ରାଜ୍ୟ ସ୍ତରୀୟ ମା' ଭୌରବୀ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସ୍ତୁତି ବୈଠକ

Preparatory meeting for state level Maa Bhairabi football tournament

ଓଡ଼ିଆ ଗସିପ ବ୍ୟୁରୋ (ନିରାକାରପୁର): ସ୍ଥାନୀୟ ଡିଆ ପଞ୍ଚାୟତ କାଶୀପୁରସ୍ଥିତ ବିଦ୍ୟାଳୟ ପ୍ରାଙ୍ଗଣରେ ମା' ଭୌରବୀ ଯୁବ ସଂସଦ କାଶୀପୁର, ଡିଆ ଅଞ୍ଚଳରେ ଥିବା ସର୍ବ ପୁରାତନ କ୍ରୀଡାନୁଷ୍ଠାନ ପକ୍ଷରୁ ୪୩ତମ ରାଜ୍ୟ ସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏନେଇ ମା' ଭୌରବୀ ଯୁବ ସଂସଦର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀଙ୍କ ସଭାପତିତ୍ବରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସର୍ବ ସମ୍ମତି କ୍ରମେ ରାଜ୍ୟର ବଛା ବଛା ଦଳକୁ ନେଇ କାଶୀପୁର ବଡ଼ ପଦର ଖେଳ ପଡିଆରେ ଏହା ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି । ଏହାକୁ ବ୍ୟାପକ କରିବା ନିମନ୍ତେ ସ୍ଥାନୀୟ ଡିଆ ପଞ୍ଚାୟତରେ ଥିବା ସମସ୍ତ ବୁଦ୍ଧିଜୀବୀ, ଖେଳ ପ୍ରେମୀ, ଶୁଭେଛୁ ମାନଙ୍କୁ ଏହି ଅନୁଷ୍ଠାନରେ ସାମିଲ କରିବା ନିମନ୍ତେ ସ୍ଥିରୀକୃତ କରାଯାଇଛି ।

ସାମାଜିକ କର୍ମୀ ସନ୍ତୋଷ କୁମାର ଦଳେଇ, ଯୁବନେତା ବିଧୁ ଭୂଷଣ ମହାରଣା,ଖେଳ ପ୍ରଶିକ୍ଷକ ପ୍ରମୋଦ କୁମାର ଦାସ, ପ୍ରାକ୍ତନ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ପାଇକରାୟ, ୱାର୍ଡ ସଭ୍ୟ ନକୁଳ ସାହୁ, ୱାର୍ଡସଭ୍ୟ ବିପିନ ସାହୁ,ପରୀକ୍ଷିତ ସାହୁ, ଲକ୍ଷ୍ମୀଧର ମହାପାତ୍ର, ଶ୍ୟାମସୁନ୍ଦର ବିଶ୍ୱାଳ, ବ୍ରଜ ବିଶ୍ୱାଳ, ଶ୍ୟାମ ପରିଡା, ଦେବଦତ୍ତ ମହାପାତ୍ର, ଗୋପାଳ ମିଶ୍ର, ଲକ୍ଷ୍ମୀଧର ପ୍ରଧାନ, ବଂଶୀଧର ନାୟକ,ରମେଶ ଚନ୍ଦ୍ର ପରିଡା ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ।କାର୍ଯ୍ୟକ୍ରମକୁ ମା'ଭୌରବୀ ଯୁବ ସଂସଦର ସମ୍ପାଦକ ନୃସିଂହ କୁମାର ଦଳେଇ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Share this story