ଦ୍ବିତୀୟ ଟି-ଟ୍ବେଣ୍ଟି: ଭାରତ ଏହି ମ୍ୟାଚ ଜିତି ନେଇଥିଲା, ଏପରି ଚମକାଇଲେ ବିରାଟ କୋହଲି…

ଦ୍ବିତୀୟ ଟି-ଟ୍ବେଣ୍ଟି: ଭାରତ ଏହି ମ୍ୟାଚ ଜିତି ନେଇଥିଲା, ଏପରି ଚମକାଇଲେ ବିରାଟ କୋହଲି…
ଦ୍ବିତୀୟ ଟି-ଟ୍ବେଣ୍ଟି: ଭାରତ ଏହି ମ୍ୟାଚ ଜିତି ନେଇଥିଲା, ଏପରି ଚମକାଇଲେ ବିରାଟ କୋହଲି…

ମୋହାଲୀ: ଆପଣମାନେ ଜାଣିଥିବେ ଭାରତ ଓ ଦକ୍ଷିଣ ଆଫ୍ରୀକା ମଧ୍ୟରେ ଏବେ ଟି-ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟ ଚାଲିଛି । ମୋଟ ଦୁଇଟି ମ୍ୟାଚରୁ ଗୋଟିଏ ମ୍ୟାଚ ଖେଳାଯାଇଛି । କାରଣ ଭୀଷଣ ବର୍ଷା ଯୋଗୁ ଦୁଇଟି ମ୍ୟାଚରୁ ଗୋଟିଏ ମ୍ୟାଚ ସମ୍ପୂର୍ଣ୍ଣ ଖେଳାଯାଇଥିଲା । ଯେଉଁଥିରେ ଭାରତ ଦ୍ୱିତୀୟ ମ୍ୟାଚ ଜିତି ନେଇଛି ।

ପ୍ରଥମ ମ୍ୟାଚଟି ଧର୍ମଶାଳା ରେ ହେବାକୁ ଥିବା ସମୟରେ ଲଗାଣ ବର୍ଷ ଯୋଗୁ ମ୍ୟାଚ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ ହୋଇଛି ।

ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି କି ଅଧିନାୟକ ବିରାଟ କେହାଲୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ବିତୀୟ ଟି-ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରୀକାକୁ ୭ ୱିକେଟରେ ପରାସ୍ତ କରିଛି ।

ଭାରତ ପକ୍ଷରୁ ଶିଖର ଧବନ ୪୦, ରୋହିତ ଶର୍ମା ୧୨ ଓ ପନ୍ଥ ୪ ରନ କରିଥିଲେ।

ବିରାଟ କୋହଲି ଅପରାଜିତ ୭୨ ରନ ଏବଂ ଶ୍ରେୟାସ ଆୟର ୧୬ ରନ କରି ଅପରାଜିତ ରହିଛନ୍ତି । ଭାରତ ୧୯ ଓଭରରେ ୩ ୱିକେଟ ହରାଇ ୧୫୧ ରନ କରିଛି । କେହାଲି ୫୨ଟି ବଲରୁ ୭୨ ରନ କରିଛନ୍ତି ।

Share this story