ରାଞ୍ଚି ଟେଷ୍ଟରେ ଚମକିଲେ ଏହି ଭାରତୀୟ କ୍ରିକେଟର: ଛକା ମାରି ହାସଲ କଲେ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ

ରାଞ୍ଚି ଟେଷ୍ଟରେ ଚମକିଲେ ଏହି ଭାରତୀୟ କ୍ରିକେଟର: ଛକା ମାରି ହାସଲ କଲେ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ
ରାଞ୍ଚି ଟେଷ୍ଟରେ ଚମକିଲେ ଏହି ଭାରତୀୟ କ୍ରିକେଟର: ଛକା ମାରି ହାସଲ କଲେ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ

ରାଞ୍ଚି: ରାଞ୍ଚି ଟେଷ୍ଟରେ ହିଟ୍ ମ୍ୟାନଙ୍କ ହିଟ୍ ଶୋ । ରୋହିତ ଜମେଇଲେ ଦମଦାର ଦ୍ୱିଶତକ । ଗତକାଲି ଶତକ ହାସଲ କରି ଅପରାଜିତ ଥିବା ରୋହିତ ଶର୍ମା ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିଶତକ ପୂରଣ କରିଛନ୍ତି । ଆଜି ଲଞ୍ଚ ବ୍ରେକ ପୂର୍ବରୁ ୧୯୯ ରନରେ ନଟ୍ଆଉଟ୍ ଥିଲେ ରୋହିତ । ଲଞ୍ଚ ପରେ ରୋହିତ ଆସିଥିଲେ ବ୍ୟାଟିଂ କରିବାକୁ ।

ତେବେ ଛକା ମାରି ପୂରଣ କରିଥିଲେ ଦ୍ୱିଶତକ । ରୋହିତ ଏହି ଦ୍ୱଶତକ ୨୪୯ ବଲରୁ ହାସଲ କରିଛନ୍ତି । ଯେଉଁତିରେ ରହିଛି ୨୮ ଚୌକା ଓ ୫ ଛକା । ରୋହିତଙ୍କ ଏହି ସୁପର ଶୋ ବଳରେ ଭାରତ ବଡ଼ ସ୍କୋର ଆଡ଼କୁ ମୁହାଁଉଛି । ତେବେ ଦ୍ୱିଶତକ ପୂରଣ କରିବା ପରେ ପରେ ରୋହିତ ଶର୍ମା କ୍ୟାଚ ଆଉଟ୍ ହୋଇଯାଇଥିଲେ ।

ବ୍ୟକ୍ତିଗତ ସ୍କୋର ୨୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଚଳିତ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏହି ଦ୍ୱିଶତକ ଜରିଆରେ ୫ଶହ ରନ୍ ବି ପୂରଣ କରିଛନ୍ତି । ଗୋଟିଏ ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍ କରିବାରେ ରୋହିତ ଶର୍ମା ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ତାଙ୍କ ପୂର୍ବରୁ ଏହି ରେକର୍ଡ ବିନୁ ମଙ୍କଡ, ବୁଦ୍ଧି କୁନ୍ଦେରନ୍, ସୁନୀଲ ଗାଭାସ୍କର ଓ ବୀରେନ୍ଦ୍ର ସେୱାଗଙ୍କ ନାଁରେ ରହିଛି ।

Share this story