କମାଲ କଲେ ସୁଶ୍ରୀ: ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ
Oct 12, 2020, 00:11 IST


ଓଡ଼ିଆ ଗସିପ୍ ବ୍ୟୁରୋ: ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବିସିସିଆଇ ପକ୍ଷରୁ ୩ଟି ଦଳ ଘୋଷିତ ହୋଇଛି ।
ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ନଭେମ୍ବର ୪ରୁ ୯ ଯାଏ ୟୁଏଇରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ ।
ଏନେଇ ବିସିସିଆଇକୁ କୃତଜ୍ଞତା ଓ ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓସିଏ ।
ତେବେ ଢେଙ୍କାନାଳର ସୁଶ୍ରୀ ଭାରତ-ଏ, ଇଷ୍ଟ ଜୋନ୍, ଭାରତ ବ୍ଲୁରେ ଖେଳିଛନ୍ତି । ମିତାଲି ରାଜଙ୍କ ନେତୃତ୍ୱରେ ଗଠିତ ‘ଭେଲୋସିଟି’ରେ ସୁଶ୍ରୀ ଖେଳିବେ ।
ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଗଠିତ ହୋଇଛି ‘ସୁପରନୋଭାସ୍’ ଟିମ୍ ।