ରୋହିତଙ୍କ ଶତକ, ଭାରତ ସ୍ଥିତି ଦୃଢ଼
Oct 2, 2019, 14:49 IST


ବିଶାଖାପାଟଣା,୨ ।୧୦: ଟେଷ୍ଟରେ ପ୍ରଥମଥର ପାଇଁ ଓପନିଂ କରୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏଠାରେ ଦମଦାର ପ୍ରଦର୍ଶନ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ରୋହିତ ତାଙ୍କ ଟେଷ୍ଟ କ୍ୟାରିୟରର ୪ର୍ଥ ଶତକ ଲଗାଇଛନ୍ତି ।
ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ୭୬ ରନ କରି କ୍ରିଜରେ ରହିଛନ୍ତି । ଭାରତ ସ୍କୋର ୫୪ ଓଭରରେ ବିନା କୌଣସି ଉଇକେଟରେ ୧୭୮ ରନ୍ ହୋଇଛି ।
ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଖେଳ ଆରମ୍ଭର ପ୍ରଥମ ଅଧଘଣ୍ଟା
ଦକ୍ଷିଣ ଆଫ୍ରିକାର ଦୁଇ ଦ୍ରୁତ ବୋଲର ଭେର୍ନନ ଫିଲାଣ୍ଡର ଏବଂ କାଗିସୋ ରବାଡା ନିଜ ବୋଲିଂ ବଳରେ ରୋହିତ ଓ ମୟଙ୍କଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ।
ପରେ ରୋହିତ ଭ୍ରମଣକାରୀ ଦଳର ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ ।
