ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

Virat kohli

ଓଡ଼ିଆ ଗସିପ ବ୍ୟୁରୋ:ବିରାଟ କୋହଲି ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଏକ ଟ୍ବିଟ କରି ସେ ଏହି ସୂଚନା ଦେଇଛନ୍ତି ।

Virat

ଟ୍ବିଟରରେ ସେ ଲେଖିଛନ୍ତି ଯେ ଗତ ୭ ବର୍ଷରେ ସେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଦଳକୁ ଆଗକୁ ନେଇଛନ୍ତି । ନିଜ କାମକୁ ସେ ସଚ୍ଚୋଟତାର ସହ କରିଛନ୍ତି । ଏହି ୭ ବର୍ଷରେ ଦଳ ଅନେକ ଉପର ତଳ ଦେଖିଛି, କିନ୍ତୁ କେବେ ମଧ୍ୟ ଉଦ୍ୟମ ଓ ବିଶ୍ବାସ ହରାଇନାହାନ୍ତି । ସବୁ କାମର ଏକ ଶେଷ ଥାଏ ଓ ତାଙ୍କ ପାଇଁ ଟେଷ୍ଟ ଅଧିନାୟକ ପଦବୀ ଛାଡ଼ିବାର ସମୟ ଆସିଯାଇଛି ।

ଯେଉଁ କାମ ପାଇଁ ଆପଣ ୧୨୦ ପ୍ରତିଶତ ଦେଇପାରିବେ ନାହିଁ, ସେହି କାମ  କରିବା ଉଚିତ ନୁହେଁ । ମୋ ହୃଦୟ ନିର୍ମଳ ଅଛି, ଏଣୁ ମୁଁ ମୋଟ ଟିମ ପ୍ରତି ବିଶ୍ବସ୍ତତାକୁ ତ୍ୟାଗ କରିପାରିବି ନାହିଁ । ସେ ମଧ୍ୟ ରବି ଶାସ୍ତ୍ରୀ, ମହେନ୍ଦ୍ର ସିଂ ଧୋନୀ ଓ ଦଳର ଅନ୍ୟ ଖେଳାଳିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share this story