ଏହି ଭାରତୀୟ ଦମଦାର ଖେଳାଳୀ ଖୁବଶୀଘ୍ର ଅବସର ନେବା ନେଇ ଚର୍ଚ୍ଚା, ସତ କଣ ଜାଣିଲେ ଆପଣ ବି ଭାବବହୁଳ ହୋଇଯିବେ…

ଏହି ଭାରତୀୟ ଦମଦାର ଖେଳାଳୀ ଖୁବଶୀଘ୍ର ଅବସର ନେବା ନେଇ ଚର୍ଚ୍ଚା, ସତ କଣ ଜାଣିଲେ ଆପଣ ବି ଭାବବହୁଳ ହୋଇଯିବେ…
ଏହି ଭାରତୀୟ ଦମଦାର ଖେଳାଳୀ ଖୁବଶୀଘ୍ର ଅବସର ନେବା ନେଇ ଚର୍ଚ୍ଚା, ସତ କଣ ଜାଣିଲେ ଆପଣ ବି ଭାବବହୁଳ ହୋଇଯିବେ…

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେଇ ବାରମ୍ବାର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି । ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତ ପରାଜିତ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ଟ୍ୱିଟ୍ କୁ ନେଇ ଜୋରଦାର ଚର୍ଚ୍ଚାର ଖୋରାକ ଯୋଗାଇଛି ।

୨୦୧୬ ଟି-୨୦ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସମ୍ପର୍କରେ ଫଟୋ ସହ କୋହଲି ଟ୍ୱିଟ୍ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି, ଏହି ମ୍ୟାଚ ମୋ ଲାଗି ଅବିଶ୍ୱନୀୟ । ଏଥିରେ ଏହି ମଣିଷ ମୋତେ ଫିଟନେସ୍ ଟେଷ୍ଟ ଭଳି ଦୌଡାଇଥିଲେ । ଏଥିରେ ସେ ଧୋନିଙ୍କ ପ୍ରତି ଥିବା ତାଙ୍କ ସମ୍ମାନ ଏବଂ ଅବସର ନେବା ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି ଭାରତୀୟ ଦମଦାର ଖେଳାଳୀ ଖୁବଶୀଘ୍ର ଅବସର ନେବା ନେଇ ଚର୍ଚ୍ଚା, ସତ କଣ ଜାଣିଲେ ଆପଣ ବି ଭାବବହୁଳ ହୋଇଯିବେ…

ଏହି କଥା କୋହଲି ଟ୍ୱିଟ୍ କରିବା ପରେ ଧୋନିଙ୍କ ଅବସର ନେବା ସମ୍ପର୍କରେ ସମର୍ଥକମାନେ ଜାଣିବାକୁ ଚାହିଁଥିଲେ । ସେ ୱେଷ୍ଟଇଣ୍ଡିଜ୍ ଟୁର୍ ଏବଂ ସାଉଥ୍ ଆଫ୍ରିକା ବିପକ୍ଷ ଟୁରରେ ଖେଳିବେ ନାହିଁ ବୋଲି ପୂର୍ବରୁ ଜଣାଇଥିଲେ ।

ଏ ନେଇ ଗୁରୁବାର ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଏମ.ଏସ. କେ ପ୍ରସାଦଙ୍କ ଠାରୁ ଧୋନିଙ୍କ ଅବସର ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜାଣିବାକୁ ଚାହିଁଥିଲେ । ଏହି ଚର୍ଚ୍ଚାଙ୍କୁ ପ୍ରସାଦ ଅସ୍ୱୀକାର କରିଥିଲେ । ଧୋନି କ୍ରିକେଟରୁ ଅବସର ନେଇନାହାନ୍ତି ବୋଲି ସେ କହିବା ପରେ ଏହି ଚର୍ଚ୍ଚାରେ ବିରାମ ଲାଗିଥିଲା । ପୂର୍ବରୁ ସମର୍ଥକଙ୍କ ଦାବି ପରେ ଧୋନିଙ୍କ ପତ୍ନୀ ସାକ୍ଷୀ ଏହାକୁ ଏକ ଗୁଞ୍ଜରଣ ବୋଲି ଟ୍ୱିଟ୍ କରିଥିଲେ ।

ଧୋନି କେତେବେଳେ ଅବସର ନେବେ ତାହା ସେ ଭଲଭାବେ ଜାଣିଛନ୍ତି ବୋଲି ବିଶ୍ୱଚେସ୍ ଚାମ୍ପିଅନ୍ ତଥା କିମ୍ବଦନ୍ତୀ ତାରକା ବିଶ୍ୱନାଥନ ଆନନ୍ଦ ପ୍ରକାଶ କରିଛନ୍ତି । ସେ ଜଣେ ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ଅଧିନାୟକ । ଏଣୁ ଅବସର ନିଷ୍ପତ୍ତି ତାଙ୍କ ଉପରେ ଛାଡିଦିଆଯାଉ ବୋଲି ଆନନ୍ଦ କହିଥିଲେ ।

Share this story