କୋହଲିଙ୍କ କୀର୍ତ୍ତିମାନ: ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଲେ, ସର୍ବାଧିକ ଥର ଫଲୋଅନ୍ ଦେଲେ

କୋହଲିଙ୍କ କୀର୍ତ୍ତିମାନ: ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଲେ, ସର୍ବାଧିକ ଥର ଫଲୋଅନ୍ ଦେଲେ
କୋହଲିଙ୍କ କୀର୍ତ୍ତିମାନ: ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଲେ, ସର୍ବାଧିକ ଥର ଫଲୋଅନ୍ ଦେଲେ

ରାଞ୍ଚି: ପୁଣି ଏକ ନୂଆ ରେକର୍ଡ କରିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ନିଜ ଅଧିନାୟକ କ୍ୟାରିୟରରେ ୮ମ ଥର ବିରୋଧୀ ଟିମ୍‌କୁ ଫଲୋଅନ୍‌ ଦେଇଛନ୍ତି ଏହି ରେକର୍ଡ କରିଛନ୍ତି ବିରାଟ । ଭାରତ ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଆଜି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପାଳିରେ ୧୬୨ ରନରେ ଆଉଟ୍‌ କରିବା ପରେ ୩୩୫ ରନ୍‌ରେ ଅଗ୍ରଣୀ ଥିଲା ।

ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୧୩୨ ରନ୍‌ କରି ୮ଟି ଓ୍ଵିକେଟ ହରାଇଛି । ଏବେ ଭାରତ ଠାରୁ ୨୦୩ ରନ୍‌ ପଛରେ ଅଛି ଦକ୍ଷିଣ ଆଫ୍ରିକା ଦଳ । ଭାରତ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ରାଞ୍ଚିରେ ବ୍ୟାଟିଂ କରିଥିଲା, ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ରୋହିତ ଶର୍ମା ଓ ଆଜିଙ୍କ୍ୟ ରହାଣେ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ଦ୍ୱିତୀୟ ଦିନ ଖେଳ ଶେଷ ହେବାର କିଛି ସମୟ ପୂର୍ବରୁ ଭାରତ ୪୯୭ ରନରେ ପାଳି ଘୋଷଣା କରିଥିଲା ।

ଏହା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଖୁବଶୀଘ୍ର ୨ ଜଣ ବ୍ୟାଟସ୍‌ମ୍ୟାନ୍‌ ପ୍ୟାଭିଲିୟନକୁ ଫେରିଯାଇଥିଲେ । ରାଞ୍ଚି ପୂର୍ବରୁ ୨ଟି ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ୩ୟ ଟେଷ୍ଟ ମ୍ୟାଚର ଶୃଙ୍ଖଳା ନିଜ ନାମରେ କରିବାକୁ ଭାରତ ଏକ ପ୍ରକାର ଚିନ୍ତା କରିଥିଲା । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ନିଜର ଆତ୍ମସମ୍ମାନ ପାଇଁ ପଡ଼ିଆକୁ ଓହ୍ଲାଇଥିଲା ।

Share this story