କ୍ରିକେଟ୍ ମାଧ୍ୟମରେ ସାମାଜିକ କର୍ତ୍ତବ୍ୟ ସମ୍ପାଦନା କଲା ରାଜ୍ୟ ଆଇଟିଏଓ; ଭୁବନେଶ୍ୱରରେ ଆୟୋଜିତ ହେଲା ଦ୍ୱି-ଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ITAO cricket tournament concludes N Computing Team emerges as Champions

ଓଡ଼ିଆ ଗସିପ୍ ବ୍ୟୁରୋ (କ୍ରୀଡ଼ା ପ୍ରତିନିଧି): ରାଜଧାନୀ ଭୁବନେଶ୍ୱର କେଶୁରା ପି.ଜେ. ଗ୍ରାଉଣ୍ଡରେ ଆୟୋଜିତ ହୋଇଯାଇଛି ଦୁଇ ଦିନି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । କ୍ରିକେଟ୍ ମାଧ୍ୟମରେ ସାମାଜିକ କର୍ତ୍ତବ୍ୟ ସମ୍ପାଦନା କଲା ରାଜ୍ୟ ଆଇଟିଏଓ ବା ଆଇଟି ଆସୋସିଏସନ ଅଫ୍ ଓଡ଼ିଶା । ଆଇଟି ପ୍ରିମିୟର ଲିଗ୍ ୨୦୨୬ରେ ଅନ୍ତିମ ଦିନରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିବା ବେଳେ ଏହାକୁ ଖୁବ୍ ମନଭରି ଉପଭୋଗ କରିଥିଲେ କ୍ରୀଡ଼ାପ୍ରେମୀ । ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୯ଟି ଟିମ୍ ସାମିଲ ହୋଇଥିଲେ । ଅଂଶଗ୍ରହଣକାରୀ ଦଳମାନେ ୧୬ଟି ମ୍ୟାଚ ଖେଳିଥିବା ବେଳେ ଆଜି ଅର୍ଥାତ ୨୨ ତାରିଖ ରବିବାର ଏହାର ଅନ୍ତିମ ତଥା ଫାଇନାଲ୍ ମ୍ୟାଚ ଖେଳା ଯାଇଥିଲା । ଫାଇନାଲ ମ୍ୟାଚରେ  ସାମ୍ନା ସାମ୍ନି ହୋଇଥିଲେ ଏନ୍. କମ୍ପ୍ୟୁଟିଙ୍ଗ୍ ଏବଂ ଷ୍ଟାର୍ ଲାଇଟ୍ ଟିମ୍ ।

ଫାଇନାଲ୍ ମ୍ୟାଚରେ ପ୍ରଥମେ ଏନ୍ କମ୍ପ୍ୟୁଟିଙ୍ଗ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଆରମ୍ଭରୁ ଖେଳ ବେଶ୍ ଉତ୍ସାହପୂର୍ଣ୍ଣ ରହିଥିଲା । ମ୍ୟାଚ ଖୁବ୍ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଦର୍ଶକ କରତାଳି ମାରି ଉଭୟ ଦଳକୁ ଉତ୍ସାହିତ କରିଥିଲେ । ନିର୍ଦ୍ଧାରିତ ୧୦ ଓଭରରେ  ସମସ୍ତ ୱିକେଟ୍ ହରାଇ ୧୩୯ ରନ୍ କରି ପ୍ରତିପକ୍ଷ ଦଳକୁ ୧୪୦ ରନର ଟାର୍ଗେଟ ଦେଇଥିଲା ଏନ୍ କମ୍ପ୍ୟୁଟିଙ୍ଗ୍ ଟିମ୍ । ଜବାବରେ ବିଜୟୀ ହେବାରୁ ସଂ ରନ୍ କରିବାରେ ସମର୍ଥ ହୋଇଥିଲା । ଏହାର ଜବାବରେ ଷ୍ଟାର୍ ଲାଇଟ୍ ଟିମ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଆରମ୍ଭରୁ ଜିତିବାକୁ କସରତ କରିଥିଲେ ମଧ୍ୟ ଅଲଆଉଟ୍ ହୋଇ ମାତ୍ର  ୧୦୭ ରନ୍ କରିବାକୁ ହିଁ ସମର୍ଥ ହୋଇଥିଲା ।  ଏନ୍ କମ୍ପ୍ୟୁଟିଙ୍ଗ୍ ଟିମ୍ ଚାମ୍ପିୟନ ହୋଇ ରେକର୍ଡ କରିଥିଲା । ଏହି ବିଜୟୀ ଟିମକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ରନର ଅପ୍ ଟିମ୍ କୁ ଉତ୍ସାହିତ ମଧ୍ୟ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା ।  

ଆଇ.ଟି.ଏ.ଓ. ସଭାପତି ଅବିନାଶ ପଟ୍ଟନାୟକଙ୍କ ଉଦ୍ୟମ ଏବଂ ଆଇଟିଏଓର ପ୍ରୟାସ ଏବଂ ଶୁଭେଚ୍ଛୁଙ୍କ ଯୋଗଦାନରେ ଏହି ଦୁଇ ଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । କ୍ରୀଡ଼ା ମାଧ୍ୟମରେ ଭାତ୍ରୁ ପ୍ରେମ ବଢାଇବା, ଜଞ୍ଜାଳମୟ ଜୀବନରୁ ଟିକେ ହାଲୁକା ହେବା ପାଇଁ ଏବଂ କର୍ମକ୍ଷେତ୍ରରେ ପାରଦର୍ଶିତା ଆଣିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଆଇଟିଏଓର ସମ୍ପାଦକ ଦେବାଶୀଷ ତ୍ରିପାଠୀ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କମ୍ୟୁନିଟି ପାଇଁ ଉତ୍ସର୍ଗ ବୋଲି କହିବା ସହ ଆଗକୁ ଏହାକୁ ଅଧିକ ଲୋକାଭିମୁଖି କରିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ।

ଏପରିକି ୧୬ ବର୍ଷରେ ପଦାର୍ପଣ କରିଥିବା ଆଇଟି ପ୍ରିମିୟର ଲିଗ୍ ରେ ଅଧିକରୁ ଅଧିକ ଟିମ୍ କୁ ଯୋଡ଼ିବା, ଗ୍ରାମାଞ୍ଚଳର ଏବଂ କଲେଜ୍ ସ୍ତରର କ୍ରିକେଟ୍ ପ୍ରତିଭାକୁ ଚିହ୍ନଟ କରି ଖେଳିବାର ସୁଯୋଗ ଦେବାକୁ ପ୍ରାଥମକିତା ଦିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ସହ ଚଳିତ ସଂସ୍କରଣରେ ଯେଉଁଭଳି ଭାବରେ ସହଯୋଗ ସମର୍ଥନ ଏବଂ କମ୍ୟୁନିଟି ଏନଗେଜମେଣ୍ଟ ବଢିଲା ତାହା ଆଗାମୀ ବର୍ଷକୁ ଅଧିକ ବ୍ୟାପକ କରିବା ପାଇଁ ଉତ୍ସାହିତ କରିବ ବୋଲି ପ୍ରକାଶ କରିଛନ୍ତି । 

ସୂଚନା ଥାଉ କି, ଏହି ଟୁର୍ଣ୍ଣାମେଣ୍ଟରେ ସମଗ୍ର ଓଡ଼ିଶାର କମ୍ପ୍ୟୁଟର ବ୍ୟବସାୟ ସହ ଜଡ଼ିତ କମ୍ପ୍ୟୁଟର କମ୍ପାନୀ, ବିତରଣ ସଂସ୍ଥା ଓ ଡିଲରମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।   ଏହା ସହ ରାଜ୍ୟର ପ୍ରମୁଖ ଆଇଟି କମ୍ପାନୀରେ କାର୍ଯ୍ୟରତ କ୍ରିକେଟ୍ ପ୍ରେମୀ ଲିଗ୍ ରେ ଅଂଶଗ୍ରହଣ କରି ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଦୁଇ ଦିନିଆ ଏହି କ୍ରିକେଟ୍ ଟୁର୍ଣାମେଣ୍ଟକୁ ସଫଳ କରାଇଥିଲେ ଉପଦେଷ୍ଟା ଶ୍ରୀ ପ୍ରଶାନ୍ତ ସ୍ୱାଇଁ, ଶ୍ରୀ ପ୍ରଶାନ୍ତ ମହାନ୍ତି, ଶ୍ରୀ ଅଙ୍ଗଦ ସାସମଲ, ଶ୍ରୀ ଶିବ ପ୍ରସାଦ ସାହୁ,  ଶ୍ରୀ ରାଜେଶ ନନ୍ଦ, ଶ୍ରୀ ଅରୁଣ ଦେ, ଉପସଭାପତି ଶ୍ରୀ ରଣଜୀତ୍ ପଣ୍ଡା, ସହ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ଦେବତା, କୋଷାଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭଟ୍ଟରାୟ ଏବଂ ସହ- କୋଷାଧ୍ୟକ୍ଷ ଶ୍ରୀ ଶଶିକାନ୍ତ ମୁଦୁଲି ।

Share this story