ଆଇସିସି କ୍ରିକେଟ୍ ବିଶ୍ୱକପ୍ ରେ କିଛି ଏଭଳି ହୋଇଥିଲା ଯେଉଁଥିରେ ଭାରତ-ପାକିସ୍ତାନ ମ୍ୟାଚ୍ ଭାଙ୍ଗିଲା ସବୁ ରେକର୍ଡ, ଜାଣନ୍ତୁ ତାହା କଣ ?

ଆଇସିସି କ୍ରିକେଟ୍ ବିଶ୍ୱକପ୍ ରେ କିଛି ଏଭଳି ହୋଇଥିଲା ଯେଉଁଥିରେ ଭାରତ-ପାକିସ୍ତାନ ମ୍ୟାଚ୍ ଭାଙ୍ଗିଲା ସବୁ ରେକର୍ଡ, ଜାଣନ୍ତୁ ତାହା କଣ ?
ଆଇସିସି କ୍ରିକେଟ୍ ବିଶ୍ୱକପ୍ ରେ କିଛି ଏଭଳି ହୋଇଥିଲା ଯେଉଁଥିରେ ଭାରତ-ପାକିସ୍ତାନ ମ୍ୟାଚ୍ ଭାଙ୍ଗିଲା ସବୁ ରେକର୍ଡ, ଜାଣନ୍ତୁ ତାହା କଣ ?

ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ସବୁଠାରୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛି । ସାରା ଦୁନିଆରେ ୧.୬ ବିଲିୟନ ଲୋକେ ଏହାର ସିଧା ପ୍ରସାରଣ ଦେଖିଛନ୍ତି । ସେହିପରି ଡିଜିଟାଲ୍ ପ୍ଲାଟଫର୍ମରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ମାମଲାରେ ଭାରତ ଶୀର୍ଷରେ ରହିଛି, ଯେଉଁଥିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚକୁ ୨.୫୩ କୋଟି ଦର୍ଶକ ହଟଷ୍ଟାରରେ ଲାଇଭ୍ ଦେଖି ରେକର୍ଡ କରିଛନ୍ତି ।

ଏଥିସହ ଆଇସିସି ମଧ୍ୟ ନୂଆ ଇତିହାସ ରଚିଛି । କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟକୁ ସର୍ବାଧିକଥର ଦେଖିବାରେ ଏହା ଏକ ରେକର୍ଡ । ଆଇସିସିର ୨୫ ପ୍ରସାରଣ ପାର୍ଟନରଶିପ୍ ୨୦୦ରୁ ଅଧିକ ଅଞ୍ଚଳରେ ୨୦ହଜାରରୁ ଅଧିକ ଘଣ୍ଟାର ସିଧାପ୍ରସାରଣ, ରିପୋର୍ଟ ଏବଂ ହାଇଲାଇଟ୍ସ କରିଛି ।

ବିଜ୍ଞପ୍ତି ଅନୁଯାୟୀ, ୨୦୧୫ ବିଶ୍ୱକପ୍ ସଂସ୍କରଣ ତୁଳନାରେ ଏଥର ୩୮ ପ୍ରତିଶତ ଫାଇଦା ହୋଇଛି । ତେବେ ସାରା ଦୁନିଆରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସର୍ବାଧିକ ଲୋକେ ଦେଖିଛନ୍ତି । ଏହି ମ୍ୟାଚକୁ ୨୭.୩୦ କୋଟି ଟିଭି ଦର୍ଶକ ଏବଂ ପାଞ୍ଚ କୋଟି ଲୋକେ ଅନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିଛନ୍ତି ।

ଏଥର ବିଶ୍ୱକପକୁ ଦେଖିବାର ସମୟରେ ମଧ୍ୟ ୪୨ପ୍ରତିଶତ ବୃଦ୍ଧି ହୋଇଛି । ବିଶ୍ୱକପ୍ ଫାଇନାଲ ମୁକାବିଲାକୁ ଦେଢ଼ କୋଟି ଲୋକେ ଦେଖିଛନ୍ତି । ଫାଇନାଲର ସୁପର୍ ଓଭର ଆରମ୍ଭରୁ ୮୯ଲକ୍ଷ ଲୋକେ ମ୍ୟାଚର ମଜା ଉଠାଇଥିଲେ । ଏ ନେଇ ଆଇସିସି ମିଡିଆ ରାଇଟ୍ସ, ବ୍ରଡକାଷ୍ଟ ଏବଂ ଡିଜିଟାଲ୍ ମୁଖ୍ୟ ଆରତୀ ଡବାସ କହିଛନ୍ତି, ପୂର୍ବ ତୁଳନାରେ ବହୁତ ଲୋକେ ଘଣ୍ଟା ଘଣ୍ଟା ଧରି କ୍ରିକେଟ୍ ମ୍ୟାଚ୍ ଦେଖିଛନ୍ତି ।

ଡିଜିଟାଲ୍ ପ୍ଲାଟଫର୍ମରେ ଲୋକଙ୍କର ଲାଇଭ୍ କ୍ରିକେଟ୍ ଦେଖିବା ପ୍ରମାଣିତ କରୁଛି ଯେ ଏହି ଖେଳକୁ ନେଇ ଲୋକେ କେତେ ଉତ୍ସାହିତ ।

Share this story