ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଧାବକ ଦୂତି ଚାନ୍ଦ, ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ସେ କହିଲେ, ପଢନ୍ତୁ ସମ୍ପୂର୍ଣ ଖବର


ଭୁବନେଶ୍ୱର: ଗଣମାଧ୍ୟମ ସମ୍ମୁଖରେ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଏମିତି କିଛି କଥାର ଖୁଲାସା କରିଛନ୍ତି ଯାହା ଏବେ ପୁରା ରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସମଲିଙ୍ଗୀ ସମ୍ପର୍କକୁ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଆଜି ଏଭଳି ସ୍ୱୀକାର କରିଛନ୍ତି ।
ଦୂତି ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ ଝିଅ ସହିତ ତାଙ୍କର ଭଲ ସମ୍ପର୍କ ଅଛି ଏବଂ ଭବିଷ୍ୟତରେ ଦୁହେଁ ସାଥୀ ହୋଇ ରହିବାକୁ ଚାହୁଁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପର୍କରେ ପୁଅ, ଝିଅ କିଛି ଦେଖାଯାଏନି । ସେମାନେ ପରସ୍ପରକୁ ବାଛିଛନ୍ତି, ଏବଂ ସାରା ଜୀବନ ସାଥୀ ହୋଇ ରହିବେ ବୋଲି ମନସ୍ତ କରିଛନ୍ତି ।
ତେବେ ବର୍ତ୍ତମାନ ଦୂତି ସେହି ଯୁବତୀ ଜଣଙ୍କୁ ବିବାହ କରିବାର କିଛି ଯୋଜନା ନାହିଁ । ଯେବେ ବିବାହ କରିବେ ସେତେବେଳେ ସମସ୍ତଙ୍କୁ ଜଣାଇବେ ଓ ଓଡ଼ିଆ ପରମ୍ପରା ଅନୁସାରେ ବିବାହ କରିବେ ବୋଲି ଦୂତି କହିଛନ୍ତି ।
