ଭିଡ଼ିଓ ଭାଇରାଲ: ଛେଳି ଚରାଉଥିବା ଗାଁ ଝିଅର ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ତେନ୍ଦୁଲକର; କହିଲେ ଏମିତି…

ଓଡ଼ିଆ ଗସିପ ବ୍ୟୁରୋ: କ୍ରିକେଟ୍ ବିଷୟରେ କହିବାକୁ ଗଲେ ଖାଲି ଭାରତ ନୁହେଁ ସାରା ବିଶ୍ୱ ଏନେଇ ପାଗଳ । ବର୍ତ୍ତମାନ ଆମ ଦେଶର ଝିଅମାନେ ମଧ୍ୟ ବ୍ୟାଟ୍ ଧରିଲେଣି । ନିକଟରେ ଟିମ୍ ଇଣ୍ଡିଆ ମଧ୍ୟ ଟି -୨୦ ବିଶ୍ୱକପ ଜିତିଛି । ମହିଳାମାନଙ୍କ ପାଇଁ ଏକ ଆଇପିଏଲ୍ ଟିମ୍ ମଧ୍ୟ ଗଠନ କରାଯାଇଛି ।
ସୋମବାର ମହିଳା ଖେଳାଳିଙ୍କ ଅକ୍ସନ ମଧ୍ୟ ହୋଇଛି । ଏଭଳି ପରିସ୍ଥିତିରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି । ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି ।
ଅଧିକ ପଢ଼ନ୍ତୁ : IND vs AUS : ଦ୍ୱିତୀୟ ଟେଷ୍ଟ ରେ ଶ୍ରେୟସ୍ ଆୟରଙ୍କ ସ୍ଥାନ ନେବେ ଏହି ଖେଳାଳି, ଫ୍ଲପ୍ ହେଲେ ମଧ୍ୟ ରୋହିତ ଦେବେ ସୁଯୋଗ !
ସଚିନ୍ ତେନ୍ଦୁଲକର ଏହି ଭିଡିଓ ଶେୟାର କରି ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି – “କାଲି ଅକ୍ସନ ହେଲା ଆଉ ଆଜି ମ୍ୟାଚ୍ ଆରମ୍ଭ ହୋଇଗଲା । ଆପଣଙ୍କ ବ୍ୟାଟିଂ ଦେଖି ଖୁବ୍ ଭଲ ଲାଗିଲା ।”

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଝିଅଟି କିପରି ନିଜ ବ୍ୟାଟ୍ ବଲ୍କୁ ମାରି ସୀମାପାର କରିଦେଉଛନ୍ତି । ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ସୂର୍ଯାଙ୍କ ଭଳି ଖେଳୁଛନ୍ତି ।
ଅଧିକ ପଢ଼ନ୍ତୁ : ଚମକିଲେ ପ୍ରମିଳା ମାଉସୀ, ଆସିକା ସାଂସଦଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର
ଏହି ଭାଇରାଲ୍ ଭିଡିଓ @BmrAshok ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି । ସେ ଏହି ଭିଡିଓ ସହିତ ଏକ କ୍ୟାପସନ୍ ଲେଖିଛନ୍ତି । କ୍ୟାପସନ୍ରେ ସେ ଲେଖିଛନ୍ତି- “ଗ୍ରାମାଞ୍ଚଳର ଝିଅମାନେ ମଧ୍ୟ ବହୁତ କିଛି କରିପାରିବେ, ସେମାନେ ପଡ଼ିଆରେ ଚୌକା ଓ ଛକା ମାରି ପାରିବେ, କେବଳ ସୁଯୋଗ ଦରକାର ।” ଏହି ଭିଡିଓଟି ବାଡମେର୍ର ଏକ ଛୋଟ ଗାଁ ଶେରପୁରା କାନାସର ବୋଲି ଜଣାଯାଇଛି ।
ଦେଖନ୍ତୁ ଭିଡ଼ିଓ:
Kal hi toh auction hua.. aur aaj match bhi shuru? Kya baat hai. Really enjoyed your batting. 🏏👧🏼#CricketTwitter #WPL @wplt20
— Sachin Tendulkar (@sachin_rt) February 14, 2023
(Via Whatsapp) pic.twitter.com/pxWcj1I6t6
ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ 18 ଲକ୍ଷ ରୁ ଅଧିକ ଭ୍ୟୁ ମିଳିସାରିଥିଲା । ଏହି ଭିଡିଓରେ ମତ ଦେଇ ଜଣେ ଲେଖିଛନ୍ତି – “ଯଦି ଏହି ଝିଅଟି ସୁଯୋଗ ପାଏ, ସେ ଭଲ ଖେଳିପାରେ ।”