪ ରନରେ ପରାସ୍ତ ହୋଇଛି ଏହି ଆଫଗାନିସ୍ତାନ ଟିମ । ଟି-୨୦ ବିଶ୍ଵ କପ୍ର ଅଷ୍ଟମ ସଂସ୍କରଣରେ ଆଫଗାନିସ୍ତାନ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିନାହିଁ ।
ମହମ୍ମଦ ନବି ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ଆମର ଟି-୨୦ ବିଶ୍ଵ କପ୍ ଯାତ୍ରା ସମାପ୍ତ ହୋଇଛି । ଯେଉଁ ପରିଣାମ ଆମକୁ ମିଳିଲା ତାକୁ ନା ଆମେ ଆଶା କରିଥିଲୁ ନା ଆମର ସମର୍ଥକ ଆଶା କରିଥିଲେ । ଆମେ ମଧ୍ୟ ସେତିକି ନିରାଶ ଯେତିକି ଆପଣମାନେ ।"
"ଗତ ଗୋଟିଏ ବର୍ଷରେ ଆମେ ସେହି ସ୍ତରର ପ୍ରସ୍ତୁତି କରିନଥିଲୁ, ଯେମିତି ବିଶ୍ଵ କପ୍ ପାଇଁ କରାଯାଏ । କିଛି ଗସ୍ତରେ ଦଳ ପ୍ରବନ୍ଧକ, ଚୟନ କମିଟି ଏବଂ ୪ ଗୋଟିଏ ପୃଷ୍ଠଭୂମିରେ ନଥିଲେ। ଯାହାର ପ୍ରଭାବ ଦଳର ସନ୍ତୁଳନ ଉପରେ ପଡିଥିଲା ।"

"ତେଣୁ ଉଚିତ୍ ସମ୍ମାନ ସହିତ ମୁଁ ଅଧିନାୟକ ପଦ ଛାଡିବାକୁ ଘୋଷଣା କରୁଛି । ଯେବେ ପ୍ରବନ୍ଧନ ଏବଂ ଦଳକୁ ମୋର ଆବଶ୍ୟକତା ପଡିବ ମୁଁ ନିଜ ଦେଶ ପାଇଁ ଖେଳିବା ଜାରି ରଖିବି ।"
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ "ମୁଁ ଆପଣ ସମସ୍ତଙ୍କୁ ହୃଦୟତାର ସହ ଧନ୍ୟବାଦ ଜଣାଉଛି । ଆପଣ ବର୍ଷା ସତ୍ତ୍ଵେ ବି ପଡିଆକୁ ଆସିଲେ ଆମର ସମର୍ଥନ କଲେ । ଆପଣଙ୍କ ଭଲ ପାଇବା ବାସ୍ତବରେ ଆମ ପାଇଁ ବହୁତ ମହତ୍ଵ ରଖେ। ଦୀର୍ଘାୟୁ ଆଫଗାନିସ୍ତାନ ।
— Mohammad Nabi (@MohammadNabi007) November 4, 2022
ଆଫଗାନିସ୍ତାନ ପାଇଁ ଟି-୨୦ ବିଶ୍ଵ କପ୍ ବହୁତ ନିରାଶଜନକ ରହିଛି । ସୁପର-୧୨କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଏହି ଦଳର ଦୁଇଟି ମୁକାବିଲା ବର୍ଷାରେ ଧୋଇ ହୋଇ ଯାଇଥିଲା । ବାକି ତିନୋଟି ମ୍ୟାଚ୍ରେ ଦଳକୁ ପରାଜୟ ଭୋଗିବାକୁ ପଡିଥିଲା । ଚଳିତ ବିଶ୍ଵ କପ୍ରେ ଆଫଗାନିସ୍ତାନ ଏମିତି ଏକ ଦଳ ଯିଏ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିନାହିଁ ।