ବିଶ୍ଵ ଆଥଲେଟିକ୍ ଚମ୍ପିୟାନସିପ୍: ନିରାଶ କଲେ ଦୂତୀ

ବିଶ୍ଵ ଆଥଲେଟିକ୍ ଚମ୍ପିୟାନସିପ୍: ନିରାଶ କଲେ ଦୂତୀ
ବିଶ୍ଵ ଆଥଲେଟିକ୍ ଚମ୍ପିୟାନସିପ୍: ନିରାଶ କଲେ ଦୂତୀ

ଦୋହା/ଭୁବନେଶ୍ୱର: ଭାରତୀୟ ତାରକା ଧାବିକା ଦୂତୀ ଦୋହାରେ ଅନୁଷ୍ଠିତ ବିଶ୍ଵ ଆଥଲେଟିକ୍ ଚମ୍ପିୟାନସିପ୍ ଦୌଡ଼ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ୧୦୦ ମିଟର ଦୌଡରେ ସେ ସପ୍ତମ ସ୍ଥାନରେ ରହି ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ବିଶ୍ଵ ରାଙ୍କିଂରେ ଉନ୍ନତ ସ୍ଥାନରେ ଥିବାରୁ ଦୂତୀଙ୍କୁ ଦୋହା ପ୍ରତିଯୋଗିତା ପାଇଁ ଟିକଟ ମିଳିଥିଲା ଯାହାକୁ ସେ ହରାଇ ବସିଛନ୍ତି । ପ୍ରତିଯୋଗିତାରେ ସେ ୧୦୦ ମିଟର ଦୌଡକୁ ୧୧.୪୮ ସେକେଣ୍ଡରେ ପୂରଣ କରିଥିଲେ ।

ଇଲାଇନେ ଥୋମ୍ପୋସନ୍ (Elaine Thompson ) ପ୍ରତିଯୋଗିତାକୁ ୧୧.୧୪ ସେକେଣ୍ଡ ରେ ଫିନିଶ୍ କରି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୨ୟରେ କେଲି ଆନ ( Kelly-Ann Baptiste) ଏବଂ ୩ ୟରେ ମୋରୋଲକେ ଆକିନସୂନ୍ ( Morolake Akinosun) ରହିଛନ୍ତି । ତେବେ ଦୂତୀ ଏଥିରେ ସଫଳତା ହାସଲ କରିପାରିନାହାନ୍ତି ।

କାତାରର ଦୋହା ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦର ୧୦୦ ମିଟର ମହିଳା ଟ୍ରାକ୍‌ ଇଭେଣ୍ଟରେ ଦୂତୀ ୭ମ ସ୍ଥାନରେ ରହିବାରୁ ସେମି ଫାଇନାଲ ଦୌଡ଼ରୁ ସେ ବାଦ୍‌ ପଡ଼ିଛନ୍ତି । ଏଥିସହ ୨୦୨୦ ଟୋକିଓ ଅଲିମ୍ପିକକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ଦୂତୀ ଫେଲ ମାରିଛନ୍ତି ।

ଆଜି ସନ୍ଧ୍ୟାରେ ଅନୁଷ୍ଠିତ ୧୦୦ ମିଟ୍‌ର ଦୌଡ଼ର ତୃତୀୟ ହିଟ୍ସରେ ଦୂତୀ ଭାଗ ନେଇଥିଲେ । ତାଙ୍କ ଠାରୁ ଭାରତ ବେଶ ଆଶା ରଖିଥିଲା । କାରଣ ଭାରତର ଅନ୍ୟତମ ଷ୍ଟାର ଧାବିକା ହୀମା ଦାସ ବିଶ୍ୱ ଦୌଡ଼କୁଦରେ ଭାଗ ନେଇ ନାହାନ୍ତି । ତେଣୁ ଦୂତୀଙ୍କ ଉପରେ ସାରା ଭାରତର ନଜର ରହିଥିଲା ।

ହେଲେ ସେ ୧୦୦ ମିଟିର ରନିଂକୁ ୧୧.୪୮ ସେକେଣ୍ଡରେ ଶେଷ କରି ଦୂତୀ ୭ମ ସ୍ଥାନରେ ରହିଥିଲେ । ଏଥିପାଇଁ ସେ ସେମିଫାଇନାଲରେ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି । ଦୂତୀଙ୍କ ୧୦୦ ମିଟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୧.୨୬ ସେକେଣ୍ଡ। ହେଲେ ଆଜି ଦୂତୀ ସେତିକି ସମୟକୁ ମଧ୍ୟ ଛୁଇଁ ପାରିନାହାନ୍ତି ।

ସେହିପରି ୧୦୦ ମିଟିର ଦୌଡ଼ରେ ଭାଗ ନେଇଥିବା ସମସ୍ତ ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ଦୂତୀ ୩୭ତମ ସ୍ଥାନରେ ରହିଛନ୍ତି । ୨୦୨୦ ଅଲିମ୍ପିକକୁ ସିଧାସଳଖ ଯୋଗ୍ୟତା ଅର୍ଜନ ପାଇଁ ୧୧.୧୫ ସେକେଣ୍ଡ ସମୟ ଧାର୍ଯ୍ୟ କରାଯାଇଥିଲା ।

ଦୂତୀଙ୍କ ସହ ଆଜି ଟ୍ରାକ୍‌ରେ ଅଲିମ୍ପିକ ଚାମ୍ପିୟନ ତଥା ଜାମାଇକା ଷ୍ଟାର ଇଲାଇନେ ଥୋମ୍ପସନ୍‌ ଦୌଡ଼ିଥିଲେ । ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୧୧.୩୧ ସେକେଣ୍ଡ ମଧ୍ୟରେ ୧୦୦ ମିଟର ଦୌଡ଼ ଶେଷ କରିବାର ଥିଲା ।

ଦୂତୀଙ୍କ ୧୦୦ ମିଟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୧.୨୬ ସେକେଣ୍ଡ ଥିବାରୁ ସେ ବେଶ ଆରାମରେ ସେମିକୁ ଯୋଗ୍ୟତା ଅର୍ଜନ କରିପାରିବେ ବୋଲି ଆଶା କରାଯାଉଥିଲା । ଦୂତୀ ହିଟ୍ସ ଆରମ୍ଭରୁ ଦ୍ରୁତ ଗତିରେ ଦୌଡ଼ିଥିଲେ । ହେଲେ ଅଧା ଦୌଡ଼ ପରେ ଦୂତୀ ସଂପୂର୍ଣ୍ଣ ପଛରେ ପଡ଼ି ଯାଇଥିଲେ । ଦୂତୀଙ୍କ ହିଟ୍ସରେ ଇଲାଇନେ (୧୧.୧୪ ସେକେଣ୍ଡ) ପ୍ରଥମ ସ୍ଥାନରେ ରହି ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

Share this story