ସତ ହେଲେ ସାଙ୍ଘାତିକ? ବିରାଟ କୋହଲିଙ୍କୁ ନେଇ ଖୁସି ନାହାନ୍ତି କି ବିସିସିଆଇ ଅଧିକାରୀ?

cricket

ଓଡ଼ିଆ ଗସିପ୍ ବ୍ୟୁରୋ: ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ, ଯାହାର ନେତୃତ୍ୱ ନେବେ ବିରାଟ କୋହଲି । ଜଣେ ଅଧିନାୟକ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଏବେ କୋହଲିଙ୍କ ପାଇଁ କର ବା ମର ସାବ୍ୟସ୍ତ ହୋଇପାରେ । କାହିଁକି ନା, ଏ ପର୍ଯ୍ୟନ୍ତ କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ଟ୍ରଫି ହାତେଇ ପାରିନାହାଁନ୍ତି । ଅନ୍ୟପଟେ ବିସିସିଆଇର କିଛି ଅଧିକାରୀ ମଧ୍ୟ କୋହଲିଙ୍କ ବଦଳରେ ରୋହିତଙ୍କୁ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ କରିବାକୁ ମତ ଦେଲେଣି ।

କ୍ରିକେଟ୍ ଏଡିଟର ଡଟ୍ କମର ଏକ ରିପୋର୍ଟ ମୁତାବକ, ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ଜଣେ ଅଧିନାୟକ ଭାବେ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ସେ ଗତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇଥିଲେ ମଧ୍ୟ ଦଳକୁ କୌଣସି ଇଭେଣ୍ଟରେ ଚାମ୍ପିୟନ କରେଇପାରିନାହାଁନ୍ତି, ଯାହାକୁ ନେଇ ସେ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଯଦି ଭାରତୀୟ ଦଳ ଫେଲ୍ ମାରେ ତେବେ ଏହାର କୋହଲିଙ୍କ ପାଇଁ ଅଧିନାୟକ ଭାବେ ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ ।

କ୍ରିକେଟ୍ ଏଡିଟର ୱେବସାଇଟର ଏହି ରିପୋର୍ଟ ମୁତାବକ, ବିସିସିଆଇର କିଛି ଶୀର୍ଷ ଅଧିକାରୀ ମଧ୍ୟ କୋହଲିଙ୍କ ଅଧିନାୟକ ହେବାକୁ ନେଇ ଖୁସି ନାହାଁନ୍ତି । ବିଶେଷକରି ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲରେ ପରାଜୟ ପରେ ଏହି ଅସନ୍ତୋଷ ବଢିବାରେ ଲାଗିଛି । ଫାଇନାଲ ମ୍ୟାଚରେ କୋହଲିଙ୍କ ଦଳ ଚୟନ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଏହି ଶୀର୍ଷ ଅଧିକାରୀମାନେ ମତ ଦେଇଛନ୍ତି ।

ଅନ୍ୟପଟେ କୋହଲିଙ୍କ ବଦଳରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି-୨୦ରେ ଭାରତୀୟ ଦଳର ନେତୃତ୍ୱ ଦେବାକୁ ଏହି ଅଧିକାରୀମାନେ ମତ ଦେଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପ୍ରତିଟି ସିଜିନର ଚମତ୍କାର ପ୍ରଦର୍ଶନ କରିଆସୁଛି । ଖାଲି ସେତିକି ନୁହେଁ, ଦଳ ତାଙ୍କ ନେତୃତ୍ୱରେ ଅନେକ ଥର ଚାମ୍ପିୟନ ମଧ୍ୟ ହୋଇସାରିଲାଣି ।

Share this story