ଚାମ୍ପିୟନ୍ ଟିମ୍ ହେବେ ମାଲାମାଲ, ହେବ ଟଙ୍କାର ବର୍ଷା ହେବ, ରନର୍ସ ଅପ୍ ଟିମ୍କୁ ମିଳିବ ଏତେ କୋଟି ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: ଅକ୍ଟୋବର ୫ରୁ ଭାରତରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ କାଲି ଶେଷ ହେବ। କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହି ମ୍ୟାଚକୁ ନେଇ ବହୁ ଚର୍ଚ୍ଚା ଆଲୋଚନା କରାଯାଉଛି। ଭାରତ ଚଳିତ ବିଶ୍ବକପ୍ରେ ଅପରାଜେୟ ରହିଥିଲେ ମଧ୍ୟ କାଲି କଣ ହେବ ତାହା କହିବା ଅସମ୍ଭବ। କାରଣ ଅଷ୍ଟ୍ରେଲିଆ ଟିମ୍କୁ ହାଲକାରେ ନେଇ ପାରିବନି ଭାରତ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ଭାରତ ଚଳିତ ବିଶ୍ୱକପରେ ଏଯାବତ୍ ଅପରାଜେୟ ରହିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ଅଷ୍ଟ୍ରେଲିଆ। ଲଗାତାର ୮ଟି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଓ ଅଷ୍ଟ୍ରେଲିଆ ୨୦ ବର୍ଷ ପରେ ଦିନିକିଆ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି । ଉଭୟ ଦଳ ଶେଷଥର ୨୦୦୩ ବିଶ୍ବକପ୍ ଫାଇନାଲରେ ପରସ୍ପରକୁ ଭେଟିଥିଲେ ।

ଜୋହାନ୍ସବର୍ଗରେ ଖେଳାଯାଇଥିବା ସେହି ଫାଇନାଲରେ ଭାରତକୁ ୧୨୫ ରନରେ ହରାଇ ଟାଇଟଲ୍ ଜିତିଥିଲା ଅଷ୍ଟ୍ରେଲିଆ। ସେହି ପରାଜୟର ପ୍ରତିଶୋଧ ନେବାକୁ ଏବେ ଭାରତ ପାଖରେ ସୁଯୋଗ ରହିଛି। ଊଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
ବିଶ୍ୱକପ୍ ପୁରସ୍କାର ରାଶି
ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ୪୬ ଦିନର ଏହି ବଡ ଇଭେଣ୍ଟରେ ଭାରତରେ ୪୭ ଟି ମ୍ୟାଚ୍ ଖେଳାଯାଇଛି। ବର୍ତ୍ତମାନ ଶେଷ ତଥା ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଭାରତ ଏପର୍ଯ୍ୟନ୍ତ ଦୁଇଥର ଚାମ୍ପିୟନ ହୋଇଛି ଏବଂ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତିବାରେ ସଫଳ ହୋଇଛି। ୧୨ ବର୍ଷ ପରେ ବିଜେତା ହେବାକୁ ଟିମ୍ ଇଣ୍ଡିଆ ନଜର ରଖିଛି । ଏହି ମ୍ୟାଚ୍ ଜିତୁଥିବା ଦଳ ଉପରେ ଟଙ୍କା ବର୍ଷା ହେବ ।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା। ପୁରସ୍କାର ରାଶିରେ ଚାମ୍ପିୟନ୍ ଟିମ୍କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍ ଟିମ୍କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।
ଅଧିକ ପଢନ୍ତୁ: କର୍ମ ଚାପ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସହ ଦେଖାଦେବ ମାନସିକ ଅବସାଦ! ପଢନ୍ତୁ ଆଜିର ରାଶିଫଳ
ସେମିଫାଇନାଲ ଏବଂ ଗ୍ରୁପ୍ ରାଉଣ୍ଡରେ ହାରିଥିବା ଦଳଗୁଡିକୁ ମିଳିବ ଏତିକି ଟଙ୍କା
ସେମିଫାଇନାଲରେ ହାରିଥିବା ଦଳଗୁଡିକ ୬.୬୬ ପାଇବେ। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥି ସହିତ ଗ୍ରୁପ୍ ରାଉଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡରେ ବାଦ ପଡିଥିବା ଦଳକୁ ୮୩.୨୯ ଲକ୍ଷ ଟଙ୍କା ଲେଖାଏଁ ମିଳିବ।
The total prize pool for #CWC23, including the cash prize for the winners, has been announced 💰
— ICC (@ICC) September 22, 2023
Details 👇
ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD