କୋହଲିଙ୍କ ପରେ ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ ଦଳର ଅଧିନାୟକ କିଏ ହେବା ଉଚିତ?
Sep 18, 2021, 10:21 IST

ଓଡ଼ିଆ ଗସିପ୍ ବ୍ୟୁରୋ: ଟି-ଟ୍ୱେଣ୍ଟି ବିଶ୍ୱକପ ପରେ କ୍ୟାପଟେନ୍ସି ଛାଡ଼ିବେ ବିରାଟ କୋହଲି । ଏହା ପରେ ବିରାଟଙ୍କ ସ୍ଥାନ କିଏ ନେବ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ଆରମ୍ଭ ହୋଇ ଯାଇଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ବିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି । ଏପରିକି ଜନମତ ମଧ୍ୟ ଆରମ୍ଭ ହୋଇଯାଇଛି ।
ଜନମତର ପ୍ରଶ୍ନ କୋହଲିଙ୍କ ପରେ ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ ଦଳର ଅଧିନାୟକ କିଏ ହେବା ଉଚିତ ବୋଲି ଆପଣ ଭାବୁଛନ୍ତି? ଏହାର ଉତ୍ତର ମଧ୍ୟ ବେଶ ଲମ୍ବା । ଅନେକ ସିଧାସଳଖ ରୋହିତ ଶର୍ମାଙ୍କ ନାଁ ମଧ୍ୟ ନେଇଛନ୍ତି । ଅନେକ କାହିଁକ ଅଧିକାଂଶ ୟୁଜର୍ସ ରୋହିତ ହିଁ ଅଧିନାୟକତ୍ୱ ସମ୍ଭାଳିବେ ବୋଲି କହିଛନ୍ତି ।
ସୂଚନା ଥାଉ କି, ଟିମ୍ ଇଣ୍ଡିଆ ୮ ବର୍ଷ ହେଲା ଆଇସିସି ଟ୍ରଫିକୁ ଅପେକ୍ଷା କରିଛି। ଟିମ୍ ଶେଷଥର ପାଇଁ ୨୦୧୩ରେ ଧୋନିଙ୍କ କ୍ୟାପ୍ଟେନ୍ସିପ୍ରେ ଚାମ୍ପିୟନସ୍ ଟ୍ରଫି ଜିତିଥିଲା। ଧୋନି ଟିମ୍ ଇଣ୍ଡିଆକୁ ଟ-୨୦ ୱାର୍ଲଡ କପ୍, ୱାନ୍ଡେ ୱାର୍ଲଡ କପ୍ ଏବଂ ଚାମ୍ପୟନସିପ୍ ଟ୍ରଫି ପରି ତିନୋଟି ଟାଇଟଲ ଦେଇଥିଲେ। ଏଥିସହିତ ଚେନ୍ନାଇ ସୁପର କିଙ୍ଗ୍ସକୁ ତିନି ଥର ଆଇପିଏଲ ଟାଇଟଲ ବି ଦେଇଛନ୍ତି।