ସ୍ଥିତି ମଜଭୁତ: ୫୦୨ରେ ଛାଡ଼ିଦେଲେ, ମୟଙ୍କଙ୍କ ଦ୍ୱିଶତକ

ସ୍ଥିତି ମଜଭୁତ: ୫୦୨ରେ ଛାଡ଼ିଦେଲେ, ମୟଙ୍କଙ୍କ ଦ୍ୱିଶତକ
ସ୍ଥିତି ମଜଭୁତ: ୫୦୨ରେ ଛାଡ଼ିଦେଲେ, ମୟଙ୍କଙ୍କ ଦ୍ୱିଶତକ

ବିଶାଖାପାଟଣା,୩ା୧୦: ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ ହୋଇଛି । ଭାରତୀୟ ଦଳ ପ୍ରଥମ ଇନିଂସରେ ୭ ଉଇକେଟ ବିନିମୟରେ ୫୦୨ ରନ୍ କରି ଇନିଂସ ଘୋଷଣା କରିଛି ।

ଏହା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ୭.୧ ଓଭରରେ ଗୋଟିଏ ଉଇକେଟ ହରାଇ ୧୪ ରନ କରିଛି । ଓପନର ମୟଙ୍କ ଅଗ୍ରୱାଲ ୩୭୧ ବଲରୁ ୨୩ ଚୌକା ଓ ୬ ଛକା ସହାୟତାରେ ୨୧୫ ରନ କରିଛନ୍ତି ।

ଅନ୍ୟତମ ଓପନର ରୋହିତ ଶର୍ମା ୨୪୪ ବଲ ଖେଳି ୨୩ ଚୌକା ଓ ୬ ଛକା ସହାୟତାରେ ୧୭୬ ରନ କରିଛନ୍ତି । ଚେତେଶ୍ୱର ପୂଜାରା ୬, ଅଧିନାୟକ ବିରାଟ କୋହଲି ୨୦, ଅଜିଙ୍କ୍ୟ ରାହାଣେ ୧୫, ରବୀନ୍ଦ୍ର ଜାଡେଜା ୩୦, ହନୁମା ବିହାରୀ ୧୦, ରିଦ୍ଧିମାନ ଶାହ ୨୧ ଓ ରବିଚନ୍ଦ୍ରନ ଅଶ୍ୱିନ ୧ ରନ କରିଛନ୍ତି ।

Share this story