ସାନିଆଙ୍କ ଅବସର ଘୋଷଣା: ୨୦୨୨ ହେବ ଶେଷ ଋତୁ

ଓଡିଆ ଗସିପ୍ ବ୍ୟୁରୋ: ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜା ବୁଧବାର ଅବସର ନେଇ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଯୁଗଳ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ୩୫ ବର୍ଷୀୟ ଏହି ହାଇଦ୍ରାବାଦୀ ମହିଳା କହିଛନ୍ତି ଯେ ମୋ ଶରୀରର ତେଜ ଓ ଗତି କମୁଛି। ପୂର୍ବଭଳି ପ୍ରେରଣା ଓ ଶକ୍ତି ବି ରହୁନି। ତେଣୁ ମୁଁ ଭାବୁଛି ୨୦୨୨ ମୋ ପାଇଁ ଶେଷ ଋତୁ ହେବ।
#WATCH || India tennis legend Sania Mirza to retire after Aus Open 2022
— Jagran English (@JagranEnglish) January 19, 2022
"I’ve decided this will be my last season. I’m taking it week by week, not sure if I can last the season, but I want to," Mirza was quoted saying. #SaniaMirza @mirzasaniar pic.twitter.com/fVNaAbxnHj

ସାନିଆ ୨୦୧୯ ମାର୍ଚରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ସେ କିଛି ଦିନ ବିଶ୍ରାମ ନେବା ପରେ କୋର୍ଟକୁ ଓହ୍ଲାଇଥିଲେ। ହେଲେ କରୋନା ମହାମାରୀ ଏଥିରେ ପୁଣି ବାଧକ ସଜିଥିଲା। ଫଳରେ ତାଙ୍କ ଅଭ୍ୟାସ ଠିକ୍ରେ ନହେବା ସହ ପ୍ରତିଯୋଗିତାରେ ବି ଅଂଶ୍ରଗହଣ କରିପାରିନଥିଲେ।
‘‘ମୋ ବୟସ ବଢ଼ିବାକୁ ଲାଗିଛି। ଏବେ ପୂର୍ବପରି ପ୍ରଦର୍ଶନ ଦେବା ଲାଗି ମୋ ଶରୀର ପାରୁନି। ଖାଲି ଏତିକି ବି ନୁହେଁ ମୋ ପୁଅକୁ ୩ ବର୍ଷ ହେଲାଣି। ସବୁବେଳେ ସେ ମୋ ସହ ଭ୍ରମଣ କରିବା ସୁରକ୍ଷିତ ମଣୁନି। ଏଥିସହ ଆହତ ହେଲେ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି।
ତେଣୁ ମୁଁ ଭାବୁଛି ଚଳିତ ବର୍ଷ ମୋ ଟେନିସ୍ କ୍ୟାରିୟରର ଶେଷ ଋତୁ’’ ବୋଲି ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସାନିଆ କହିଛନ୍ତି।