ଦକ୍ଷିଣ ଆଫ୍ରିକାକୁ ଫଲୋଅନ: କଣ ହେବ ଦ୍ୱିତୀୟ ଟେଷ୍ଟର ଫଳାଫଳ, ଏବେଠୁ ଜାଣିନିଅନ୍ତୁ
Oct 13, 2019, 10:52 IST


ପୁନେ: ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ରହିଛି। ଭ୍ରମଣକାରୀ ଦଳକୁ ପ୍ରଥମ ଇନିଂସରେ ମାତ୍ର ୨୭୫ ରନରେ ଅଲଆଉଟ କରି ଭାରତ ଫଲୋଅନ ଦେଇଛି।
ଖେଳ ଆଉ ପ୍ରାୟ ଦୁଇଦିନ ବାକି ଥିବାବେଳେ ଦକ୍ଷିଣ ଆଫ୍ରିକା ଏବେ ମ୍ୟାଚ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛି। ଦଳ ଏବେ ମାତ୍ର ୫୪ ରନରେ ଏହାର ଗୁରୁତ୍ୱପୂର୍ଣ୍ଣ ଦୁଇ ଉଇକେଟ ହରାଇ ସାରିଛି। ଭାରତ ପ୍ରଥମ ଇନିଂସରେ ୬୦୧ ରନରେ ୫ ଉଇକେଟ ହରାଇ ପାଳି ଘୋଷଣା କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଏବେ ଘରୋଇ ଦଳଠାରୁ ୨୭୨ ରନ ପଛରେ ପଡ଼ିଛି।
ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ଆଉ ମାତ୍ର ୮ ଉଇକେଟ ଆବଶ୍ୟକ ପଡ଼ୁଛି। ସେପଟେ ଦକ୍ଷିଣ ଆଫ୍ରିକା ଦଳ ମ୍ୟାଚ ଡ୍ର କରିବାକୁ ଉଦ୍ୟମ କରିବ। ତେଣୁ ଭାରତର ସ୍ଥିତି ଏକପ୍ରକାର ଦୃଢ଼ ବୋଲି କୁହାଯାଇପାରେ।