କଣ ହେବ ଧୋନୀଙ୍କ ଭବିଷ୍ୟତ: ୨୪ରେ ନିଷ୍ପତ୍ତି ନେବେ ଗାଙ୍ଗୁଲି

କଣ ହେବ ଧୋନୀଙ୍କ ଭବିଷ୍ୟତ: ୨୪ରେ ନିଷ୍ପତ୍ତି ନେବେ ଗାଙ୍ଗୁଲି
କଣ ହେବ ଧୋନୀଙ୍କ ଭବିଷ୍ୟତ: ୨୪ରେ ନିଷ୍ପତ୍ତି ନେବେ ଗାଙ୍ଗୁଲି

ମୁମ୍ବାଇ: ଖୁବଶୀଘ୍ର ହେବ ଧୋନୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ । ଦଳରେ ସେ ରହିବେ କି ବିଦା ହେବେ ସେ ନେଇ ହେବ ନିଷ୍ପତ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ ଆସନ୍ତା ୨୪ ତାରିଖରେ ନିଷ୍ପତ୍ତି ନେଇପାରେ ବିସିସିଆଇ । ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି ।

ଧୋନୀଙ୍କ ଭବିଷ୍ୟତ ନେଇ ଭାରତୀୟ ଦଳ ଚୟନକର୍ତ୍ତାଙ୍କ ସହ ୨୪ ତାରିଖରେ ଗାଙ୍ଗୁଲି ଆଲୋଚନା କରିବେ । ଧୋନୀ ବିଶ୍ୱକପ ପରଠାରୁ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିନାହାନ୍ତି । ଏପରି ସ୍ଥିତିରେ ଆଗାମୀ ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଦଳ ଘୋଷଣା ହେବାର ଅଛି ।

ତେଣୁ ବାଂଲାଦେଶ ବିପକ୍ଷ ସିରିଜ୍ ଧୋନୀଙ୍କ କ୍ୟାରିୟରର ଶେଷ ସିରିଜ୍ ହୋଇପାରେ ବୋଲି ଆକଳନ କରାଯାଉଛି । ୨୩ ତାରିଖରେ ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ଦାୟିତ୍ୱ ନେବେ । ଏହାର ପରଦିନ ଧୋନୀଙ୍କୁ ନେଇ ବୋର୍ଡ ନିଷ୍ପତ୍ତି ନେବ ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ଗାଙ୍ଗୁଲି କହିଛନ୍ତି ।

Share this story